ବ୍ୟୁରୋ ରିପୋର୍ଟ: ଅନୁଭବୀ ମହେନ୍ଦ୍ର ସିଂହ ଧୋନିଙ୍କ ଅଧିନାୟକତ୍ୱରେ ସିଏସକେ ଆଇପିଏଲ ୨୦୨୨ର ଏକ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୧୩ ରନରେ ହରାଇଛି। ଏହି ମ୍ୟାଚରେ ସିଏସକର ଓପନର ଋତୁରାଜ ଗାୟକୱାଡ଼ ୯୯ ଓ ଡେବୋନ କନୱେ ୮୫* ରନ କରିଥିଲେ ଓ ଓପନିଙ୍ଗ ୧୮୨ ରନର ପାର୍ଟନରସିପ କରିଥିଲେ। “କ୍ୟାପଟେନ କୁଲ” ଧୋନି ସବୁବେଳେ ଶାନ୍ତ ରହିଥାନ୍ତି କିନ୍ତୁ ଏହି ମ୍ୟାଚରେ ଶେଷ ଓଭରରେ ମୁକେସ ଚୌଦୁରିଙ୍କ ଉପରେ ଧୋନି ରାଗିବା ଦେଖିବାକୁ ମିଳିଛି।

ପୁନେରେ ଖେଳାଯାଇଥିବା ଆଇପିଏଲର ୪୬ ମ୍ୟାଚରେ ସିଏସକେ ଆଗ ବ୍ୟାଟିଙ୍ଗ କରି ୨ ୱିକେଟ ହରାଇ ୨୦୨ ରନ କରିଥିଲା। ହାଇଦ୍ରାବାଦ ଜବାବରେ ୧୯ ଓଭରରେ ୬ ଟି ୱିକେଟ ହରାଇ ୧୬୫ ରନ କରିନେଇଥିଲା। ଶେଷ ଓଭରରେ ଧୋନି ମୁକେସ ଚୌଦୁରିଙ୍କୁ ବୋଲିଙ୍ଗ ଦେଇଥିଲେ।ବ୍ୟାଟିଙ୍ଗ କରୁଥିଲେ ନିକୋଲସ ପୁରନ ଓ ସେ ଶେଷ ଓଭରର ପ୍ରଥମ ବଲରେ ଛକା ମାରିଥିଲେ।ଏହା ପରେ ଦ୍ୱିତୀୟ ବଲରେ ଚୌକା ମାରି ନିଜ ଅର୍ଦ୍ଧଶତକ ପୁରା କରିଥିଲେ। ତୃତୀୟ ବଲରେ କୌଣସି ରନ କରିପାରିନଥିଲେ ଓ ଚତ୍ରୁର୍ଥ ବଲ ୱାଇଡ ଥିଲା ଯାହାକୁ ଦେଖି ଧୋନି ରାଗିଥିଲେ।
ମୁକେସ ଚୌଦୁରି ପୁରନଙ୍କୁ ଲେଗ ସାଇଡ଼ରେ ବଲ ପକାଇଥିଲେ ଓ ଅମ୍ପାୟାର ଏହାକୁ ୱାଇଡ଼ କରିଥିଲେ। ଅଧିନାୟକ ଧୋନି ସେବେ ନିରାଶ ହୋଇଥିଲେ ଓ ଅଫସାଇଡ଼ ଫିଲଡ଼ର ଆଡ଼କୁ ଇସାରା କରିଥିଲେ। ଏହା ସଙ୍କେତ ଦେଉଥିଲାକି ତାଙ୍କୁ ଅଫ ଷ୍ଟମ୍ପ ଆଡ଼କୁ ଯିବାର ଥିଲା। ଏହା ସହିତ ଜଡିତ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।

ଏହା ପର ବଲ ପୁରନ ଛକା ମାରିଥିଲେ। ଚତ୍ରୁର୍ଥ ବଲରେ ୮୫ ମିଟର ଛକା ଓ ପଞ୍ଚମ ବଲରେ ୭୩ ମିଟରର ଛକା ପୁରନ ମାରିଥିଲେ। ଶେଷ ବଲରେ ସିଙ୍ଗଲ ମିଳିଥିଲା ଓ ଏହି ଓଭରରେ ହାଇଦ୍ରାବାଦ ଟିମ ୨୪ ରନ କରିଥିଲା। ଯାହା ଦ୍ୱାରା ହାଇଦ୍ରାବାଦର ସ୍କୋର ୬ ୱିକେଟରେ ୧୮୯ ରନ ହୋଇଥିଲା। ଏହିପରି ସିଏସକେ ଏହି ସିଜନର ତୃତୀୟ ବିଜୟ ହାସଲ କଲା ଓ ୯ ମ୍ୟାଚରେ ୬ ଅଙ୍କ ହାସଲ କରିଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।