ବଡ଼ ଖବର: ରୋହିତ ନୁହେଁ ବରଂ କୋହଲିଙ୍କ ଜାଗାରେ ଏହି ଖେଳାଳି ହେବେ ଟିମ ଇଣ୍ଡିଆର କ୍ୟାପଟେନ!

ବିରାଟ କୋହଲି ଅଳ୍ପଦିନ ତଳେ ଘୋଷଣା କରିଥିଲେ କି ସେ ଆଇସିସି ଟି-୨୦ ବିଶ୍ୱକପ ୨୦୨୧ପରେ ଭାରତୀୟ ଟି-୨୦ ଅଧିନାୟକ ପଦରୁ ଇସ୍ତପା ଦେଇଦେବେ। ଏହା ପରେ ଲଗାତର ଏହି ପ୍ରଶ୍ନ ଉଠୁଥିଲା କି ତେବେ ବିରାଟଙ୍କ ପରେ ଅଧିନାୟକ କିଏ ହେବ।

Google

ଇଏ ହେବେ ଟିମ ଇଣ୍ଡିଆର ଆଗାମୀ ଅଧିନାୟକ!: ଅଷ୍ଟ୍ରେଲିଆର ପୂର୍ଵ ସ୍ପିନର ବ୍ରାଡ଼ ହଗ ଦିଲ୍ଲୀ କ୍ୟାପିଟଲ୍ସର ଖେଳାଳି ଶ୍ରେୟସ ଅୟରଙ୍କ ଦ୍ଵାରା କାଫି ପ୍ରଭାବିତ। ତାଙ୍କର ମାନିବା ଅଟେକି ଭବିଷ୍ୟତରେ ଅୟର ଟିମ ଇଣ୍ଡିଆର ଅଧିନାୟକ ହୋଇପାରନ୍ତି। କହିରଖିବୁକି ଅୟରଙ୍କ ଅଧିନାୟକତ୍ୱରେ ଦିଲ୍ଲୀ କ୍ୟାପିଟଲ୍ସ ଆଇପିଏଲ ୨୦୨୦ ର ଫାଇନାଲରେ ପହଁଚିଥିଲା।

ଅୟରଙ୍କୁ ଲାଗିଥିଲା ଆଘାତ: ଶ୍ରେୟସ ଅୟରଙ୍କୁ ଏହି ବର୍ଷ ଇଂଲଣ୍ଡ ସହ ଘରୋଇ ସିରିଜ ସମୟରେ ଫିଲଡିଙ୍ଗ ସମୟରେ କାନ୍ଧରେ ଆଘାତ ଲାଗିଯାଇଥିଲା ,ଯାହା ପାଇଁ ସେ ଆଇପିଏଲ ୨୦୨୧ର ପ୍ରଥମ ଭାଗରେ ଖେଳିପାରିନଥିଲେ। ଯେବେ ଦ୍ୱିତୀୟ ଭାଗରେ ସେ ଆସିଲେ ଏହା ପରେ ମଧ୍ୟ ରିଷଭ ପନ୍ତ ହିଁ ଅଧିନାୟକତ୍ୱ ସମ୍ଭାଳୁଛନ୍ତି।

Google

ଟିମ ଇଣ୍ଡିଆର ଭବିଷ୍ୟତ ଅଧିନାୟକ ହେଉଛନ୍ତି ଅୟର! ବ୍ରାଡ଼ ହଗ ନିଜ ୟୁଟୁବ ଚ୍ୟାନେଲରେ କହିଛନ୍ତି,”ଆଘାତ ପରେ ଅୟର ଫେରିଛନ୍ତି ଓ ସେ ବହୁତ ପ୍ରେସରରେ ଅଛନ୍ତି। ତାଙ୍କୁ ଟି-୨୦ ବିଶ୍ୱକପ ୨୦୨୧ ଭାରତୀୟ ଟିମରେ ଜାଗା ମିଳିନାହିଁ। ଗୋଟେ ଜିନିଷ ଯାହା ମୁଁ ପ୍ରେସ କନ୍ଫରେନ୍ସରେ ଦେଖିଥିଲି ତାହା ହେଉଛି ଅୟର ଭବିଷ୍ୟତରେ ଟିମ ଇଣ୍ଡିଆର ଅଧିନାୟକ ହୋଇପାରନ୍ତି”। ଏହି ଖବର ସୋସିଆଲ ମିଡିଆରେ ଭାଇରଲ ହେଉଛି।

ମୁଖ୍ୟ ଟିମରେ ମିଳିଲା ନାହିଁ ଅୟରଙ୍କୁ ଜାଗା: ହଗ ଆଗକୁ କହିଛନ୍ତି,”ଅୟର ଲିମିଟେଡ଼ ଓଭର ଖେଳରେ ଭାରତର ରେଗୁଲାର ଖେଳାଳି ଥିଲେ। ଅୟର ଆଇପିଏଲର ୧୪ ତମ ସିଜନ ପୂର୍ବରୁ ଇଂଲଣ୍ଡ ସହ ପ୍ରଥମ ଦିନିକିଆରେ ଆଘାତ ହୋଇଯାଇଥିଲେ। ଫିଲଡିଙ୍ଗ କରିବା ସମୟରେ ତାଙ୍କ କାନ୍ଧରେ ଆଘାତ ଲାଗିଥିଲା ଯାହା ପରେ ତାଙ୍କର ସର୍ଜରି ହୋଇଥିଲା। ଟି-୨୦ ବିଶ୍ୱକପ ପାଇଁ ତାଙ୍କୁ ରିଜର୍ଭ ଖେଳାଳି ହିସାବରେ ଅନ୍ତର୍ଭୁକ୍ତ କରାଯାଇଛି”।

ହାଇଦ୍ରାବାଦ ବିରୁଦ୍ଧରେ ଆଇପିଏଲ ୨୦୨୧ରେ ଫେରିଲେ ଅୟର: ଆଘାତ ପରେ ଯେବେ ଅୟର ଫେରିଲେ ସେବେ ସିଏ ଆଇପିଏଲ ୨୦୨୧ ର ଦ୍ୱିତୀୟ ଭାଗରେ ଦିଲ୍ଲୀ କ୍ୟାପିଟଲ୍ସ ଟିମରେ ଖେଳି ହାଇଦ୍ରାବାଦ ବିରୁଦ୍ଧରେ ୪୧ ବଲରେ ୪୭ ରନର ମ୍ୟାଚ ବିଜୟୀ ପାରି ଖେଳିଥିଲେ। ଦିଲ୍ଲୀର ଆଗାମୀ ମ୍ୟାଚ ୨୫ ସେପ୍ଟେମ୍ବରକୁ ରାଜସ୍ଥାନ ରୟାଲ୍ସ ବିରୁଦ୍ଧରେ ଅବୁଧାବିରେ ଖେଳିବ। ଯାହାକି ଆଜି ଅଛି। ତେବେ ଅୟର ହେବେ ନା ରୋହିତ ଆପଣଙ୍କ ମତ କଣ ଆମକୁ ନିଶ୍ଚିତ ଜଣାଇବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *