ବ୍ୟୁରୋ ରିପୋର୍ଟ: ଭାରତକୁ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ତିନୋଟି ମ୍ୟାଚର ଏକଦିବସିୟ ସିରିଜ ପୂର୍ବରୁ ବଡ଼ ଝଟକା ଲାଗିଛି। ଆଘାତ ଦ୍ଵାରା ଟିମରୁ ବାହାରେ ରହିଥିବା ୱାସିଙ୍ଗଟନ ସୁନ୍ଦର ଟିମକୁ ଫେରିବା ପରେ ଏବେ କରୋନା ପଜେଟିଭ ରିପୋର୍ଟ ଆସିଛି। ୧୯ ଜାନୁଆରୀରୁ ଆରମ୍ଭ ହେବାକୁ ଥିବା ଏକଦିବସିୟ ସିରିଜ ସୁନ୍ଦର ଖେଳିପାରିବା କଷ୍ଟକର ଦେଖାଯାଉଛି। ୨୨ ବର୍ଷୀୟ ସୁନ୍ଦରଙ୍କୁ ଏକଦିବସିୟ ସିରିଜ ପାଇଁ କେପଟାଉନକୁ ଯିବାର ଥିଲା। ବର୍ତ୍ତମାନ ଏହା ନିଶ୍ଚିତ ନୁହେଁ କି ସେ କେପଟାଉନ ଯାଇପାରିବେ କି ନାହିଁ।

କ୍ରିକବଜ ଯେବେ ସୁନ୍ଦରଙ୍କୁ ଏହା ବିଷୟରେ ପଚାରିଥିଲେ ସେ କହିଥିଲେ,”ମୋ ପାଖରେ କମେଣ୍ଟ କରିବା ପାଇଁ କିଛି ନାହିଁ। ମୁଁ ବହୁତ ଜଲ୍ଦି ଏହା ବିଷୟରେ କହିବି”। ବୁଧବାରକୁ ଭାରତୀୟ ଏକଦିବସିୟ ଟିମକୁ ଏକଦିବସିୟ ସିରିଜ ପାଇଁ ଦକ୍ଷିଣ ଆଫ୍ରିକା ଯିବାର ଅଛି।
Washington Sundar has tested positive for Covid but he didn’t travel with the team to Mumbai, from where the ODI squad will fly out to South Africa tonight. Replacement, most likely, will be announced tomorrow.
— Rahul Rawat (@rawatrahul9) January 11, 2022
ODI ସିରିଜ ପାଇଁ ଭାରତୀୟ ଦଳ: ଶିଖର ଧୱନ, ବିରାଟ କୋହଲି, ଋତୁରାଜ ଗାୟକବାଡ଼,ଶ୍ରେୟସ ଅୟର, ସୂର୍ଯ୍ୟ କୁମାର ଯାଦବ, ଭେଙ୍କଟେସ ଅୟର, ୱାସିଙ୍ଗଟନ ସୁନ୍ଦର ,ରବିଚନ୍ଦ୍ରନ ଅଶ୍ୱିନୀ, କେ ଏଲ ରାହୁଲ(ଅଧିନାୟକ), ରିସଭ ପନ୍ତ,ଇସାନ କିସନ, ୟୁଜବେନ୍ଦ୍ର ଚହଲ, ଯଶପ୍ରୀତ ବୁମରା,ଭୁବନେଶ୍ୱର କୁମାର, ଦୀପକ ଚାହର,ପ୍ରସିଦ୍ଧ କୃଷ୍ଣା, ସାରଦୁଲ ଠାକୁର, ମହମ୍ମଦ ସିରାଜ।
ରୋହିତ ଶର୍ମା ୧୦୦% ଫିଟ ନଥିବାରୁ ଚୟନ ହୋଇନାହାନ୍ତି। ତାଙ୍କ ଜାଗାରେ କେ ଏଲ ରାହୁଲଙ୍କୁ ଅଧିନାୟକ କରାଯାଇଛି। ଏକଦିବସିୟ ସିରିଜର ପ୍ରଥମ ଦୁଇଟି ମ୍ୟାଚ ୧୯ ଓ ୨୧ ଜାନୁଆରୀକୁ ପାର୍ଲର ବୋଲେଣ୍ଡ ଷ୍ଟାଡିୟମରେ ଖେଳାଯିବାର ଅଛି। ଯେବେକି ତୃତୀୟ ମ୍ୟାଚ ୨୩ ଜାନୁଆରୀକୁ କେପଟାଉନରେ ଖେଳାଯିବାର ଅଛି।
JUST IN: Washington Sundar has tested positive for Covid-19 and is now a doubtful starter for the three-match ODI series against South Africa. @vijaymirror ✍️#SAvINDhttps://t.co/xT7uO5Ohg7
— Cricbuzz (@cricbuzz) January 11, 2022
ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।