ଭାରତ ଓ ବାଂଗଲାଦେଶ ମଧ୍ୟରେ ଖେଳାଯାଇଥିବା ଦିନିକିଆ ମ୍ୟାଚରେ ୧ ୱିକେଟରେ ଜିତି ଯାଇଛି ବାଂଗଲାଦେଶ ଟିମ। ଆଗ ବ୍ୟାଟିଂ କରିଥିଲା ଟିମ ଇଣ୍ଡିଆ ହେଲେ ଭାରତ ଦେଇଥିବା ଲକ୍ଷ୍ୟକୁ ୯ ୱିକେଟ ହରାଇ ହାସଲ କରିନେଇଥିଲା ବାଂଲାଦେଶ ଟିମ। ୧-୦ ରେ ବାଂଗଲାଦେଶ ଏହି ସିରିଜରେ ଆଗୁଆ ହୋଇଯାଇଛି।
ଭାରତ ପକ୍ଷରୁ ରୋହିତ ଶର୍ମା ୩୧ ବଲରେ ୨୭ ରନ କରିଥିଲେ। ଶିଖର ଧାୱନ ୭, ବିରାଟ କୋହଲି ୯ କରିଥିଲେ। ଶ୍ରେୟସ ଅୟର ୨୪ ରନ କରିଥିଲେ। ପାରି ସମ୍ଭାଳିଥିଲେ କେ ଏଲ ରାହୁଲ। ରାହୁଲ ୭୩ ରନର ଜବରଦସ୍ତ ପାରି ଖେଳିଥିଲେ। ସେ ୭୦ ବଲରେ ୭୩ ରନ କରିଥିଲେ। ତାଙ୍କର ଏହି ପାରିରେ ସାମିଲ ଥିଲା ୫ଟି ଚୌକା ଓ ୪ଟି ଛକା। ୱାସିଂଟନ ସୁନ୍ଦର ମଧ୍ୟ ୪୩ ବଲରେ ୧୯ ରନ କରିଥିଲେ। ଭାରତ ଆଗ ବ୍ୟାଟିଂ କରି ୧୮୬ ରନ କରିଥିଲା। ଦଳ ୪୧.୨ ଓଭରରେ ୧୦ ୱିକେଟ ହରାଇ ୧୮୬ ରନ କରିଥିଲେ।
ବାଂଗଲାଦେଶ ପକ୍ଷରୁ ସାକିବ ଅଲ ହାସନ ୫ଟି ୱିକେଟ ଅକ୍ତିଆର କରିଥିଲେ। ହୁସେନ ୪ଟି, ମିରାଜ ଗୋଟିଏ ୱିକେଟ ନେଇଥିଲେ।
ବାଂଗଲାଦେଶ ପକ୍ଷରୁ ଲିଟନ ଦାସ ଜବରଦସ୍ତ ପାରି ଖେଳିଥିଲେ। ସେ ୬୩ ବଲରେ ୪୧ ରନ କରିଥିଲେ। ସେ ୩ଟି ଚୌକା ଓ ଗୋଟିଏ ଛକା ଲଗାଇଥିଲେ। ସାକିବ ଅଲ ହାସନ ୩୮ ବଲରେ ୨୯ ରନ କରିଥିଲେ। ସେ ୩ଟି ଚୌକା ଲଗାଇଥିଲେ। ମିରାଜ ଶେଷ ଭାଗରେ ମ୍ୟାଚର ଜବରଦସ୍ତ ପ୍ରଦର୍ଶନ କରିଥିଲେ। ସେ ୩୯ ବଲରେ ୩୮ ରନ କରିଥିଲେ। ସେ ୪ଟି ଚୌକା ଓ ୨ଟି ଛକା ଲଗାଇଥିଲେ।
ଭାରତୀୟ ଦଳ ପକ୍ଷରୁ ମହମ୍ମଦ ସିରାଜ ୩ଟି ୱିକେଟ ନେଇଥିବା ବେଳେ କୁଲଦୀପ ସେନ ୨ଟି, ୱାସିଂଟନ ସୁନ୍ଦର ୨ଟି ନେଇଥିଲେ। ଦୀପକ ଚାହର ଓ ସାରଦୁଲ ଠାକୁର ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିବାରେ ସଫଳ ରହିଥିଲେ। ତେବେ ବାଂଗଲାଦେଶ ଏହି ମ୍ୟାଚ ଜିତି ସିରିଜରେ ୧-୦ ରେ ଆଗୁଆ ହୋଇଯାଇଛି। ସାକିବ ଅଲ ହାସନ ଜବରଦସ୍ତ ପ୍ରଦର୍ଶନ କରିଥିଲେ।