କ୍ୟାପଟେନସି ଛାଡିଲେ ଜାଡେଜା! ପୁଣିଥରେ CSK ର କ୍ୟାପଟେନ ପଦ ସମ୍ଭାଳିବେ ଧୋନି!

ଧୋନି ୨୦୦୮ ଟି ଚେନ୍ନାଇ ସୁପର କିଙ୍ଗସର କ୍ୟାପଟେନ ପଦ ସମ୍ଭାଳୁଥିଲେ ହେଲେ ସେ ୨୦୨୨ IPL ପାଇଁ କ୍ୟାପଟେନସି ଛାଡିଥିଲେ। ଅପରପକ୍ଷରେ କ୍ୟାପଟେନ ରବୀନ୍ଦ୍ର ଜାଡେଜା ହୋଇଥିଲେ। ହେଲେ ଯାହା ଜଣା ଯାଇଛି ଏବେ ଧୋନି ପୁଣି ଥରେ CSK ର କ୍ୟାପଟେନ ପଦ ସମ୍ଭାଳିବେ। ଜାଡେଜା କ୍ୟାପଟେନସି ଛାଡ଼ିଦେଇଛନ୍ତି।

ତେବେ IPL 2022 ରେ ଚେନ୍ନାଇ ଏଯାଏ ଖାସ ପ୍ରଦର୍ଶନ କରିପାରିନାହିଁ। ଚେନ୍ନାଇ ପଏଂଟସ ଟେବୁଲରେ ଏଯାଏ ୮ଟି ମ୍ୟାଚରୁ ୨ଟି ଜିତିଛି। ସେ ୬ଟି ମ୍ୟାଚ ହାରିଛନ୍ତି। ସେ ୪ ପଏଂଟସ ପାଇଛନ୍ତି। ତାଙ୍କର ନେଟ ରନରେଟ ଏଯାଏ -୦.୫୩୮ ଅଛି।

ଚେନ୍ନାଇ ମେଗା ଅକ୍ସନ ପାଇଁ ରବୀନ୍ଦ୍ର ଜାଡେଜା, ଏମ ଏସ ଧୋନି, ମୋଇନ ଅଲ୍ଲୀ ଏବଂ ଋତୁରାଜ ଗାଏକୱାଡ଼ଙ୍କୁ ରିଟେନ କରିଥିଲା। ତେବେ ଧୋନିଙ୍କ କ୍ୟାପଟେନସିରେ CSK ୪ ଥର ଟ୍ରଫି ଜିତିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *