୨୦୨୨ ରେ ହେବାକୁ ଥିବା ସମସ୍ତ ମ୍ୟାଚ ପୂର୍ବରୁ ହିଁ ଘୋଷଣା ସରିଛି। ଆଉ ଏବେ ସେହି ସୂଚୀରେ କିଛି ନୂଆ ଜିନିଷ ମିଶା ଯାଇଛି। ଆଉ କିଛି ନୂଆ ସିରିଜ ସେହି କ୍ୟାଲେଣ୍ଡରରେ ମିଶା ଯାଇଛି। ୨୦୨୨ ଡିସେମ୍ବର ମାସରେ ଶ୍ରୀଲଂକା ଦଳ ଭାରତ ଆସିବାର ଅଛି। ଏହି ସିରିଜ ଡିସେମ୍ବରର ଶେଷରେ ଆରମ୍ଭ ହେବାର ଅଛି ଆଉ ଜାନୁଆରୀ ଆରମ୍ଭ ପର୍ଯ୍ୟନ୍ତ ଏହି ସିରିଜ ଚାଲିବାର ଅଛି।

ଏବେ ଘୋଷଣା କରାଯାଇଛି କି ଶ୍ରୀଲଙ୍କା ଟିମ ଭାରତ ଗସ୍ତରେ ଆସିବ ଆଉ ସେ ଭାରତ ସହିତ ୩ ଟି ଦିନିକିଆ ଆଉ ୩ ଟି ଟି-୨୦ ମ୍ୟାଚ ଖେଳିବାର ଅଛି। ଯେମିତି କି ଆପଣ ଜାଣିଛନ୍ତି ୨୦୨୨ ରେ ଭାରତ କ୍ରିକେଟ ବହୁତ ବ୍ୟସ୍ତ ବହୁଳ ରହିବ। ଟି-୨୦ ବିଶ୍ୱକପ ପରେ ଭାରତ ନ୍ୟୁଜିଲାଣ୍ଡ ସହିତ ସିରିଜ ଖେଳିବାର ଅଛି। ଭାରତର ବହୁତ ସିରିଜ ଥିଲେ ମଧ୍ୟ ଏହା ଭିତରେ କିଛି ସମୟ ବାହାର କରି ଭାରତୀୟ କ୍ରିକେଟ ବୋର୍ଡ ଆଉ ଶ୍ରୀଲଙ୍କାର କ୍ରିକେଟ ବୋର୍ଡ ସହମତିରେ ଏଇ ବର୍ଷ ଡିସେମ୍ବର ଅନ୍ତରେ ଆଉ ଜାନୁଆରୀ ଆରମ୍ଭରେ ଭାରତ ଆଉ ଶ୍ରୀଲଙ୍କା ଭିତରେ କିଛି ମ୍ୟାଚ ଖେଳାଯିବାର ଅଛି।
ଆପଣ ପ୍ରାୟ ଜାଣିଛନ୍ତି କି ଏବେ ଶ୍ରୀଲଙ୍କାର ଅବସ୍ଥା କିପରି କିନ୍ତୁ ଆପଣ ଜାଣି ଖୁସି ହେବେ ଯେ ଏହି ଖରାପ ପରିସ୍ଥିତିରେ ମଧ୍ୟ ଭାରତୀୟ କ୍ରିକେଟ ବୋର୍ଡ ଶ୍ରୀଲଙ୍କାର ସହଯୋଗ କରୁଛି ଆଉ ତା ସହିତ ଲଗାତାର ସିରିଜ ଖେଳୁଛି। ଏହି ସିରିଜ ପାଇଁ ଶ୍ରୀଲଙ୍କା ଭାରତ ଆସିବ ଆଉ ଏହି ମ୍ୟାଚ ଗୁଡିକ ଡିସେମ୍ବର ୨୦ ଅବା ୨୫ ରୁ ଆରମ୍ଭ ହୋଇ ୫ ରୁ ୧୦ ଜାନୁଆରୀ ମଧ୍ୟରେ ଶେଷ ହେବାର ଅଛି। ଏହି ସିରିଜରେ ସମୁଦାୟ ୬ ଟି ମ୍ୟାଚ ଖେଳାଯିବାର ଅଛି ଆଉ ଏଥିରେ ୩ଟି ଦିନିକିଆ ଆଉ ୩ଟି ଟି-୨୦ ମ୍ୟାଚ ଖେଳାଯିବାର ଅଛି।

ଏହି ସିରିଜରେ ଶ୍ରୀଲଙ୍କା ଭାରତ ସହିତ କୌଣସି ଟେଷ୍ଟ ମ୍ୟାଚ ଖେଳିବ ନାହିଁ। କାରଣ ଆପଣ ଜାଣିଥିବେ ଟେଷ୍ଟ ମ୍ୟାଚ ପାଇଁ ପ୍ରଥମରୁ ହିଁ ତାର ସବୁ ସୂଚୀ ପ୍ରସ୍ତୁତ କରି ଦିଆ ଯାଇଥାଏ। ତେଣୁ ଏହି ସୂଚୀ ଅନୁସାରେ କୌଣସି ଟେଷ୍ଟ ମ୍ୟାଚ ହେବାର ଚାନ୍ସ କମ। ୩ ଟି ଦିନିକିଆ ଆଉ ୩ ଟି ଟି-୨୦ ମ୍ୟାଚ ହେବାର ଅଛି। ଆପଣ ଜାଣିଛନ୍ତି ୨୦୨୩ ରେ ଯେଉଁ ଦିନିକିଆ ବିଶ୍ୱକପ ଅଛି ତାହା ଭାରତରେ ଖେଳାଯିବାର ଅଛି। ତେଣୁ ଭାରତ ଏହି ୨୦୨୨ ରେ ହେବାକୁ ଥିବା ଟି-୨୦ ବିଶ୍ୱକପ ପରେ ଯେତେ ଦିନିକିଆ ମ୍ୟାଚ ଭାରତ ଭିତରେ ଖେଳିବ ତାହା ଭାରତ ପାଇଁ ସେତିକି ଭଲ।
ଯେହେତୁ ୨୦୨୩ ରେ ହେବାକୁ ଥିବା ଦିନିକିଆ ବିଶ୍ୱକପ ଭାରତରେ ହେଉଛି ତେଣୁ ଭାରତ ଏହା ନିଶ୍ଚୟ ଜିତିବାକୁ ଲକ୍ଷ୍ୟ ରଖିଛି। ତେଣୁ ଭାରତ ନିଜ ମାଟିରେ ଯେତେ ଦିନିକିଆ ମ୍ୟାଚ ଖେଳିବ ତାହା ଭାରତ ପାଇଁ ସେତେ ଭଲ ବୋଲି କୁହାଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।