ମୁମ୍ବାଇକୁ ଲାଗିଲା ଆଉ ଏକ ଶକ୍ତ ଧକ୍କା! ଦଳରୁ ବାହାରିଲେ ଏହି ପେସର! ପଢନ୍ତୁ ପୁରା ଖବର!

ବ୍ୟୁରୋ ରିପୋର୍ଟ: ମୁମ୍ବାଇ ଇଣ୍ଡିଆନ୍ସ ଆଘାତ ପ୍ରେସର ବୋଲର ମହମ୍ମଦ ଅରସଦଙ୍କ ଜାଗାରେ ଆଇପିଏଲର ବାକି ମ୍ୟାଚ ପାଇଁ ସ୍ପିନର କୁମାର କାର୍ତିକେୟ ସିଂହଙ୍କ ଟିମରେ ସାମିଲ କରିଛି। ଆଇପିଏଲ ଗୁରୁବାରକୁ ବିଜ୍ଞାପନରେ କହିଛନ୍ତି ସ୍ପିନର କୁମାର କାର୍ତିକେୟ ସିଂହଙ୍କୁ ୨୦ ଲକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ ନିଜ ସହ ସାମିଲ କରିଛି। ଘରୋଇ କ୍ରିକେଟରେ ମଧ୍ୟପ୍ରଦେଶ ତରଫରୁ ଖେଳୁଥିବା କାର୍ତିକେୟ ଏବେ ପର୍ଯ୍ୟନ୍ତ ୯ ଫାଷ୍ଟକ୍ଳାସ ମ୍ୟାଚ,୧୯ ଲିଷ୍ଟ ଏ ଓ ୮ ଟି ଟି-୨୦ ମ୍ୟାଚ ଖେଳିଛନ୍ତି। ଯେଉଁଥିରେ ସେ ୩୫, ୧୮ ଓ ୯ ୱିକେଟ ନେଇଛନ୍ତି।

Google

କୁମାର କାର୍ତିକେୟ ସିଂହ ସହାୟକ ଟିମ ରୂପରେ ମୁମ୍ବାଇ ଇଣ୍ଡିଆନ୍ସ ଟିମ ସହିତ ଥିଲେ। ଲଗାତର ୮ ମ୍ୟାଚ ହାରିବା ଦ୍ଵାରା ମୁମ୍ବାଇ ଇଣ୍ଡିଆନ୍ସ ଟିମ ପ୍ଲେଅଫରୁ ବାହାର ହୋଇଯାଇଛି। ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ମୁମ୍ବାଇ ଇଣ୍ଡିଆନ୍ସ ଏହା ପର ମ୍ୟାଚ ୩୦ ଏପ୍ରିଲକୁ ଡିବାଇ ପଟେଲ ଷ୍ଟାଡିୟମରେ ରାଜସ୍ଥାନ ସହ ଖେଳିବ। ଆଇପିଏଲ ୨୦୨୧ରେ ମଧ୍ୟ ମୁମ୍ବାଇ ଟିମ ଭଲ ପ୍ରଦର୍ଶନ କରିପାରିନଥିଲା ଓ ପ୍ଲେଫରେ ପହଁଚିପାରିନଥିଲା।

ମୁମ୍ବାଇ ଫେଲ:

ମୁମ୍ବାଇ ଟିମ ମେଗା ଅକ୍ସନରେ ବଡ଼ ଖେଳାଳିଙ୍କୁ କିଣିବାରେ ଅସଫଳ ହୋଇଥିଲା। ମୁମ୍ବାଇ ମେଗା ଅକ୍ସନରେ ଇସାନ କିସନଙ୍କୁ ୧୫.୨୫ କୋଟିରେ କିଣିଥିଲା ଯିଏକି ପ୍ରଥମ ଦୁଇଟି ମ୍ୟାଚରେ ଅର୍ଦ୍ଧଶତକ ମାରିଥିଲେ କିନ୍ତୁ ପରେ ପୁରା ଅସଫଳ ହୋଇଛନ୍ତି। ଅଧିନାୟକ ରୋହିତ ମଧ୍ୟ ଭଲ ପ୍ରଦର୍ଶନ କରିପାରିନାହାଁନ୍ତି କାରଣ ସେ ଏହି ସିଜନରେ ଗୋଟେ ମଧ୍ୟ ଅର୍ଦ୍ଧଶତକ ମାରିପାରିନାହାଁନ୍ତି। ବୁମରାଙ୍କ ଛଡା ଆଉ କେଉଁ ବୋଲର ଭଲ ବୋଲିଂ କରିବାରେ ସାବ୍ୟସ୍ତ ହୋଇପାରୁନାହାନ୍ତି।

Google

ଆଇପିଏଲ ଇତିହାସ କଥା କହିବା ତ ମୁମ୍ବାଇ ସବୁଠୁ ସଫଳ ଟିମ ଅଟେ ଯିଏକି ୫ ଥର ଚାମ୍ପିୟନ ହୋଇଛି। ଏହି ସିଜନରେ ଟିମ ସବୁଠୁ ଖରାପ ପ୍ରଦର୍ଶନ କରିଛି। ଏହା ସହ ପୂର୍ଵ ସିଜନର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗସ ମଧ୍ୟ ଭଲ ପ୍ରଦର୍ଶନ କରିପାରିନାହିଁ। ନୂଆ ଅଧିନାୟକ ରବିନ୍ଦ୍ର ଜାଡେଜା ଏବେ ପର୍ଯ୍ୟନ୍ତ ଏତେ ଭଲ କରିପାରିନାହାଁନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published.