ବ୍ୟୁରୋ ରିପୋର୍ଟ: ସଦ୍ୟ ସମାପ୍ତ ହୋଇଯାଇଛି ଆଇପିଏଲ ମେଗା ଅକ୍ସନ ୨୦୨୨। ମେଗା ଅକ୍ସନରେ ପୂର୍ବ ଦଳ ଗୁଡିକ ସହିତ ନୂତନ ଦୁଇଟି ଦଳ ସାମିଲ କରାଯାଇଛି। ଏହି ଦୁଇଟି ହେଉଛନ୍ତି ଲକ୍ଷନୌ ଏବଂ ଗୁଜୁରାଟ ମିଶାଇ ସମୁଦାୟ ୧୦ ଟି ଦଳ ଏହି ଲିଗରେ ଖେଳିବେ। ସେଥିପାଇଁ ୨୦୨୨ ଆଇପିଏଲ ଲିଗ ରୋମାଞ୍ଚକର ହେବାକୁ ଯାଉଥିବା ବେଳେ , ଏହି ସମୟରେ ଚେନ୍ନାଇ ସୁପର କିଙ୍ଗସର ଦର୍ଶକ ମାନଙ୍କୁ ଲାଗିଛି ଶକ୍ତ ଝଟକା।

ଆଇପିଏଲ ୨୦୨୨ ସିଜିନର ପ୍ରଥମ ମ୍ୟାଚ ମାର୍ଚ୍ଚ ମାସ ୨୬ ତାରିଖରେ ଖେଳାଯିବ। ଆଇପିଏଲର ସମସ୍ତ ମ୍ୟାଚ ମହାରାଷ୍ଟ୍ର ରାଜ୍ୟ ଭିତରର ରହିଥିବା ବେଳେ , ପ୍ରଥମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଏବଂ କୋଲକାତା ନାଇଟ ରାଇଡ଼ରସ୍ ମଧ୍ୟରେ ଖେଳାଯିବ। ତେବେ ଏହା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସର ଦର୍ଶକମାନଙ୍କ ମନକୁ ଏକ ଶକ୍ତ ଆଘାତ ଲାଗିଛି। ଭାରତୀୟ ପୂର୍ବତନ ଅଧିନାୟକ ଅର୍ଥାତ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂ ଧୋନି ନିଜ ଅଧିନାୟକ ପଦ ଛାଡି ଦେଇଛନ୍ତି। ସେ ତାଙ୍କ ବଦଳରେ ଏହି ପଦ ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜଙ୍କୁ ଦେଇଛନ୍ତି। କିନ୍ତୁ ଲୋକମାନଙ୍କ ମନରେ ଗୋଟିଏ ପ୍ରଶ୍ନ କଣ ସେ ତାଙ୍କ ନିଜ ଇଚ୍ଛାରେ ଏହି ଅଧିନାୟକ ପଦ ଛାଡିଛନ୍ତି ନା ତାଙ୍କୁ ଅଧିନାୟକ ପଦ ଛାଡିବା ପାଇଁ ବାଧ୍ୟ କରାଯାଇଛି।
ଚେନ୍ନାଇ ସୁପର କିଙ୍ଗସର ଏକ ଅଫିସିଆଲ କହିଛନ୍ତି ଯେ, ସମ୍ଭବତଃ ଏହି ଆଇପିଏଲ ମହେନ୍ଦ୍ର ସିଂ ଧୋନୀଙ୍କ ପାଇଁ ଶେଷ ଆଇପିଏଲ ହୋଇପାରେ। ସେ ଏକଥା ମଧ୍ୟ କହିଛନ୍ତି ଯେ, ତାଙ୍କର ଏହି ନିଷ୍ପତ୍ତିକୁ ନେଇ ଚେନ୍ନାଇ ସୁପର କିଙ୍ଗସ ମ୍ୟାନେଜମେଣ୍ଟର କୌଣସି ଅସୁବିଧା ନାହିଁ ଏବଂ ସେ ଅବସର ନେବା ଆଗରୁ ଏବେ ଠାରୁ ହିଁ ଆଉ ଜଣେ ଦକ୍ଷ ଖେଳାଳିଙ୍କୁ ଅଧିନାୟକ ପଦ ସମ୍ଭାଳିବାକୁ ଦିଅନ୍ତୁ। ତେଣୁ ଏହି କଥାରେ ରାଜି ହୋଇ ଧୋନି ଏପରି କରିଛନ୍ତି।
There’s nothing that could have prepared us for this! Let the Bigils take over! ?➡️?#Superfam #WhistlePodu ?? @msdhoni @imjadeja pic.twitter.com/sfu9xyclWw
— Chennai Super Kings (@ChennaiIPL) March 24, 2022
ଏହା ବ୍ୟତୀତ ଧୋନି ନିଜ ପ୍ରଦର୍ଶନ ନେଇ ମଧ୍ୟ ଚିନ୍ତିତ ଥିଲେ। ସେଥିପାଇଁ ସେ ନିଜ ଅଧିନାୟକ ପଦ ଜାଡେଜଙ୍କୁ ଦେବାକୁ ଚାହୁଁଥିଲେ। ଜାଡେଜା ମଧ୍ୟ ଜଣେ ଦକ୍ଷ, ଯୁବ ଅଳରାଉଣ୍ଡର ଅଟନ୍ତି। ଏହି ଖେଳାଳି ଧୋନୀଙ୍କ ସହ ଅନେକ ମ୍ୟାଚ ଖେଳିଛନ୍ତି। ସେଥିପାଇଁ ତାଙ୍କର ଅନେକ ଅଭିଜ୍ଞତା ରହିଛି। ଚେନ୍ନାଇ ସୁପର କିଙ୍ଗସ ଦଳକୁ ଏକ ମେଣ୍ଟରର ଦରକାର ମଧ୍ୟ ରହିଛି। ତେଣୁ ସେ କାର୍ଯ୍ୟ ତୁଲାଇବା ପାଇଁ ମହେନ୍ଦ୍ର ସିଂ ଧୋନି ଇଚ୍ଛା ପ୍ରକାଶ କରିଛନ୍ତି। ଏହି ସବୁ କାରଣ ପାଇଁ ମହେନ୍ଦ୍ର ସିଂ ଧୋନି ଅଧିନାୟକ ପଦ ଛାଡିଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।