ବ୍ୟୁରୋ ରିପୋର୍ଟ: ଆଇପିଏଲ ୨୦୨୨କୁ ନେଇ ବିସିସିଆଇ ପ୍ରସ୍ତୁତି ଆରମ୍ଭ କରିଦେଇଛି ବୋଲି ଜଣା ଯାଉଛି। ଏଥର ଆଇପିଏଲରେ ୮ ଜାଗାରେ ୧୦ ଟି ଟିମ ଖେଳିବାର ଅଛି। ଲଖନଉ ଓ ଅହମ୍ମଦାବାଦ ଦୁଇ ନୂଆ ଟିମ ସାମିଲ ହୋଇଛନ୍ତି। କେ ଏଲ ରାହୁଲ ଲଖନଉ ଓ ହାର୍ଦିକ ପାଣ୍ଡ୍ୟା ଅହମ୍ମଦାବାଦର ଅଧିନାୟକ ହୋଇପାରନ୍ତି। ଏଥର ଆଇପିଏଲରେ ଖେଳାଳିଙ୍କ ସଂଖ୍ୟା ଓ ମ୍ୟାଚ ସଂଖ୍ୟା ମଧ୍ୟ ବଢିବ। ଆଗାମୀ ମାସରେ ମେଗା ଅକ୍ସନ ହେବାର ସମ୍ଭାବନା ଅଛି। ମୁମ୍ବାଇ ଇଣ୍ଡିଆନ୍ସ ସବୁଠୁ ଅଧିକ ୫ ଥର ଓ ଚେନ୍ନାଇ ସୁପର କିଙ୍ଗସ୍ ୪ ଥର ଚମ୍ପିୟାନ ହୋଇଛି।

ଆଇପିଏଲର ମେଗା ଅକ୍ସନ ପୁର୍ବରୁ ପୂର୍ଵ ୮ ଟିମ ୨୭ ଖେଳାଳିଙ୍କୁ ରିଟେନ କରିଛନ୍ତି ଯେବେକି ଦୁଇ ନୂଆ ଟିମ ୩-୩ ଖେଳାଳିଙ୍କୁ ରିଟେନ କରିପାରିବେ। ଆଇପିଏଲରେ କେବଳ ଗୋଟେ ବୋଲର ୧୦୦ କୋଟିରୁ ଅଧିକ ଟଙ୍କା କମାଇଛି। ଏହି ଖେଳାଳି ୱେଷ୍ଟଇଣ୍ଡିଜର ସ୍ପିନର ସୁନୀଲ ନାରିନ ଅଟନ୍ତି। ତାଙ୍କୁ ଆଗାମୀ ସିଜନ ପାଇଁ କେକେଆର ରିଟନ କରିଛି। ଏହି ବୋଲର ମୋଟ ଟି-୨୦ ମ୍ୟାଚରେ ୪୦୦ ରୁ ଅଧିକ ୱିକେଟ ଅକ୍ତିଆର କରିସାରିଛନ୍ତି।
୨୦୧୨ରୁ ଆଇପିଏଲରେ ଓହ୍ଲାଇଥିଲେ:ସୁନୀଲ ନାରିନଙ୍କ କଥା କହିବା ତ ଏହି ୩୩ ବର୍ଷୀୟ ଖେଳାଳି ୨୦୧୨ରୁ ଆଇପିଏଲ ଖେଳୁଛନ୍ତି ଓ ସେବେଠୁ ସେ କେକେଆର ଟିମପଟୁ ହିଁ ଖେଳୁଛନ୍ତି। ତାଙ୍କୁ ପ୍ରଥମ ସିଜନରେ ପାଖାପାଖି ୩.୫ କୋଟି ମିଳିଥିଲା। ଏହା ପରେ ଭଲ ପ୍ରଦର୍ଶନ ଦ୍ଵାରା ତାଙ୍କ ଦରମା ବଢିଚାଲିଲା। ବର୍ଷ ୨୦୧୮-୨୧ ମଧ୍ୟରେ ସେ ପ୍ରତିବର୍ଷ ୧୨.୫ କୋଟି ପାଇଥିଲେ। ପୂର୍ଵ ସିଜନରେ ତାଙ୍କ ପ୍ରଦର୍ଶନ ଭଲ ରହିନଥିଲା। ସେଥିପାଇଁ ଆଗାମୀ ସିଜନ ପାଇଁ ଟିମ ତାଙ୍କୁ ୬ କୋଟିରେ ରିଟନ କରିଛି। ତାଙ୍କୁ ଆଇପିଏଲରେ ୧୦୧ କୋଟି ମିଳିସାରିଛି।

