ବ୍ୟୁରୋ ରିପୋର୍ଟ: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଏକଦିବସିୟ ମ୍ୟାଚ ରବିବାରକୁ ହୋଇଥିଲା ଯେଉଁଥିରେ ଭାରତୀୟ ଦଳ ବିଜୟ ହାସଲ କରିଥିଲା। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦୁଇ ଟିମ ଆମ୍ନା ସାମ୍ନା ହୋଇଥିଲେ। ଦକ୍ଷିଣ ଆଫ୍ରିକା ସିରିଜରେ ନିରାଶଜନକ ପ୍ରଦର୍ଶନ ପରେ ଟିମ ଇଣ୍ଡିଆ ଏହି ସିରିଜରେ ଭଲ ଆରମ୍ଭ କରିଛି। ତେବେ ପ୍ରଥମ ODI ପରେ ଦ୍ୱିତୀୟ ODI ରେ ସହାରୁଖ ଖାନଙ୍କୁ ଦଳରେ ଜାଗା ମିଳିପାରେ।

ଇସାନ କିସନଙ୍କୁ ଟିମ ଇଣ୍ଡିଆରେ ମୌକା:
୨୩ ବର୍ଷୀୟ ଇସାନ କିସନ ଭାରତୀୟ ଟିମ ପାଇଁ ଦୁଇଟି ଏକଦିବସିୟ ଓ ୫ ଟି ଟି-୨୦ ଇଣ୍ଟରନେସନାଲ ମ୍ୟାଚ ଖେଳିସାରିଛନ୍ତି। ସେ ଏକଦିବସିୟରେ ୩୦ର ଔସତରେ ୬୦ ରନ କରିଛନ୍ତି। ସେହିପରି ଟି-୨୦ ଇଣ୍ଟରନେସନାଲରେ ୨୮.୨୫ ଔସତରେ ୧୧୩ ରନ କରିଛନ୍ତି। ସୀମିତ ଓଭର ଦୁଇଟିଯାକ ଫର୍ମାଟରେ ସେ ଗୋଟେ ଗୋଟେ ଅର୍ଦ୍ଧଶତକ ମାରିଛନ୍ତି।
ସାହରୁଖ ଖାନଙ୍କୁ ମିଳିଛି ପୁରସ୍କାର:
ସାହାରୁଖ ଖାନଙ୍କୁ ଘରୋଇ କ୍ରିକେଟରେ ସୁନ୍ଦର ପ୍ରଦର୍ଶନର ପୁରସ୍କାର ମିଳିଛି। ସାହରୁ ଖାନ କର୍ଣ୍ଣାଟକ ବିରୁଦ୍ଧରେ ସୈଦ ମୁସ୍ତାକ ଅଲ୍ଲୀ ଟ୍ରଫିର ଫାଇନାଲରେ ଶେଷ ବଲରେ ଛକା ମାରି ଟିମକୁ ଜିତାଇଥିଲେ। ସେହିପରି ବିଜୟ ହଜାରେ ଟ୍ରଫିରେ କ୍ବାର୍ଟର ଫାଇନାଲରେ ସେ କର୍ଣ୍ଣାଟକ ବିରୁଦ୍ଧରେ ୩୯ ବଲରେ ୭୯ ରନ କରିଥିଲେ ଓ ହିମାଚଳ ପ୍ରଦେଶ ବିରୁଦ୍ଧରେ ଫାଇନାଲରେ ମଧ୍ୟ ୪୨ ରନର ଯୋଗଦାନ ଦେଇଥିଲେ।

ପ୍ରଥମ ଏକଦିବସିୟ ମ୍ୟାଚ ଟିମ ଇଣ୍ଡିଆ ପାଇଁ ଖାସ ଥିଲା। ଭାରତର ଏହା ୧୦୦୦ ତମ ଏକଦିବସିୟ ମ୍ୟାଚ ଥିଲା। ଭାରତ ୧୦୦୦ ତମ ଏକଦିବସିୟ ମ୍ୟାଚ ଖେଳିବା ପ୍ରଥମ ଦଳ ଏବଂ ଭାରତ ଏଥିରେ ବିଜୟ ହାସଲ କରିଥିଲା।
ଇସାନ କିସନ କରିଥିଲେ ପ୍ରଥମ ODI ରେ ଓପନିଙ୍ଗ:
ଏହା ମଧ୍ୟରେ ଇସାନ କିସନ ପ୍ରଥମ ଏକଦିବସିୟରେ ଓପନିଙ୍ଗ କରିଥିଲେ ଏବଂ ଦ୍ୱିତୀୟ ଦିନିକିଆରେ ବି କରିପାରନ୍ତି। ଅଧିନାୟକ ରୋହିତ ଶର୍ମା ପ୍ରଥମ ମ୍ୟାଚର ପୂର୍ଵ ସନ୍ଧ୍ୟାରେ ହୋଇଥିବା ପ୍ରେସ କନ୍ଫରେନ୍ସରେ ଏହାର ସୂଚନା ଦେଇଥିଲେ ଏବଂ ଇଶାନ ପ୍ରଥମ ODI ରେ ଓପନ କରିଥିଲେ। ରୋହିତ କହିଥିଲେ “ଶିଖର କରୋନା ପଜେଟିଭ ହୋଇଛନ୍ତି ଓ ରାହୁଲ ପ୍ରଥମ ମ୍ୟାଚ ପାଇଁ ଉପଲବ୍ଧ ନାହଁନ୍ତି। ବିକଳ୍ପ ରୂପରେ ସାମିଲ ହୋଇଥିବା ମୟଙ୍କ ଅଗ୍ରୱାଲ ଏବେ କ୍ବାରେଣ୍ଟାଇନରେ ଅଛନ୍ତି। ଟିମ ଇଣ୍ଡିଆ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ।”

ୱେଷ୍ଟଇଣ୍ଡିଜ ସିରିଜ ପାଇଁ ଭାରତୀୟ ସିଡ୍ୟୁଲ:
୧ମ ଏକଦିବସିୟ-୬ ଫେବୃଆରୀ ଅହମ୍ମଦାବାଦ
୨ୟ ଏକଦିବସିୟ-୯ ଫେବୃଆରୀ ଅହମ୍ମଦାବାଦ
୩ୟ ଏକଦିବସିୟ-୧୨ ଫେବୃଆରୀ ଅହମ୍ମଦାବାଦ
୧ମ ଟି-୨୦-୧୬ ଫେବୃଆରୀ କୋଲକତା
୨ୟ ଟି-୨୦-୧୮ ଫେବୃଆରୀ କୋଲକତା
୩ୟ ଟି-୨୦-୨୦ ଫେବୃଆରୀ କୋଲକତା
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।