ଭାରତୀୟ କ୍ରିକେଟ ଦଳ ନୂତନ ପ୍ରତିଭା ରେ ପ୍ରାୟ ଭରପୁର। କ୍ରିକେଟ ଜଗତରେ ଯୁବ ତାରକା ମାନେ ସୁନ୍ଦର ପ୍ରଦର୍ଶନ କରୁଛନ୍ତି। ତାହା ଆପଣମାନେ ପ୍ରାୟ ଭଲ ଭାବରେ ଜାଣିଥିବେ। ଆଇପିଏଲଠୁ ଆରମ୍ଭ କରି ଅନ୍ତର୍ଜାତୀୟ ଏକଦିବସିୟ କିମ୍ବା ଟି-ଟ୍ୱେଣ୍ଟି କ୍ରିକେଟରେ ,ସବୁଠାରେ ଯୁବ ଖେଳାଳୀମାନଙ୍କ କମାଲ ଦେଖିବାକୁ ମିଳୁଛି। ଏଥି ମଧ୍ୟରେ ନିଜର ଖରାପ ପ୍ରଦର୍ଶନକୁ ନେଇ ସମାଲୋଚିତ ହେଉଥିବା ହାର୍ଦ୍ଦିକ ପାଣ୍ଡ୍ୟା ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିପାରନ୍ତି।

୨୦୧୯ ରେ ନିଜର ମେରୁଦଣ୍ଡ ସମସ୍ୟା ପାଇଁ ଅତି ଖରାପ ପ୍ରଦର୍ଶନ କରିଥିଲେ ହାର୍ଦିକ ପାଣ୍ଡ୍ୟା। ସେ ନିଜର ପ୍ରଦର୍ଶନ ପାଇଁ ଅତ୍ୟନ୍ତ ଚିନ୍ତାରେ ଥିଲେ। ନିଜର ଶରୀର ସମସ୍ୟା ତାଙ୍କୁ ବହୁତ କଷ୍ଟ ଦେଉଥିଲା। ସେଥିପାଇଁ ସେ ମ୍ୟାଚରେ ବୋଲିଂ ମଧ୍ୟ କରି ପାରୁ ନଥିଲେ। ସେଥିପାଇଁ ସେ ମୁମ୍ବାଇରେ ନିଜ ହେଲଥ ୱାର୍କ ଉପରେ ଅଭ୍ୟାସ କରୁଥିଲେ।ବର୍ତ୍ତମାନ ସେ ଏନସିଏ ଅଧୀନରେ ଅଭ୍ୟାସ କରୁଛନ୍ତି। ପୁନର୍ବାର ଭାରତୀୟ ଦଳକୁ ଫେରିବାର ଆଶା ସେ ଜାରି ରଖିଛନ୍ତି।
ନିଜର ଖରାପ ଫର୍ମକୁ ନେଇ ବିଗତ ୧ ବର୍ଷ ଧରି ସମାଲୋଚିତ ହୋଇ ଆସୁଥିବା ହାର୍ଦ୍ଦିକ ଟେଷ୍ଟ କ୍ରିକେଟକୁ ସବୁଦିନ ପାଇଁ ଅଲବିଦା କହିଛନ୍ତି। ସୂଚନାଯୋଗ୍ୟ ଯେ, ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଥିବା ହାର୍ଦ୍ଦିକ ଆଇପିଏଲ ୨୦୨୧ ର ସଂସ୍କରଣରେ ବହୁତ ଖରାପ ପ୍ରଦର୍ଶନ କରିଥିଲେ। ଦଳରେ ନିଜ ଆଶା ଅନୁରୂପ ଖେଳ ସିଏ ପ୍ରଦର୍ଶନ କରିପାରି ନଥିଲେ , ଯାହା ତାଙ୍କୁ ଓ ଅଧିନାୟକ ରୋହିତ ଶର୍ମାଙ୍କ ଅଧିକ ମର୍ମାହତ କରିଥିଲା। ଏହାପରେ ବିଶ୍ୱକପ ଦଳରେ ତାଙ୍କ ପ୍ରଦର୍ଶନ ମଧ୍ୟ ଅତ୍ୟନ୍ତ ନିରାଶାଜନକ ଥିଲା। ସେଥିପାଇଁ ସେ ବହୁତ ଦୁଃଖିତ ମଧ୍ୟ ଥିଲେ।

ନିଜର ଖରାପ ପ୍ରଦର୍ଶନ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ରିଟେନ ଲିଷ୍ଟରେ ସାମିଲ କରିନଥିଲା। ସେଥିପାଇଁ ସେ ବର୍ତ୍ତମାନ ନିଜ ଫିଟନେସ୍ ଉପରେ କାର୍ଯ୍ୟ ଜାରି ରଖିଛନ୍ତି। ମହେନ୍ଦ୍ର ସିଂ ଧୋନିଙ୍କ ପରେ ସେ ଦଳର ଜଣେ ଦକ୍ଷ ଫିନିସର ଥିଲେ। ସେଥିପାଇଁ ହାର୍ଦ୍ଦିକ ଙ୍କ ସ୍ଥାନ ଏ ପର୍ଯ୍ୟନ୍ତ ତାଙ୍କ ପାଇଁ ସୁରକ୍ଷିତ ରହିଛି। କିନ୍ତୁ ଜଣା ନାହିଁ, ସେ ସ୍ଥାନ ଅନ୍ୟ କୌଣସି ନୂତନ ଯୁବ ଖେଳାଳି ମଧ୍ୟ ନେଇ ପାରନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।