ବ୍ୟୁରୋ ରିପୋର୍ଟ: ସିଏସକେର ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଆଇପିଏଲର ୧୫ ତମ ସିଜନ ପାଇଁ ପ୍ରସ୍ତୁତି କରୁଛନ୍ତି। ଧୋନି ଏବେ ସୁରଟରେ ଅଭ୍ୟାସ କରୁଛନ୍ତି। ସିଏସକେ ନିଜ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଏକ ଭିଡ଼ିଓ ସେୟାର କରିଛି ଯେଉଁଥିରେ ଧୋନି ଲମ୍ବା ଲମ୍ବା ଛକା ମାରୁଛନ୍ତି। ଆଇପିଏଲର ୧୫ ତମ ସିଜନର ପ୍ରଥମ ମ୍ୟାଚ ପୁର୍ବ ବର୍ଷର ଚମ୍ପିୟାନ ସିଏସକେ ଓ ପୂର୍ଵ ବର୍ଷର ରନର୍ସଅପ କେକେଆର ମଧ୍ୟରେ ୨୬ ମାର୍ଚ୍ଚରୁ ୱାଙ୍ଖଡେରେ ହେବ।
One handed six @msdhoni 🥵🥵 pic.twitter.com/DkO6X7CDcx
— DIPTI MSDIAN ⛑ (@Diptiranjan_7) March 7, 2022
ଖବର ଅନୁସାରେ ସିଏସକେର ମ୍ୟାନେଜମେଣ୍ଟ ଧୋନିଙ୍କ କହିବା ଅନୁସାରେ ସୁରଟରେ ପ୍ରି କ୍ୟାମ୍ପ ଲଗାଇଛି। କାରଣ ସୁରଟର ପିଚ ମଧ୍ୟ ସେହିପରି ଯେପରି ମୁମ୍ବାଇର ପିଚ ଅଟେ।
ଫ୍ୟାନ୍ସ ନିଜ ଷ୍ଟାର ଖେଳାଳିଙ୍କୁ ଅଭ୍ୟାସ କରୁଥିବାର ଷ୍ଟାଡିୟମରେ ଆସି ଦେଖିପାରିବେ। ମାନେ ଫ୍ୟାନ୍ସ ଏଣ୍ଟ୍ରି ଉପରେ ପ୍ରତିବନ୍ଧକ ନାହିଁ। ଟ୍ରେନିଙ୍ଗ ସେସନରର ଖେଳାଳିଙ୍କୁ ଆଇପିଏଲ ପୂର୍ବରୁ ଏକାଠି ହେବାକୁ ଅନୁମତି ମିଳିବ। ଯୁବ ଖେଳାଳି ଧୋନି, ବ୍ରାଭୋ ଓ ଜାଡେଜାଙ୍କ ସହ ସମୟ ବିତାଇ ବହୁତ କିଛି ଶିଖିପାରିବେ।
କ୍ୟାମ୍ପରେ ୨୫-୩୦ ଖେଳାଳି ସାମିଲ ହେବେ। ଏହା ଛଡା ସପୋର୍ଟ ଷ୍ଟାପ ,ମେଡିକାଲ ଷ୍ଟାପ,ସିଏସକେ ମ୍ୟାନେଜମେଣ୍ଟର ସଦସ୍ୟ ମଧ୍ୟ ଏଠାରେ ଉପସ୍ଥିତ ରହିବେ। ଖେଳାଳି ବାୟୋ ବବୁଲରେ ରହି କଡା ପରିଶ୍ରମ କରୁଛନ୍ତି। ୨୬ ମାର୍ଚ୍ଚରୁ ଆରମ୍ଭ ହେବାକୁ ଥିବା ଆଇପିଏଲ ପୂର୍ବରୁ ଖେଳାଳି ଯେପରି ଅନ୍ୟ କାହା ସଂସ୍ପର୍ଶରେ ନଆସିବେ ସେଥିପାଇଁ କଡା ସୁରକ୍ଷା ଲାଗୁ କରାଯାଇଛି।
Get Set 🚁#THA7A #WhistlePodu 🦁💛 pic.twitter.com/glslDfdnni
— Chennai Super Kings – Mask P😷du Whistle P🥳du! (@ChennaiIPL) March 7, 2022
ଚେନ୍ନାଇ ସୁପର କିଙ୍ଗସର ପୁ ରା ସିଡ୍ୟୁଲ:
ସିଏସକେ ଦ୍ୱିତୀୟ ମ୍ୟାଚ ୩୧ ମାର୍ଚ୍ଚକୁ ଲକ୍ଷନଉ ସହ,ତୃତୀୟ ମ୍ୟାଚ ୩ ଅପ୍ରିଲକୁ ପଞ୍ଜାଵ ସହ,୯ ଏପ୍ରିଲକୁ ହାଇଦ୍ରାବାଦ ସହ, ୧୨ ଏପ୍ରିଲକୁ ବାଙ୍ଗଲୋର ସହ,୧୭ ଏପ୍ରିଲକୁ ଗୁଜୁରାଟ ସହ,୨୧ ଏପ୍ରିଲକୁ ମୁମ୍ବାଇ ସହ, ୨୫ ଏପ୍ରିଲକୁ ପଞ୍ଜାଵ ସହ,୧ ମଇକୁ ହାଇଦ୍ରାବାଦ ସହ,୪ ମଇକୁ ବାଙ୍ଗଲୋର ସହ, ୮ ମଇକୁ ଦିଲ୍ଲୀ ସହ,୧୨ ମଇକୁ ମୁମ୍ବାଇ ସହ,୧୫ ନଇକୁ ଗୁଜୁରାଟ ସହ ଓ ଶେଷ ମ୍ୟାଚ ୨୦ ମଇକୁ ରାଜସ୍ଥାନ ସହ ମ୍ୟାଚ ଖେଳିବାର ଅଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।