ODI କ୍ରିକେଟରେ ଇତିହାସ ରଚିଲା ଇଂଲଣ୍ଡ! ନେଦରଲ୍ୟାଣ୍ଡ ବିପକ୍ଷରେ ଲଗାଇଲେ ବୋର୍ଡ଼ରେ ୪୯୮ ରନ

ବ୍ୟୁରୋ ରିପୋର୍ଟ: ଇଂଲଣ୍ଡ ଓ ନେଦରଲ୍ୟାଣ୍ଡ ମଧ୍ୟରେ ଚାଲୁଥିବା ପ୍ରଥମ ଏକଦିବସିୟ ଇଣ୍ଟରନେସନାଲ ମ୍ୟାଚରେ ଇଂଲଣ୍ଡ ଏକଦିବସିୟରେ ସବୁଠୁ ବଡ଼ ସ୍କୋରର ରେକର୍ଡ ଭାଙ୍ଗିଦେଇଛି। ଇଂଲଣ୍ଡ ପ୍ରଥମ ବ୍ୟାଟିଙ୍ଗ କରି ୪୯୮ ରନ କରିଥିଲା ଯାହା ଏକଦିବସିୟରେ ଏବେ ପର୍ଯ୍ୟନ୍ତର ସବୁଠୁ ବଡ଼ ସ୍କୋର। ଏହା ପୂର୍ବରୁ ଏକଦିବସିୟରେ ସବୁଠୁ ବଡ଼ ସ୍କୋର ୪୮୧ ରନ ଥିଲା ଯାହା ଇଂଲଣ୍ଡ ଅଷ୍ଟ୍ରେଲିଆ ବିରୁଦ୍ଧରେ ୨୦୧୮ରେ କରିଥିଲା।

Google
ଇଂଲଣ୍ଡର ଆରମ୍ଭ ଖରାପ ରହିଥିଲା:

ଏହି ମ୍ୟାଚରେ ଇଂଲଣ୍ଡର ଆରମ୍ଭ ଭଲ ରହିନଥିଲା କାରଣ ୧ ରନର ସ୍କୋରରେ ଓପନର ଯେସନ ରୟ ଆଉଟ ହୋଇଯାଇଥିଲେ। ଏହା ପରେ ଫିଲିଫ ସାଲଟ ଓ ଡେଭିଡ ମଲାନ ସୁନ୍ଦର ବ୍ୟାଟିଙ୍ଗ କରି ଦ୍ୱିତୀୟ ୱିକେଟ ପାଇଁ ୨୨୨ ରନର ବିଶାଳ ପାର୍ଟନରସିପ କରିଥିଲେ। ଟସ୍ ଜିତି ନେଦରଲ୍ୟାଣ୍ଡ ପ୍ରଥମେ ବୋଲିଙ୍ଗ ନିସ୍ପତି ନେଇଥିଲା।

ଇଂଲଣ୍ଡର ତିନି ଖେଳାଳି ଲଗାଇଲେ ଶତକ:

ଇଂଲଣ୍ଡର ଓପନର ଫିଲିଫ ସାଲଟ ମାତ୍ର ୯୩ ବଲରେ ୧୨୨ ରନ କରିଥିଲେ ଯେଉଁଥିରେ ୧୪ଟି ଚୌକା ଓ ୩ଟି ଛକା ସାମିଲ ଥିଲା। ତାଙ୍କ ସାଥିରେ ତିନି ନମ୍ବରରେ ବ୍ୟାଟିଙ୍ଗ କରିଥିବା ଡେଭିଡ ମଲାନ ମଧ୍ୟ ସୁନ୍ଦର ବ୍ୟାଟିଙ୍ଗ କରିଥିଲେ। ସେ ୧୦୯ ବଲରେ ୧୨୫ ରନ କରିଥିଲେ ଯେଉଁଥିରେ ୯ ଟି ଚୌକା ଓ ୩ଟି ଛକା ସାମିଲ ଥିଲା। ଏହା ଛଡା ୱିକେଟ କିପର ବ୍ୟାଟ୍ସମ୍ୟାନ ଜୋସ ବଟଲର ମଧ୍ୟ ଏହି ମ୍ୟାଚରେ ଶତକ ଲଗାଇଥିଲେ।

ଜୋସ ବଟଲରଙ୍କ ଜବରଦସ୍ତ ପାରି:

ଆଇପିଏଲ ୨୦୨୨ରେ ସୁନ୍ଦର ଫର୍ମରେ ଥିବା ଜୋସ ବଟଲର ଜବରଦସ୍ତ ପାରି ଖେଳିଥିଲେ। ସେ ଏହି ମ୍ୟାଚରେ ୪୩ ବଲରେ ଶତକ ଲଗାଇବା ସହ ୭୦ ବଲରେ ୧୬୨ ରନ କରିଥିଲେ। ଯେଉଁଥିରେ ୭ ଟି ଚୌକା ଓ ୧୪ ଟି ଛକା ସାମିଲ ଅଛି। ଏହା ସହ ଲିୟାମ ଲିଭିଙ୍ଗଷ୍ଟୋନ ୨୨ ବଲରେ ୬୬ ରନର ଜବରଦସ୍ତ ପାରି ଖେଳିଥିଲେ। ସେ ନିଜ ପାରିରେ ୬ ଟି ଚୌକା ଓ ୬ଟି ଛକା ଲଗାଇଥିଲେ।

ଏହି ମ୍ୟାଚରେ ହେଲା ୨୬ ଛକା ୩୬ ଚୌକା:

ଏହି ମ୍ୟାଚରେ ଇଂଲଣ୍ଡର ବ୍ୟାଟ୍ସମ୍ୟାନ ମୋଟ ୨୬ ଛକା ଲଗାଇଥିଲେ। ଏଥିରେ ୧୪ ଟି ଛକା କେବଳ ବଟଲର ଲଗାଇଥିଲେ। ୬ଟି ଛକା ଲିୟାମ ଲିଭିଙ୍ଗଷ୍ଟୋନ ଲଗାଇଥିଲେ। ଫିଲିପ ସାଲଟେ ଓ ଡେଭିଡ ମଲାନ ୩-୩ ଛକା ଲଗାଇଥିଲେ। ୪୯୮ ରନର ସ୍କୋର କରିବାରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ୩୬ ଟି ଚୌକା ଲଗାଇଥିଲେ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *