IND vs AUS: ନିର୍ଣ୍ଣାୟକ ODI ଜିତି ସିରିଜ ଜିତିଲା ଅଷ୍ଟ୍ରେଲିଆ! ଜାମ୍ପା ଓ ମାର୍ସଙ୍କ ଆକର୍ଷଣୀୟ ପ୍ରଦର୍ଶନ

ଇଣ୍ଡିଆ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନୋଟି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ତୃତୀୟ ମୁକାବିଲା ଚେନ୍ନାଇର ଚେପକ ଷ୍ଟାଡିୟମରେ ଖେଳା ଯାiଥିଲା। ଏହି ନିର୍ଣ୍ଣାୟକ ମ୍ୟାଚକୁ ଅଷ୍ଟ୍ରେଲିଆ ଦଳ ୨୧ ରନରେ ଜିତି ସିରିଜ ନିଜ ନାମରେ କରିଛି।

ଭାରତୀୟ ଦଳ ପ୍ରଥମ ଦିନିକିଆ ଜିତିଥିଲା, ଅଷ୍ଟ୍ରେଲିଆ ଦ୍ଵିତୀୟ ଦିନିକିଆ ମ୍ୟାଚକୁ ୧୦ ୱିକେଟରେ ଜିତି ନେଇଥିଲା। ଏହାଦ୍ବାରା ସିରିଜ ୧-୧ ରେ ବରାବରୀରେ ରହିଥିଲା। ୩ୟ ଦିନିକିଆ ମ୍ୟାଚରେ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ ସ୍ମିଥ ପ୍ରଥମେ ଟସ୍ ଜିତି ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିବା ବେଳେ ଦଳ ପକ୍ଷରୁ ଜବରଦସ୍ତ ଓପନିଙ୍ଗ ପାର୍ଟନର୍ସିପ ଦେଖିବାକୁ ମିଳିଥିଲା।

ଉଭୟ ଟ୍ରାଭିସ ହେଡ ୩୧ ବଲରେ ୩୩ ରନ ଏବଂ ମିଚେଲ ମାର୍ସ ୪୭ ବଲରେ ୪୭ ରନ କରିଥିଲେ। ଅଧିନାୟକ ଷ୍ଟିଭ ସ୍ମିଥ ଶୁନ୍ୟରେ ଆଉଟ ହୋଇଯାଇଥିଲେ। ଅନ୍ୟ ବ୍ୟାଟ୍ସମ୍ୟାନ୍ ମାନଙ୍କ ମଧ୍ୟରେ ଡେଭିଡ ୱାରନର ୨୩ ରନ , ମାର୍ଣ୍ଣସ ଲାବୁସେନ ୪୫ ବଲରେ ୨୮ ରନ ଏବଂ ଆଲେକ୍ସ କ୍ୟାରି ୪୬ ବଲରେ ୩୮ ରନ କରି ଆଉଟ ହୋଇଥିଲେ।

ଅଲରାଉଣ୍ଡର ମାର୍କସ ଷ୍ଟୋଇନିକ୍ସ ୨୬ ବଲରସ ୨୫ ରନ ଏବଂ ସିନ୍ ଆବଟ୍ ୨୩ ବଲରେ ୨୬ ରନ କରିବା ଦ୍ୱାରା ଅଷ୍ଟ୍ରେଲିଆ ଦଳ ୪୯ ଓଭରରେ ୨୬୯ ରନରେ ଅଲ ଆଉଟ ହୋଇ ଯାଇଥିଲେ। ଭାରତୀୟ ଦଳ ପକ୍ଷରୁ ହାର୍ଦିକ ପାଣ୍ଡ୍ୟା ଏବଂ କୁଲଦୀପ ଯାଦବ ୩ ଟି ଲେଖାଏଁ ୱିକେଟ ନେଇଥିଲେ।

ଏହାର ଜବାବରେ ଭାରତୀୟ ଓପନର ରୋହିତ ଶର୍ମା ୧୭ ବଲରେ ୩୦ ରନ ଏବଂ ଶୁଭମନ ଗିଲ ୪୯ ବଲରେ ୩୭ ରନ କରିଥିଲେ। ବିରାଟ କୋହଲି ୭୨ ବଲରେ ୫୪ ରନ କରି ନିଜର ଅର୍ଦ୍ଧ ଶତକ ହାସଲ କରି ଆଉଟ ହୋଇଥିଲେ।

କେ ଏଲ ରାହୁଲ ୩୨ ରନ, ହାର୍ଦିକ ପାଣ୍ଡ୍ୟା ୪୦ ରନ ଏବଂ ରବିନ୍ଦ୍ର ଜାଡେଜ ୧୮ ରନ କରିଥିଲେ। ଭାରତୀୟ ଦଳ ଜଲ୍ଦି ୱିକେଟ ହରାଇବା ଯୋଗୁଁ ଲକ୍ଷ୍ୟ ହାସଲ କରିବାରେ ବିଫଳ ହୋଇଥିଲା। ସାମସ୍ତ ବ୍ୟାଟ୍ସମ୍ୟାନ୍ ୪୯.୧ ଓଭରରେ ୨୪୮ ରନ କରି ଅଲ ଆଉଟ ହୋଇ ଯାଇଥିଲେ।

ଅଷ୍ଟ୍ରେଲିଆ ପକ୍ଷରୁ ଆଡ଼ାମ ଜ୍ୟାମ୍ପା ୪ ଟି ୱିକେଟ ନେଇଥିଲେ। ଅଷ୍ଟ୍ରେଲିଆ ଦଳ ଏହି ମ୍ୟାଚ ଜିତି ୨-୧ ରେ ସିରିଜ ନିଜ ନାମରେ କରିଥିଲା। ଜ୍ୟାମ୍ପା ପ୍ଲେୟର ଅଫ ଦି ମ୍ୟାଚ ଏବଂ ମିଚେଲ ମାର୍ସ ପ୍ଲେୟର ଅଫ ଦି ସିରିଜ ବିବେଚିତ ହୋଇଥିଲେ।

Leave a Reply

Your email address will not be published. Required fields are marked *