ହରଭଜନ ଦ୍ୱିତୀୟ ଓ ଭୁବନେଶ୍ୱର ତୃତୀୟ ନମ୍ବରରେ ଅଛନ୍ତି:ଅଫ ସ୍ପିନର ହରଭଜନ ସିଂହ କ୍ରିକେଟରୁ ଅବସର ନେଇସାରିଛନ୍ତି। ସେ ଆଉ ଆଇପିଏଲ ସିଜନ ଖେଳିବେ ନାହିଁ। ସେ ବୋଲର ରୂପରେ ଆଇପିଏଲରେ ସବୁଠୁ ଅଧିକ ଟଙ୍କା ପାଇବା ମାମଲାରେ ଦ୍ୱିତୀୟ ନମ୍ବରରେ ଅଛନ୍ତି। ସେ ଏବେ ପର୍ଯ୍ୟନ୍ତ ୫୮ କୋଟି କମାଇସାରିଛନ୍ତି। ସେ ପୂର୍ଵ ସିଜନରେ ୨ କୋଟିରେ କେକେଆର ଟିମରେ ସାମିଲ ଥିଲେ। ସେ ମୁମ୍ବାଇ ଉଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗସ ପଟୁ ମଧ୍ୟ ଖେଳିଛନ୍ତି। ଏହି ମାମଲାରେ ୫୨ କୋଟି କମାଇ ଭୁବନେଶ୍ୱର କୁମାର ତୃତୀୟ ନମ୍ବରରେ ଅଛନ୍ତି। ସେ ପୂର୍ଵ ସିଜନରେ ସନରାଇଜର୍ସ ହାଇଦ୍ରାବାଦ ଟିମରେ ସାମିଲ ଥିଲେ। ତାଙ୍କୁ ପୂର୍ଵ ବର୍ଷ ୮.୫ କୋଟି ମିଳିଥିଲା। ଆଗାମୀ ସିଜନ ପାଇଁ ଟିମ ତାଙ୍କୁ ରିଟେନ କରିନାହିଁ। ତାଙ୍କୁ ଏବେ ମେଗା ଆକ୍ସନରେ ଓହ୍ଲାଇବାକୁ ହେବ।

ମାଲିଙ୍ଗା ଓ ଷ୍ଟେନଙ୍କୁ ମଧ୍ୟ ମିଳିଛି ଜାଗା:ଶ୍ରୀଲଙ୍କାର ପୂର୍ଵ ପ୍ରେସର ବୋଲର ଲସିଥ ମାଲିଙ୍ଗା ଲମ୍ବା ସମୟ ପର୍ଯ୍ୟନ୍ତ ମୁମ୍ବାଇ ଇଣ୍ଡିଆନ୍ସର ପଟୁ ଖେଳିଛନ୍ତି। କିନ୍ତୁ ଏବେ ସେ ସନ୍ୟାସ ନେଇସାରିଛନ୍ତି। ତାଙ୍କୁ ଆଇପିଏଲରୁ ମୋଟ ୪୮ କୋଟି ମିଳିଛି। ସେହିପରି ଦକ୍ଷିଣ ଆଫ୍ରିକାର ପୂର୍ଵ ପ୍ରେସର ବୋଲର ଡେଲ ଷ୍ଟେନ ଆଇପିଏଲରୁ ମୋଟ ୪୭ କୋଟି କମାଇଛନ୍ତି। ସେ ଆରସିବି, ଦିଲ୍ଲୀ ଓ ହାଇଦ୍ରାବାଦ ତରଫରୁ ଖେଳିଛନ୍ତି। ସେ ଆଇପିଏଲରେ ୨୦୦୮-୨୦୨୦ପର୍ଯ୍ୟନ୍ତ ଖେଳିଛନ୍ତି।
ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।