ବ୍ୟୁରୋ ରିପୋର୍ଟ: ଯେବେବି ଭାରତୀୟ କ୍ରିକେଟର କଥା ଉଠେ ମହେନ୍ଦ୍ର ସିଂହ ଧୋନିଙ୍କ କଥା ମଧ୍ୟ ଉଠେ। ସେ ଭାରତୀୟ ଏପରି ଜଣେ ଅଧିନାୟକ ଯିଏକି ତିନୋଟି ଯାକ ଆଇସିସି ଟ୍ରଫି ନିଜ ଅଧିନାୟକତ୍ୱରେ ଜିତାଇଛନ୍ତି। କେବଳ ଟ୍ରଫି ନୁହେଁ ନିଜର ଶାନ୍ତ ଓ ଚତୁରତା ପାଇଁ ଧୋନି ବେସ୍ ଲୋକପ୍ରିୟ ଅଟନ୍ତି। ଅନେକ ମହାନ ଖେଳାଳି ଓ ବ୍ୟକ୍ତି ଧୋନିଙ୍କୁ ପ୍ରଶଂସା କରିଥାନ୍ତି।

ଭାରତର ପୂର୍ଵ ଖେଳାଳି ଏବଂ ପୂର୍ଵ ହେର୍ଡ କୋଚ ରବି ଶାସ୍ତ୍ରୀ ମଧ୍ୟ ଧୋନୀଙ୍କ ପ୍ରଶଂସା କରିଛନ୍ତି। ସେ କହିଛନ୍ତି,”ମୁଁ ନିଜେ ଜୀବନରେ ଧୋନିଙ୍କ ପରି ମଣିଷ ଦେଖି ନାହିଁ ସେ ସମସ୍ତଙ୍କ ଠୁ ନିଆରା ଏପରି କି ସଚିନ ମଧ୍ୟ ତାଙ୍କ ସାମ୍ନାରେ ଫେଲ। ଏହାର କାରଣ ହେଉଛି ସଚିନ ବେଳେବେଳ ରାଗିଛନ୍ତି କିନ୍ତୁ ମୁଁ ଧୋନିଙ୍କୁ ରାଗିବା କି ବିଚଳିତ ହେବା ଦେଖିନାହିଁ ବରଂ ସେ ନିଜର ଚତୁରତା ସହ ହାରିବାକୁ ଥିବା ମ୍ୟାଚ ମଧ୍ୟ ଜିତାଇଥାନ୍ତି”।
ରବି ଶାସ୍ତ୍ରୀ ପାକିସ୍ତାନର ପୂର୍ଵ ବୋଲର ସୋଏବ ଅକତରଙ୍କ ୟୁଟୁବ ଚ୍ୟାନେଲର ସାକ୍ଷାତକାରରେ କହିଛନ୍ତି କି “ଧୋନି ଏତେ ଶାନ୍ତ ଥିଲେ କି ପରିସ୍ଥିତି କିପରି ମଧ୍ୟ ହେଉ ଟିମ ହାରୁ କି ଜିତୁ ଲୋକ କଣ ଆଲୋଚନା କରନ୍ତୁ ତାଙ୍କୁ କୌଣସି ଫରକ ପଡୁନଥିଲା। ସଚିନ ଭଲ ଲିଡ଼ର ସତ ତଥାପି ସେ ରାଗିଛନ୍ତି କିନ୍ତୁ ମୁଁ ଧୋନୀଙ୍କ ରାଗିବା ଦେଖିନାହିଁ”।
Your take on this?🤔#RaviShastri #MSDhoni #SachinTendulkar pic.twitter.com/xn94imA0uT
— CricTracker (@Cricketracker) January 26, 2022
କହିରଖିବି ଧୋନି ନିଜ ଅଧିନାୟକରେ ଭାରତକୁ ୨୦୦୭ ଟି-୨୦ ବିଶ୍ୱକପ ,୨୦୧୧ରେ ODI ବିଶ୍ୱକପ ଓ ୨୦୧୩ ଚମ୍ପିୟାନ୍ସ ଟ୍ରଫି ଜିତାଇଛନ୍ତି। କେବଳ ଅଧିନାୟକତ୍ୱ ନୁହେଁ ସେ ବିଶ୍ୱର ନମ୍ବର ୧ ଫିନିସର ମଧ୍ୟ ଅଟନ୍ତି। କହିରଖିବୁ ବର୍ଷ ୨୦୨୦ ଅଗଷ୍ଟ ୨୦ରେ ଧୋନି ଇଣ୍ଟରନେସନାଲ କ୍ରିକେଟରୁ ଅବସର ନେଇଥିଲେ କିନ୍ତୁ ସେ ଆଇପିଏଲ ଖେଳୁଛନ୍ତି। ସେ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସକୁ ନିଜ ଅଧିନାୟକତ୍ୱରେ ଚାରିଥର ଚମ୍ପିୟାନ କରିଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।