ଧୋନିଙ୍କ ସାଥି ଖେଳାଳି ମୁରଲୀ ବିଜୟଙ୍କ ଦମଦାର ବ୍ୟାଟିଂ! କେବଳ ୧୯ ବଲରେ ଲଗାଇଲେ ଶତକ

ବ୍ୟୁରୋ ରିପୋର୍ଟ: ମୁରଲୀ ବିଜୟ ଖରାପ ଫର୍ମ କାରଣରୁ ପୂର୍ଵ ଦୁଇ ବର୍ଷରୁ ଆଇପିଏଲରେ ଗୋଟେ ମଧ୍ୟ ମ୍ୟାଚ ଖେଳିନାହାଁନ୍ତି। ଶେଷ ୫ ସିଜନରେ ସେ ମାତ୍ର ୬ ଟି ମ୍ୟାଚ ଖେଳିଛନ୍ତି। ସେ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇର ଅଂଶ ରହିସାରିଛନ୍ତି। ମୁରଲୀ ବିଜୟ ତାମିଲନାଡୁ ପ୍ରିମୀୟର ଲିଗର ଏକ ମ୍ୟାଚରେ ଶତକ ଲଗାଇ ଛନ୍ତି। ଏହି ପାରିରେ ସେ ୧୨ ଟି ଛକା ଓ ୭ ଟି ଚୌକା ଲଗାଇ ଛନ୍ତି। ମାନେ କେବଳ ୧୯ ବଲରେ ଶତକ ଲଗାଇଦେଇଛନ୍ତି। କିନ୍ତୁ ଏହି ମ୍ୟାଚରେ ତାଙ୍କ ଟିମ ହାରିଗଲା।

Google

ତାମିଲନାଡୁ ପ୍ରିମୀୟର ଲିଗର ୧୯ ତମ ମ୍ୟାଚରେ ମେଲ୍ଲଇ ରୟାଲ କିଙ୍ଗକୁ ଟସ୍ ହାରି ପ୍ରଥମେ ବ୍ୟାଟିଙ୍ଗ କରିବାକୁ ମୌକା ମିଳିଲା। କିନ୍ତୁ ଟିମର ଆରମ୍ଭ ଭଲ ରହିଲା ନାହିଁ ଓ ଟିମ ୨୯ ରନରେ ଦୁଇଟି ୱିକେଟ ହରାଇଦେଲା। ଏହା ପରେ ବାବା ଅପରାଜିତ ଓ ସଂଜୟ ଯାଦବ ଜବରଦସ୍ତ ବ୍ୟାଟିଙ୍ଗ କରି ଟିମର ସ୍କୋର ୨୩୦ ପାର କରାଇଥିଲେ। ଟିମ ୨୦ ଓଭରରେ ୨ ୱିକେଟ ହରାଇ ୨୩୬ ରନ କରିଥିଲା। ଅପରାଜିତା ୪୮ ବଲରେ ୯୨ ରନର ନଟଆଉଟ ପାରି ଖେଳିଥିଲେ ଯେଉଁଥିରେ ୫ ଟି ଚୌକା ଓ ୮ ଟି ଛକା ସାମିଲ ଥିଲା। ସଂଜୟ ଯାଦବ ୫୫ ବଲରେ ୧୦୩ ରନ କରି ନଟଆଉଟ ରହିଥିଲେ। ସେ ଏହି ପାରିରେ ୬ ଟି ଚୌକା ଓ ୯ ଟି ଛକା ଲଗାଇ ଥିଲେ।

ଟିମର ଅଧାରୁ ଅଧିକ ରନ କରିଛନ୍ତି:

ଜବାବରେ ରବି ୱାରିଅର୍ସ ଟିମ ଲଗାତର ୱିକେଟ ହରାଇଲା। କିନ୍ତୁ ଗୋଟେ ପଟ ମୁରଲୀ ବିଜୟ ସୁନ୍ଦର ପାରି ଖେଳୁଥିଲେ। ସେ ୫୭ ବଲରେ ଶତକ ପୁରା କରିଥିଲେ। ସେ ୬୬ ବଲରେ ୧୨୧ ରନ କରି ଆଉଟ ହୋଇଥିଲେ। ଟିମ ୨୦ ଓଭରରେ ୭ ୱିକେଟ ହରାଇ ୧୭୦ ରନ ହିଁ କରିପାରିଲା। ମୁରଲୀ ବିଜୟଙ୍କ ଛଡା ଟିମର ଅନ୍ୟ ଏକକୌଣସି ବ୍ୟାଟ୍ସମ୍ୟାନ ୨୦ ରନ ପର୍ଯ୍ୟନ୍ତ ପହଁଚିପାରିନଥିଲେ। ସେ ଟିମର ଅଧାରୁ ଅଧିକ ରନ କରିଥିଲେ।

Google

ଆଇପିଏଲରେ ମଧ୍ୟ ଲଗାଇଛନ୍ତି ଦୁଇଟି ଶତକ:

ମୁରଲୀ ବିଜୟଙ୍କ ଆଇପିଏଲ ରେକର୍ଡ ମଧ୍ୟ ବହୁତ ଭଲ ଅଟେ। ସେ ଆଇପିଏଲରେ ୨ ଶତକ ଓ ୧୩ ଅର୍ଦ୍ଧଶତକ ଦ୍ଵାରା ୨୫୦୦ ରୁ ଅଧିକ ରନ କରିଛନ୍ତି। ସେ ଆଇପିଏଲରେ ୧୦୬ ମ୍ୟାଚରେ ୨୬ ଔସତରେ ୨୬୧୯ ରନ କରିଛନ୍ତି। ଏଥିରେ ତାଙ୍କର ସର୍ବଶ୍ରେଷ୍ଠ ପାରି ୧୨୭ ରନର ଅଟେ। ଶେଷ ଦୁଇଟି ସିଜନରେ ତାଙ୍କୁ ଖେଳିବାର ମୌକା ମିଳିଲାନି। ସେ ୨୦୨୦ରେ ୩,୨୦୧୯ରେ ୨ ଓ ୨୦୧୮ରେ ଗୋଟେ ମ୍ୟାଚ ଖେଳିଛନ୍ତି। ୨୦୧୭ରେ ତାଙ୍କୁ ୧୪ ଟି ମ୍ୟାଚ ଖେଳିବାକୁ ମୌକା ମିଳିଥିଲା।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *