IND vs SA: ପାଣ୍ଡ୍ୟାଙ୍କୁ ନେଇ ନେହେରାଙ୍କ ବଡ଼ ବୟାନ! ଜୋର ଧରିଲା ଖବର, କହିଦେଲେ ଏହି ବଡ଼ କଥା!

ବ୍ୟୁରୋ ରିପୋର୍ଟ: ଆଶିଷ ନେହେରାଙ୍କର ବହୁତ ଚର୍ଚ୍ଚା ହେଉଛି। ସେ ନିଜ କୋଚିଙ୍ଗରେ ଗୁଜରାଟ ଟାଇଟନ୍ସକୁ ଆଇପିଏଲ ୨୦୨୨ର ଚମ୍ପିୟନ କରିଥିଲେ। ଗୁଜରାଟ ଟିମର ଅଧିନାୟକ ହାର୍ଦିକ ପାଣ୍ଡ୍ୟା ଥିଲେ। ନେହେରା କହିଛନ୍ତି ପାଣ୍ଡ୍ୟାଙ୍କ ଉପରେ ପ୍ରତି ମ୍ୟାଚରେ ୪ ଓଭରର ବୋଲିଙ୍ଗ କରିବାର ପ୍ରେସର ରହିବା ଉଚିତ ନୁହେଁ। ପାଣ୍ଡ୍ୟା ପୂର୍ଵ ବର୍ଷ ଟି-୨୦ ବିଶ୍ୱକପ ପରେ ଆଇପିଏଲ ୨୦୨୨ରେ ଓହ୍ଲେଇଥିଲେ। ପାଣ୍ଡ୍ୟା ଆଇପିଏଲ ୨୦୨୨ରେ ୪୮୦ ରୁ ଅଧିକ ରନ କରିବା ସହ ୮ ଟି ୱିକେଟ ନେଇଥିଲେ। ଏହା ପରେ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ସିରିଜରେ ତାଙ୍କୁ ଟିମରେ ଚୟନ କରାଯାଇଥିଲା ଓ ସେ ପ୍ରଥମ ମ୍ୟାଚରେ ଖେଳିଛନ୍ତି। ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକାର ଅଧିନାୟକ ତେମ୍ବା ବଭୁମା ଟସ୍ ଜିତି ପ୍ରଥମେ ବୋଲିଙ୍ଗର ନିଷ୍ପତ୍ତି ନେଇଥିଲେ। ଭାରତୀୟ ଟିମ ପ୍ରଥମେ ବ୍ୟାଟିଙ୍ଗ କରିବାକୁ ଓହ୍ଲାଇ ୬ ଓଭରରେ ବିନା ୱିକେଟ ହରାଇ ୫୧ ରନ କରିଥିଲା।

Google

କ୍ରିକବଜ ସହିତ କଥାହୋଇ ପୂର୍ଵ ଭାରତୀୟ ପେସର ଆଶିଷ ନେହେରା କହିଛନ୍ତି,ସର୍ଵଦା ହାର୍ଦିକ ପାଣ୍ଡ୍ୟାଙ୍କ ଆଲୋଚନା ହୋଇଥାଏ,ସେ ବୋଲିଙ୍ଗ ପାଇଁ ଫିଟ କି ନାହିଁ। ମୋ ହିସାବରେ ସେ ବ୍ୟାଟ୍ସମ୍ୟାନ ରୂପରେ ସବୁ ଫର୍ମାଟରେ ଖେଳିବା ପାଇଁ ଫିଟ ଅଛନ୍ତି,ଏପରିକି ଟେଷ୍ଟ ପାଇଁ ମଧ୍ୟ। କିନ୍ତୁ ଯଦି ଅମେ ଟି-୨୦ କଥା କହିବା ଯଦି ସେ ବୋଲିଙ୍ଗ କରିବେ ତାହା ଟିମ ଇଣ୍ଡିଆ ପାଇଁ ଫାଇଦାହେବ। କହିରଖିବୁକି ପାଣ୍ଡ୍ୟା ଆଇପିଏଲ ୨୦୨୨ ଫାଇନାଲ ମ୍ୟାଚରେ ରାଜସ୍ଥାନ ବିରୁଦ୍ଧରେ ୩ ଟି ୱିକେଟ ନେଇଥିଲେ।

୬ ନମ୍ବର ବୋଲର ରୂପରେ ଓହ୍ଲାଇଥିଲେ:

ସେ କହିଛନ୍ତି ଟିମଙ୍କୁ ତାଙ୍କର ଆବଶ୍ୟକ ଅଟେ କାରଣ ଟପ ଅର୍ଡରର କୌଣସି ବ୍ୟାଟ୍ସମ୍ୟାନ ବୋଲିଙ୍ଗ କରୁନାହଁନ୍ତି। ହାର୍ଦିକଙ୍କୁ ଅଧିକତମ ୫ମ ବୋଲରଙ୍କ ରୂପରେ ବ୍ୟବହାର କରାଯାଇଥାଏ। ଯଦି ସେ ଫିଟ ତେବେ ସେ ନିଶ୍ଚିତ ବୋଲିଂ କରିବେ। ନେହେରା କହିଛନ୍ତି ଏହା ଭଲ ହେବକି ହାର୍ଦିକ ପାଣ୍ଡ୍ୟା ସବୁ ମ୍ୟାଚରେ ଖେଳନ୍ତୁ କିନ୍ତୁ ପ୍ରତି ମ୍ୟାଚରେ ୪ ଓଭରର ବୋଲିଙ୍ଗର ପ୍ରେସର ବିନା ଟିମକୁ ୫ ଟି ବୋଲରଙ୍କ ସହ ଖେଳିବା ଆବଶ୍ୟକ ଓ ପାଣ୍ଡ୍ୟାଙ୍କୁ ୬ ନମ୍ବର ବୋଲର ରୂପରେ ରଖିବା ଆବଶ୍ୟକ।

Google

ସେ କହିଛନ୍ତି ମୁଁ ଏହା କହୁନାହିଁ କି ହାର୍ଦିକ ପାଣ୍ଡ୍ୟା ବୋଲର ହୋଇପାରିବେ ନାହିଁ। ସେ ନିଜ ସ୍କିଲ ଦ୍ଵାରା ଦ୍ୱିତୀୟ ଓ ତୃତୀୟ ବୋଲରଙ୍କ ରୂପରେ ମଧ୍ୟ ଖେଳିପାରିବେ। କିନ୍ତୁ ଏବେ ଅଳ୍ପ ସମୟରୁ ସେ ଆଘାତରୁ ଫେରିଛନ୍ତି। ଆଇପିଏଲ ମଧ୍ୟ ଖେଳିଲେ ତେଣୁ ଭଲ ହେବ ତାଙ୍କୁ ଧୀରେ ଧୀରେ ବୋଲିଙ୍ଗ ପାଇଁ ପ୍ରସ୍ତୁତ କରାଯାଉ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *