SA vs IND: ଟେଷ୍ଟ ପରେ ଦିନିକିଆ ସିରିଜ ହାରିଲା ଟିମ ଇଣ୍ଡିଆ! ଦ୍ଵିତୀୟ ଦିନିକିଆରେ ଦକ୍ଷିଣ ଆଫ୍ରିକା ୭ ୱିକେଟରେ ବିଜୟୀ

ବ୍ୟୁରୋ ରିପୋର୍ଟ: ଦକ୍ଷିଣ ଆଫ୍ରିକା ପାର୍ଲରେ ଖେଳାଥିବା ଦ୍ୱିତୀୟ ଏକଦିବସିୟରେ ଭାରତୀୟ ଟିମକୁ ୭ ୱିକେଟରେ ହରାଇଛି। ଭାରତୀୟ ଟିମ ଟସ ଜିତି ପ୍ରଥମେ ବ୍ୟାଟିଙ୍ଗ କରି ଅଧିନାୟକ ରାହୁଲ ଓ ରିଷଭ ପନ୍ତଙ୍କ ଅର୍ଦ୍ଧଶତକ ଦ୍ଵାରା ୨୮୮ ରନ କରିଥିଲା। ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମାନ ଡିକକ ଓ ମଲାନଙ୍କ ଧମାକାଦାର ପାରି ଦ୍ଵାରା ୪୮ ଓଭରରେ ଏହି ମ୍ୟାଚକୁ ଜିତିଯାଇଛି। ଏର୍ଡନ ମାର୍କରମ ୩୬ ଓ ରାଶି ବାନ ଡେର ହୁସେନ ୩୭ ରନ କରି ନଟଆଉଟ ଅଛନ୍ତି। ଏହା ସହିତ ଦକ୍ଷିଣ ଆଫ୍ରିକା ଏକଦିବସିୟ ସିରିଜକୁ ୨-୦ରେ ଜିତିଯାଇଛି। ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜକୁ ମଧ୍ୟ ୨-୧ରେ ଜିତିଥିଲା।

Google

ଟାର୍ଗେଟର ପିଛା କରିବାକୁ ଓହ୍ଲାଇଥିବା ଦକ୍ଷିଣ ଆଫ୍ରିକା ଟିମ ସୁନ୍ଦର ଆରମ୍ଭ କରିଥିଲା। ଡିକକ ଓ ମଲାଂ ପ୍ରଥମ ୱିକେଟ ପାଇଁ ୧୩୨ ରନର ପାର୍ଟନରସିପ କରିଥିଲେ।ଡିକକ ୭୮ ରନ କରି ସାରଦୁଲ ଠାକୁରଙ୍କ ବଲରେ ଆଉଟ ହୋଇଥିଲେ। ଏହା ପରେ ତେମ୍ବା ବଭୁମା ଶତକ ଆଡ଼କୁ ବଢୁଥିଲେ କିନ୍ତୁ ବୁମରା ତାଙ୍କୁ ୯୧ କରି ଦେଇଥିଲେ। ଏହା ପର ଓଭରରେ ଚହଲ ବାବୁମାଙ୍କୁ ମଧ୍ୟ ୩୫ ରନରେ ଆଉଟ କରିଦେଇଥିଲେ।

ଏହା ପୂର୍ବରୁ ରିଷଭ ପନ୍ତଙ୍କ ସୁନ୍ଦର କ୍ୟାରିଅର ବେଷ୍ଟ ୮୫ ରନର ପାରିଦ୍ଵାରା ଭାରତ ୬ ୱିକେଟ ହରାଇ ୨୮୭ ରନ କରିଥିଲା। ତାଙ୍କ ସହ ଅଧିନାୟକ ରାହୁଲ ମଧ୍ୟ ୫୫ ରନର ସୁନ୍ଦର ଅର୍ଦ୍ଧଶତକୀୟ ପାରି ଖେଳିଥିଲେ। ଦକ୍ଷିଣ ଆଫ୍ରିକା କିନ୍ତୁ ମଝି ଓଭରରେ ଲଗାତର ତିନୋଟି ୱିକେଟ ନେଇ ଭାରତକୁ ବଡ଼ ସ୍କୋର କରିବାକୁ ଦେଇନଥିଲେ।

Google

ଶ୍ରେୟସ ଅୟର ୧୧ ରନ କରିଥିଲେ, ଭେଙ୍କଟେସ ଅୟର ୨୨ ରନ କରିଥିଲେ। ପୂର୍ଵ ମ୍ୟାଚରେ ସୁନ୍ଦର ଅର୍ଦ୍ଧଶତକ ମାରିଥିବା ସାରଦୁଲ ଠାକୁର ୩୮ ବଲରେ ୪୦ ରନର ମହତ୍ତ୍ୱପୂର୍ଣ୍ଣ ପାରି ଖେଳିଥିଲେ। ଆର ଆଶ୍ୱିନୀ ମଧ୍ୟ ୨୪ ବଲରେ ୨୫ ରନ କରିଥିଲେ। ଧାୱନ ସୁନ୍ଦର ଆରମ୍ଭ କରି ମଧ୍ୟ ପାରିକୁ ଆଗକୁ ବଢ଼ାଇନଥିଲେ। ପୂର୍ଵ ଅଧିନାୟକ କୋହଲି୫ବଲ ଖେଳି ଖାତା ନଖୋଲି ଆଉଟ ହୋଇଯାଇଥିଲେ। ଏହିପରି ଭାରତକୁ ଦକ୍ଷିଣ ଆଫ୍ରିକା ୭ ୱିକେଟରେ ହରାଇ ସିରିଜକୁ ୨-୦ରେ କବ୍ଜା କରିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *