IPL 2022: ପାଣ୍ଡ୍ୟା ବନିଲେ ଅହମ୍ମଦାବାଦ କ୍ୟାପଟେନ! ଦଳରେ ସାମିଲ ହେଲେ ରାଶିଦ ଏବଂ ଗିଲ!

ବ୍ୟୁରୋ ରିପୋର୍ଟ: ଆଇପିଏଲ ୨୦୨୨ ପାଇଁ ମେଗା ଅକ୍ସନ ଆଗାମୀ ମାସରେ ହୋଇପାରେ। ଏହା ପୂର୍ଵରୁ ଦୁଇ ନୂଆ ଟିମ ୩-୩ ଖେଳାଳିଙ୍କୁ ନିଜ ସହ ଯୋଡି ପାରିବେ। ଅହମ୍ମଦାବାଦର ଖେଳାଳିଙ୍କ ଲିଷ୍ଟ ସାମ୍ନାକୁ ଆସିଯାଇଛି। ଟିମ ହାର୍ଦିକ ପାଣ୍ଡ୍ୟାଙ୍କ ସହିତ ଆଇପିଏଲ ୨୦୨୧ରେ କେକେଆର ଓ ହାଇଦ୍ରାବାଦ ଟିମରୁ ଗୋଟେ ଲେଖା ଖେଳାଳିଙ୍କୁ ଦଳରେ ସାମିଲ କରିଛି। ହାର୍ଦିକଙ୍କ ଦରମାରେ ୪ କୋଟି ବଢିଛି। ଏଥର ଆଇପିଏଲରେ ୮ ଜାଗାରେ ୧୦ ଟିମ ଖେଳିବ। ପୁରୁଣା ୮ ଟି ଟିମ ୨୭ ଜଣ ଖେଳାଳିଙ୍କୁ ରିଟେନ କରିଛନ୍ତି। ଦୁଇ ନୂଆ ଟିମକୁ ୨୨ ଜାନୁଆରୀ ମଧ୍ୟରେ ଖେଳାଳିଙ୍କୁ ସାମିଲ କରିବା ପାଇଁ ସମୟ ଦିଆଯାଇଛି।

Google

କ୍ରିକଇନ୍ଫୋର ଖବର ଅନୁସାରେ ଅହମ୍ମଦାବାଦ ଟିମ ହାର୍ଦିକଙ୍କ ସହ କେକେଆରର ପୂର୍ଵ ବ୍ୟାଟ୍ସମ୍ୟାନ ଶୁଭମନ ଗିଲ ଓ ହାଇଦ୍ରାବାଦର ପୂର୍ଵ ବୋଲର ଆଫଗାନିସ୍ତାନର ଷ୍ଟାର ସ୍ପିନର ରାସିଦ ଖାନଙ୍କୁ ଦଳରେ ସାମିଲ କରିଛି। ଗିଲ ପୁର୍ବ ବର୍ଷ କେକେଆର ପଟୁ ଖେଳିଥିଲେ କିନ୍ତୁ ଏଥର ଟିମ ତାଙ୍କୁ ରିଟନ କରିନି। ସେହିପରି ରାଶିଦ ଲମ୍ବା ସମୟ ପର୍ଯ୍ୟନ୍ତ ହାଇଦ୍ରାବାଦ ଟିମରେ ରହିବା ପରେ ଏଥର ଟିମକୁ ଛାଡିବାକୁ ଫଇସଲା କରିଥିଲେ। ପାଣ୍ଡ୍ୟା ଓ ରାଶିଦଙ୍କୁ ୧୫-୧୫ କୋଟି ମିଳିବ। ପୂର୍ଵ ସିଜନରେ ପାଣ୍ଡ୍ୟାଙ୍କୁ ୧୧ କୋଟି ଓ ରାସିଦଙ୍କୁ ୯ କୋଟି ମିଳିଥିଲା। ଏହିପରି ପାଣ୍ଡିଆଙ୍କୁ ୪ ଓ ରାଶିଦଙ୍କୁ ୬ କୋଟିର ଲାଭ ହେଲା। ଗିଲ ପୁର୍ବ ସିଜନରେ ୧.୮ କୋଟି ପାଇଥିଲେ ଏଥର ଅହମ୍ମଦାବାଦ ପଟୁ ସେ ୭ କୋଟିରେ ସାମିଲ ହୋଇଛନ୍ତି।

ପାଣ୍ଡ୍ୟାଙ୍କୁ କରିବାକୁ ପଡିବ କମାଲ:

ହାର୍ଦିକ ପାଣ୍ଡ୍ୟାଙ୍କ ପ୍ରଦର୍ଶନ ପୂର୍ଵ କିଛି ସମୟର ଭଲ ରହିନାହିଁ। ଏହି କାରଣରୁ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ରିଟେନ କରିନାହିଁ। ଆଇପିଏଲ ୨୦୨୧ରେ ପାଣ୍ଡ୍ୟା ୧୧ ଟି ପାରିରେ ମାତ୍ର ୧୨୭ ରନ କରିଥିଲେ। ଗୋଟେ ମଧ୍ୟ ଅର୍ଦ୍ଧଶତକ ମାରିନଥିଲେ ଓ ତାଙ୍କ ଷ୍ଟାଇକରେଟ ୧୧୩ ରହିଥିଲା। ତାଙ୍କ ମୋଟ ଟି-୨୦ କ୍ୟାରିଅର ଦେଖିବା ତ ସେ ୧୪୭ ପାରିରେ ୨୭୯୭ ରନ କରିଛନ୍ତି ଯେଉଁଥିରେ ୮ ଟି ଅର୍ଦ୍ଧଶତକ ଥିବାବେଳେ ତାଙ୍କ ଷ୍ଟାଇକରେଟ ମଧ୍ୟ ୧୪୨ର ରହିଛି।

ନେହେରା କୋଚ ଓ କଷ୍ଟନ ଅଟନ୍ତି ମେଣ୍ଟର:

ପୂର୍ଵ ଭାରତୀୟ ପ୍ରେସର ବୋଲର ଆଶିଷ ନେହେରାଙ୍କୁ ଅହମ୍ମଦାବାଦ ହେର୍ଡ କୋଚ କରିଛି। ସେହିପରି ପୁର୍ବ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ବିକ୍ରମ ସୋଲଂକି ଡ଼ାଇରେକ୍ଟର ଅଟନ୍ତି। ସେହିପରି ଟିମ ପୂର୍ଵ ଭାରତୀୟ କୋଚ ଗୈରି କଷ୍ଟନଙ୍କୁ ମେଣ୍ଟର କରିଛି। ଏହିପରି ଟିମ ଅଧା ଗ୍ରୁପ ପ୍ରସ୍ତୁତ କରିଛି।ଟିମ ପ୍ରଥମଥର ଆଇପିଏଲରେ ଓହ୍ଲାଇବ। ଫେବୁଆରୀ ୧୨ ଓ ୧୩ କୁ ବେଙ୍ଗଲୋରରେ ମେଗା ଅକ୍ସନ ହେବ।

ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *