ଭାରତ ବନାମ ପାକିସ୍ତାନ ମଧ୍ୟରେ ହୋଇଥିବା ମ୍ୟାଚରେ ଟିମ ଇଣ୍ଡିଆର ବୋଲର ଜବରଦସ୍ତ ବୋଲିଂ କରିଛନ୍ତି। ଭୁବନେଶ୍ୱର କୁମାର ,ହାର୍ଦିକ ପାଣ୍ଡ୍ୟାଙ୍କ ଜୋରଦାର ବୋଲିଂର ପ୍ରଦର୍ଶନ। ଭୁବନେଶ୍ୱର ୪ ଓଭରରେ ୨୬ ରନ ଦେଇ ୪ଟି ୱିକେଟ ଅକ୍ତିଆର କରିଥିବା ବେଳେ ହାର୍ଦିକ ପାଣ୍ଡ୍ୟା ୪ ଓଭରରେ ୨୫ ରନ ଦେଇ ୩ଟି ୱିକେଟ ଅକ୍ତିଆର କରିଛନ୍ତି।

ପାକିସ୍ତାନ ପକ୍ଷରୁ ବାବର ଆଜାମ ୧୦ ରନ କରି ଆଉଟ ହୋଇଥିଲେ ଯେଉଁଥିରେ ୨ଟି ଚୌକା ସାମିଲ ଥିଲା। ସେ ୯ଟି ବଲରେ ୧୦ ରନ କରିଥିଲେ। ରିଜୱାନ ୪୨ ବଲରେ ୪୩ କରି ଆଉଟ ହୋଇଥିଲେ। ସେ ୪ଟି ଚୌକା ଓ ଗୋଟିଏ ଛକା ଲଗାଇଥିଲେ।
ପ୍ରଥମ ଇନିଂସ ସରିବା ପରେ ପାକିସ୍ତାନ ୧୪୭ ରନରେ ହୋଇଯାଇଛି ଅଲଆଉଟ। ଭାରତୀୟ ବୋଲର କରିଥିଲେ ଜବରଦସ୍ତ ବୋଲିଂ।ୟୁଜି ଚାହଲ ୪ ଓଭରରେ ୩୨ ରନ ଦେଇଥିଲେ, ହାର୍ଦିକ ଓ ଭୁବି କରିଥିଲେ ଆକର୍ଷଣୀୟ ବୋଲିଂର ପ୍ରଦର୍ଶନ। ଆଭେସ ଖାନ ଗୋଟିଏ ଏବଂ ଅର୍ସଦୀପ ୨ଟି ୱିକେଟ ଅକ୍ତିଆର କରିଥିଲେ।

ତେବେ ଟିମ ଇଣ୍ଡିଆକୁ ଏହି ମ୍ୟାଚ ଜିତିବାକୁ ହେଲେ ୨୦ ଓଭରରେ ୧୪୮ ରନର ଆବଶ୍ୟକତା ରହିଛି। ଭାରତର ବ୍ୟାଟିଂ କ୍ରମ ମଝଭୂତ ଅଛି। ବୋଲର ମାନେ ନିଜ କାର୍ଯ୍ୟ ତୁଲାଇଛନ୍ତି ବ୍ୟାଟ୍ସମାନଙ୍କୁ ଏବେ ଲକ୍ଷ୍ୟ ହାସଲ କରିବାକୁ ହେବ। ପାଣ୍ଡ୍ୟା ଏବଂ ଭୁବି ବୋଲିଂ କ୍ରମରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ଆଭେସ, ଅର୍ସଦୀପ,ୟୁଜି, ଜାଡେଜା ବି ଭଲ ବୋଲିଂ କରିଥିଲେ।