ବ୍ୟୁରୋ ରିପୋର୍ଟ: IPL ୨୦୨୨ର ଆରମ୍ଭ ୨୬ ମାର୍ଚ୍ଚକୁ ହେବ ଏହା ପୂର୍ବରୁ ପୂର୍ଵ ଚମ୍ପିୟାନ ଚେନ୍ନାଇ ସୁପର କିଙ୍ଗସକୁ ବଡ଼ ଝଟକା ଲାଗିଛି। ଗୋଡ଼ରେ ଆଘାତ ଲାଗିବା କାରଣରୁ ଦୀପକ ଚାହାର ଅଧିକାଂଶ ମ୍ୟାଚ ଖେଳିପାରିବେ ନାହିଁ। ପୂର୍ଵ ୱେଷ୍ଟଇଣ୍ଡିଜ ସିରିଜରେ ସେ ଆଘାତ ହୋଇଥିଲେ। ଚାହାରଙ୍କୁ ଧୋନିଙ୍କ ସିଏସକେ ଅକ୍ସନରେ ୧୪ କୋଟିରେ କିଣିଥିଲେ। ଧୋନିଙ୍କ ଅଧିନାୟକତ୍ୱରେ ସିଏସକେ ୪ ଥର ଚମ୍ପିୟାନ ହୋଇଛି। ଏହି ସିଜନରେ ମୋଟ ୧୦ ଟି ଟିମ ଖେଳିବାର ଅଛି। ଆଇପିଏଲ ୨୦୨୨ର ଫାଇନାଲ ୨୯ ମଇରେ ଖେଳାଯିବାର ଅଛି। ମୁମ୍ବାଇ ଇଣ୍ଡିଆନ୍ସ ସବୁଠୁ ଅଧିକ ୫ ଥର ଆଇପିଏଲ ଟ୍ରଫି ଜିତିଛି।
According to #BCCI sources, Chahar is likely to be out for eight weeks.#IPL2022 #DeepakChahar #Sportshttps://t.co/gDjNEn7LfJ
— Business Standard (@bsindia) March 2, 2022
କ୍ରିକଇନ୍ଫୋର ଖବର ଅନୁସାରେ ଚାହାରଙ୍କର ଆଘାତ ଗମ୍ଭୀର ଓ ତାଙ୍କୁ ଠିକ ହେବାକୁ ଅନେକ ସପ୍ତାହ ଲାଗିବ। ଟିମ ଅବେ ତାଙ୍କ ଫାଇନାଲ ରିପୋର୍ଟର ଅପେକ୍ଷା କରିଛି। ଚାହାର ଏବେ ଏନସିଏରେ ଅଛନ୍ତି। ଚାହାର ନୂଆ ବଲରେ ୱିକେଟ ନେବାରେ ମାହିର। ଚାହାରଙ୍କୁ ଅକ୍ସନରେ କିଣିବା ପାଇଁ ଦିଲ୍ଲୀ, ହାଇଦ୍ରାବାଦ, ରାଜସ୍ଥାନ ରୁଚି ଦେଖାଇଥିଲା।
ଟି-୨୦ରେ ନେଇସାରିଛନ୍ତି ୧୩୪ ୱିକେଟ:
୨୯ ବର୍ଷୀୟ ଦ୍ରୁତ ବୋଲର ଦୀପକ ଚାହାରଙ୍କର ଟି-୨୦ରେ ସୁନ୍ଦର ପ୍ରଦର୍ଶନ ରହିଛି। ଟି-୨୦ରେ ସେ ମୋଟ ୧୧୮ ପାରିରେ ୨୪ର ଔସତରେ ୧୩୪ ୱିକେଟ ନେଇଛନ୍ତି। ୭ ରନ ଦେଇ ୬ ୱିକେଟ ତାଙ୍କରସର୍ବଶ୍ରେଷ୍ଠ ପ୍ରଦର୍ଶନ ଅଟେ। ସେ ୩ ଥର ୪ ଓ ଦୁଇ ଥର ୫ ୱିକେଟ ନେଇସାରିଛନ୍ତି। ଏହା ଛଡା ସେ ଏକ ଅର୍ଦ୍ଧଶତକ ମଧ୍ୟ ମାରିଛନ୍ତି। ଆବଶ୍ୟକତା ସମୟରେ ସେ ବ୍ୟାଟିଙ୍ଗରେ ମଧ୍ୟ କମାଲ କରିଛନ୍ତି।

ଦୀପକ ଚାହାର ଲମ୍ବା ସମୟରୁ ଚେନ୍ନାଇ ସୁପର କିଙ୍ଗସ ସହିତ ଅଛନ୍ତି। ଆଇପିଏଲରେ ସେ ୫୮ ମ୍ୟାଚରେ ୫୮ ୱିକେଟ ନେଇସାରିଛନ୍ତି। ଆରମ୍ଭ ୬ ଓଭରରେ ସେ ମୋଟ ୪୨ ୱିକେଟ ଅକ୍ତିଆର କରିଛନ୍ତି। ସେ ନୂଆ ବଲରେ ଟିମକୁ ବଡ଼ ସଫଳତା ଦେଇଥାନ୍ତି। ପୂର୍ଵ ସିଜନରେ ସେ ଟିମକୁ ଚମ୍ପିୟାନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।