ବ୍ୟୁରୋ ନ୍ୟୁଜ: ଇଂଲଣ୍ଡ ଟିମ ବାମହାତୀ ବୋଲର ରିସ ଟ୍ରୋପଲିଙ୍କ ସୁନ୍ଦର ପ୍ରଦର୍ଶନ ଦ୍ଵାରା ଗୁରୁବାରକୁ ଦ୍ୱିତୀୟ ଏକଦିବସିୟରେ ଭାରତକୁ ୧୦୦ ରନରେ ହରାଇଦେଇଛି। ଦ୍ୱିତୀୟ ଦିନିକିଆ ମ୍ୟାଚରେ ଇଂଲଣ୍ଡ ୪୯ ଓଭରରେ ୨୪୬ ରନରେ ଅଲଆଉଟ ହୋଇଯାଇଥିଲା। ଏହା ପରେ ଲକ୍ଷ୍ୟର ପିଛା କରିବାକୁ ଓହ୍ଲାଇଥିବା ଟିମ ଇଣ୍ଡିଆ ୩୮.୫ ଓଭରରେ ୧୪୬ ରନରେ ଅଲଆଉଟ ହୋଇଯାଇଥିଲା। ରିସ ଟ୍ରୋପଲି ସୁନ୍ଦର ବୋଲିଙ୍ଗ କରିଥିଲେ। ସେ ଏହି ମ୍ୟାଚରେ ୨୪ ରନ ଦେଇ ୬ ଟି ୱିକେଟ ନେଇଥିଲେ। ଏବେ ତିନୋଟି ମ୍ୟାଚ ବିଶିଷ୍ଟ ଏହି ସିରିଜ ୧-୧ରେ ବରାବରୀରେ ଅଛି। ଶେଷ ମ୍ୟାଚ ୧୭ ଜୁଲାଇକୁ ମାଂଚେଷ୍ଟରରେ ଖେଳାଯିବାର ଅଛି।

ଏହି ମ୍ୟାଚରେ ଭାରତ ଟସ୍ ଜିତି ପ୍ରଥମେ ବୋଲିଙ୍ଗ ନିସ୍ପତି ନେଇଥିଲା। ଇଂଲଣ୍ଡ ପ୍ରଥମେ ବ୍ୟାଟିଙ୍ଗ କରି ମୋଇନ ଅଲ୍ଲୀ(୪୭) ଓ ଡେଭିଡ ୱିଲି(୪୧) ଙ୍କ ପାରି ଦ୍ଵାରା ୨୪୬ ରନ କରିଥିଲା।ଭାରତ ତରଫରୁ ୟୁଜବେନ୍ଦ୍ର ଚାହଲ ସବୁଠୁ ଅଧିକ ୪ ଟି ୱିକେଟ ନେଇଥିଲେ। ଏହା ପରେ ଟ୍ରୋପଲି ଭାରତୀୟ କୌଣସି ବ୍ୟାଟ୍ସମ୍ୟାନଙ୍କୁ ବଡ଼ ପାରି ଖେଳିବାକୁ ଦେଇନଥିଲେ। ସେ ୯.୫ ଓଭରରେ ୨୪ ରନ ଦେଇ ୬ ଟି ୱିକେଟ ନେଇଥିଲେ। ତାଙ୍କ ସହ ଡେଭିଡ ୱିଲି,ବ୍ରାୟଡ଼ନ କାର୍ଷ,ଲିୟାମ ଲିଭିଙ୍ଗଷ୍ଟୋନ ଓ ମୋଇନ ଅଲ୍ଲୀ ୧-୧ ୱିକେଟ ନେଇଥିଲେ।
୨୪୭ ରନର ଲକ୍ଷ୍ୟର ପିଛା କରିବାକୁ ଓହ୍ଲାଇଥିବା ଭାରତର ଆରମ୍ଭ ଖରାପ ରହିଥିଲା। ଟିମ ୩୧ ରନରେ ୪ ଟି ୱିକେଟ ହରାଇଦେଇଥିଲା। ଟ୍ରୋପଲି ପ୍ରଥମେ ରୋହିତ ଶର୍ମା (୦) ଙ୍କୁ ଆଉଟ କରିଥିଲେ। ପରେ ଶିଖର ଧାୱନ (୯)ଙ୍କୁ ମଧ୍ୟ ଆଉଟ କଲେ। ଏହା ପରେ ରିଷଭ ପନ୍ତ ମଧ୍ୟ ଖାତା ନଖୋଲି ଆଉଟ ହେଲେ ଓ ବିରାଟ କୋହଲି ପୁଣି ବଡ଼ ପାରି ଖେଳିବାରେ ଅସଫଳ ରହିଲେ ଓ ୧୬ ରନ କରି ଆଉଟ ହୋଇଗଲେ।

ଏହା ପରେ ସୂର୍ଯ୍ୟ କୁମାର ଯାଦବ ଓ ହାର୍ଦିକ ପାଣ୍ଡ୍ୟା ପାରିକୁ ସମ୍ଭାଳିବାକୁ ଚେଷ୍ଟା କରିଥିଲେ। ଦୁହେଁ ୫ମ ୱିକେଟ ପାଇଁ ୪୨ ରନର ପାର୍ଟନରସିପ କରିଥିଲେ। ଏହା ପରେ ସୂର୍ଯ୍ୟକୁମାର ୨୭ ରନ କରିଥିବା ବେଳେ ଟ୍ରୋପନି ତାଙ୍କୁ ବୋଲ୍ଡ କରିଥିଲେ। ଏହା ପରେ ପାଣ୍ଡ୍ୟାଙ୍କୁ ମୋଇନ ଅଲ୍ଲୀ ଆଉଟ କରିଦେଇଥିଲେ। ସେ ମାତ୍ର ୨୯ ରନ ହିଁ କରିପାରିଥିଲେ।
Tough times don’t last, tough people do.
Nobody deserves this more.
Toppers ❤️ pic.twitter.com/EWhU5NxAUX
— England Cricket (@englandcricket) July 14, 2022
ଏହା ଜାଡେଜା ଓ ସାମୀ ଅଳ୍ପ ସମୟ ପର୍ଯ୍ୟନ୍ତ ପାରିକୁ ଆଗକୁ ବଢ଼ାଇଥିଲେ କିନ୍ତୁ ଜାଡେଜା ୨୯ ଓ ସାମୀ ୨୩ ରନର ଯୋଗଦାନ ଦେଇ ଆଉଟ ହୋଇଗଲେ। ଏହା ପୂର୍ବରୁ ଭାରତ ଭଲ ବୋଲିଙ୍ଗ କରି ଇଂଲଣ୍ଡକୁ ବଡ଼ ପାରି କରାଇବାକୁ ଦେଇନଥିଲା ଭାରତ ତରଫରୁ ଚହଲ ୪, ପାଣ୍ଡ୍ୟା ଓ ବୁମରା ୨-୨ ୱିକେଟ ନେଇଥିଲେ। ଯାହା ଦ୍ୱାରା ଇଂଲଣ୍ଡ ମାତ୍ର ୨୪୬ ରନ କରିପାରିଥିଲା। କିନ୍ତୁ ଟ୍ରୋପଲିଙ୍କ ସୁନ୍ଦର ପ୍ରଦର୍ଶନ ଦ୍ଵାରା ଇଂଲଣ୍ଡ ଏହି ମ୍ୟାଚ ୧୦୦ ରନରେ ଜିତି ସିରିଜ ଏବେ ୧-୧ରେ ବରାବରୀରେ ଅଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।