ବ୍ୟୁରୋ ରିପୋର୍ଟ: ଆଇପିଏଲ ୨୦୨୨ର ମେଗା ଅକ୍ସନ ବହୁତ ରୋମାଞ୍ଚକର ହୋଇଥିଲା। ଏଥର ଅକ୍ସନରେ ୧୦ ଟି ଟିମ ଓହ୍ଲାଇଥିଲେ। ଅନେକ ଖେଳାଳି ଅଧିକ ଦାମରେ ବିକ୍ରି ହୋଇଥିବା ବେଳେ ଅନେକ ବଡ଼ ଖେଳାଳିଙ୍କୁ ଅକ୍ସନରେ କୌଣସି ଟିମ କିଣି ନଥିଲେ। ଏଥର ଓଡିଶାରୁ ଜଣେ ଖେଳାଳି ଚୟନ ହୋଇଛନ୍ତି। ସେ ହେଉଛନ୍ତି ଓଡିଶା ରଣଜୀ ଟିମର ଅଧିନାୟକ ଶୁଭ୍ରାଂଶୁ ସେନାପତି। ଆପଣଙ୍କୁ କହିରଖିବୁ ଅକ୍ସନର ଦ୍ୱିତୀୟ ଦିନ ୧୩ ଫେବୃଆରୀକୁ ଶୁଭ୍ରାଂଶୁଙ୍କୁ ଚେନ୍ନାଇ ସୁପର କିଙ୍ଗସ୍ ତାଙ୍କ ବେସ୍ ପ୍ରାଇସ୍ ୨୦ ଲକ୍ଷରେ ଟିମରେ ସାମିଲ କରିଥିଲା। ଓଡିଶା ପାଇଁ ଏହା ବହୁତ ଗର୍ବର କଥା।

ସେ ଚୟନ ହେବାକ୍ଷଣି ଓଡିଶା ରଣଜୀ ଟିମ ଖେଳାଳି ମାନେ ଉତ୍ସବ ପାଳନ କରିଥିଲେ। ଶୁଭ୍ରାଂଶୁଙ୍କ ପାଇଁ ଅଭିନନ୍ଦନର ସୁଅ ଛୁଟିଥିଲା। ଅନେକ ଲୋକ ତାଙ୍କୁ ଫୋନ କରି ଶୁଭେଚ୍ଛା ଜଣାଇଥିଲେ। ଏହିପରି ରାତି ୩ ଟା ପର୍ଯ୍ୟନ୍ତ ଶୁଭ୍ରାଂଶୁ ଏହିସବୁଥିରେ ବେସ୍ତ ଥିଲେ ଓ ସୋଇପାରିନଥିଲେ। ଏହି କଥା ସେ ନିଜ ଇଣ୍ଟରଭିଉରେ କହିଛନ୍ତି। ସେ କହିଛନ୍ତି,”ମୋ ପାଇଁ ଏହା ଏକ ସ୍ମରଣୀୟ ଦିନ ଥିଲା। ଓଡିଶାରେ ବିପ୍ଳବ ସାମନ୍ତରାୟଙ୍କ ପରେ ଅନେକ ଲୋକ ସ୍ୱପ୍ନ ଦେଖିଥିଲେ ଆଜି ଏହି ସ୍ୱପ୍ନ ପୁରୁଣ ହୋଇଛି। ଏହି ଦିନ ମୋ ଜୀବନରେ ସାରା ଜୀବନ ମନେ ରହିବ। ମୁଁ ଚେନ୍ନାଇ ଟିମକୁ ଏହା ପାଇଁ ଧନ୍ୟବାଦ ଜଣାଉଛି”।
ସେ ଚୟନ ହେବା ପରେ ଚେନ୍ନାଇ ତାଙ୍କୁ ନିଜର ସବୁ କାଗଜପତ୍ର ଦେବାକୁ କହିଛି। ଏହା ସହ ବ୍ୟକ୍ତିଗତ ରୂପରେ ଋତୁରାଜ ଗାୟକବାଡ଼ ତାଙ୍କୁ ଶୁଭେଚ୍ଛା ଜଣାଇଥିବା ଶୁଭ୍ରାଂଶୁ କହିଛନ୍ତି। ଏହା ସହ ଚେନ୍ନାଇ ପକ୍ଷରୁ ସେ ରଣଜୀ ଉପରେ ଅଧିକ ଧ୍ୟାନ ଦିଅନ୍ତୁ ବୋଲି କୁହାଯାଇଥିବା କଥା ମଧ୍ୟ ସେ କହିଛନ୍ତି। ପ୍ରଥମ ଓଡ଼ିଆ ଭାବେ ଆଇପିଏଲ ଖେଳିଥିବା ବିପ୍ଳବ ସାମନ୍ତରାୟ ମଧ୍ୟ ଶୁଭ୍ରାଂଶୁଙ୍କୁ ଶୁଭେଚ୍ଛା ଜଣାଇଥିବା ଶୁଭ୍ରାଂଶୁ କହିଛନ୍ତି ଓ ତାଙ୍କ କଥା ଶୁଭ୍ରାଂଶୁଙ୍କୁ ବହୁତ କାମରେ ଆସିଛି ବୋଲି ସେ କହିଥିଲେ।
The Yellove Odyssey begins for Senapati! 💛#SuperAuction #WhistlePodu 🦁 pic.twitter.com/eHoW5XOLKw
— Chennai Super Kings – Mask P😷du Whistle P🥳du! (@ChennaiIPL) February 13, 2022
ପ୍ରଶିକ୍ଷକ ୱାସିମ ଜାଫର ମଧ୍ୟ ଅଭିନନ୍ଦନ ଜଣାଇବା ସହ ଖୁସି ହୋଇଛନ୍ତି ଓ କହିଛନ୍ତି ଏହା ଖୁସିର କଥା କି ଶୁଭ୍ରାଂଶୁ ଆଇପିଏଲରେ ସ୍ଥାନ ପାଇଲେ। ଆଇପିଏଲ ପୂର୍ବରୁ ରଣଜୀ ମ୍ୟାଚରେ ଭଲ ପ୍ରଦର୍ଶନ କରି ଶୁଭ୍ରାଂଶୁ ଚୂଡାନ୍ତ ଏକାଦଶରେ ଜାଗା ପାଇବାର ଦାବେଦାର ହୋଇପାରନ୍ତି। ଏବେ ତାଙ୍କର ପୁରା ଲକ୍ଷ ରଣଜୀ ଉପରେ ରହିବ। ପୁରା ଓଡିଶା ପାଇଁ ମଧ୍ୟ ଏହା ଖୁସି ଖବର ଅଟେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।