ବ୍ୟୁରୋ ରିପୋର୍ଟ: ନୂଆ ଟିମ ଗୁଜୁରାଟ ଟାଇଟନ୍ସ ଓ ଦିଲ୍ଲୀ କ୍ୟାପିଟଲ୍ସ ଆଇପିଏଲ ୨୦୨୨ରେ ଶନିବାରକୁ ସାମ୍ନା ସାମ୍ନି ହେବାର ଅଛି। ଦିଲ୍ଲୀ ଟିମ ନିଜର ପ୍ରଥମ ଆଇପିଏଲ ଟ୍ରଫି ଅପେକ୍ଷାରେ ତ ଗୁଜୁରାଟ ପ୍ରଥମ ଥର ଆଇପିଏଲରେ ଓହ୍ଲାଇଛି। ହାର୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱ ଗୁଜୁରାଟ ଟିମ ପ୍ରଥମ ମ୍ୟାଚରେ ଲକ୍ଷନୌକୁ ହରାଇଥିଲା। ରିଷଭ ପନ୍ତଙ୍କ ଅଧିନାୟକତ୍ୱ ଦିଲ୍ଲୀ କ୍ୟାପିଟଲ୍ସରେ ଅନେକ ଭଲ ଖେଳାଳି ଅଛନ୍ତି ତେଣୁ ଗୁଜୁରାଟ ପାଇଁ ବଡ଼ ଚାଲେଞ୍ଜ ହୋଇପାରେ।

ଦୁଇ ଟିମ ନଜର ପ୍ରଥମ ମ୍ୟାଚ ଜିତିଛନ୍ତି ଓ ପୁନେରେ ହେବାକୁ ଥିବା ଏହି ମ୍ୟାଚକୁ ଦୁଇ ଟିମ ଜିତିବାକୁ ଚାହିଁବ। ଦିଲ୍ଲୀକୁ ପ୍ରେସର ଲୁଙ୍ଗି ଏନଗିଡି, ମୁସ୍ତଫିଜୁର ରହମାନ ଓ ସରଫରାଜ ଖାନ ଆସିବା ଦ୍ଵାରା ବୋଲିଙ୍ଗ ଓ ବ୍ୟାଟିଙ୍ଗ ମଜବୁତ ହେବ। ଏହି ତିନିଜଣ ନିଜର ୩ ଦିନର କ୍ୱାରେଣ୍ଟିନ ପିରିୟଡ଼ ପୁରା କରିସାରିଛନ୍ତି। ଗୁଜୁରାଟ ନଜର ପ୍ରଥମ ମ୍ୟାଚ କେଏଲ ରାହୁଲଙ୍କୁ ଅଧିନାୟକତ୍ୱ ଲକ୍ଷନଉ ସୁପର ଜାଏଣ୍ଟସକୁ ୫ ୱିକେଟରେ ହରାଇଥିଲା।
ସେହିପରି ୫ ଥରର ଚାମ୍ପିୟାନ ମୁମ୍ବାଇ ଇଣ୍ଡିଆନ୍ସ ସହ ପ୍ରଥମ ମ୍ୟାଚ ୪ ୱିକେଟରେ ଜିତିଥିବା ଦିଲ୍ଲୀ ଜାଣିଛି ଗୁଜୁରାଟକୁ ହାଲ୍କାରେ ନେବା ଉଚିତ ନୁହେଁ। ଦିଲ୍ଲୀ ଅଷ୍ଟ୍ରେଲିଆର ଓପନର ଡେଭିଡ ୱାନର, ଦକ୍ଷିଣ ଆଫ୍ରିକାର ଲୁଙ୍ଗି ଏନଗିଡି ଓ ଏନରିକ ନୋର୍କୀଆଙ୍କ ବିନା ଏହି ବିଜୟ ହାସଲ କରିଥିଲା। ଦିଲ୍ଲୀର ବ୍ୟାଟିଙ୍ଗ ମଜବୁତ ଓ ବୋଲିଙ୍ଗ ମଧ୍ୟ।ପନ୍ତଙ୍କ ଟିମ ଆତ୍ମବିଶ୍ୱାସ ସହ ଗୁଜୁରାଟ ବିରୁଦ୍ଧରେ ଓହ୍ଲାଇପାରେ।

ଯେଉଁ ପର୍ଯ୍ୟନ୍ତ ଗୁଜୁରାଟର କଥା ଉଠୁଛି ଲକ୍ଷନୌ ବିରୁଦ୍ଧରେ ବିଜୟ ହାସଲ କରିବା ପରେ ଟିମର ମନୋବଳ ବଢିଥିବ କିନ୍ତୁ ତାର ସାମ୍ନା ଏପରି ଟିମ ସହ ହେବ ଯିଏକି ଜିତିବା ସଂଭାବନା ଅଧିକ।
ଦୁଇ ଟିମ ଏହି ପ୍ରକାର:
ଦିଲ୍ଲୀ କ୍ୟାପିଟଲ୍ସ: ରିଷଭ ପନ୍ତ(ଅଧିନାୟକ),ଅକ୍ଷର ପଟେଲ, ପୃଥୀ ସ୍ୱ, ସାରଦୁଲ ଠାକୁର, ମୁସ୍ତାଫିଜୁର ରହମାନ, କୁଲଦୀପ ଯାଦବ, ଅଶ୍ୱିନୀ ହେବ୍ବର, ଅଭିଶେଖ ଶର୍ମା, କମଲେସ ନାଗରକୋଟି, କେ ଏସ ଭରତ, ମନ୍ଦିପ ସିଂହ, ଖଲିଲ ଅହମ୍ମଦ,ଚେତନ ସକାରିୟା, ଲଲୀତ ଯାଦବ, ରିପଲ ପଟେଲ, ଯସ ଢୁଲ, ରବମ୍ୟାନ ପାୱେଲ, ପ୍ରବୀଣ ଦୁବେ, ଲୁଙ୍ଗି ଏନଗିଡି, ବିକ୍କୀ ଓସ୍ତବାଲା, ସରଫରାଜ ଖାନ, ଏନରିକ ନୋର୍କିଆ, ଡେଭିଡ ୱାରନର ଓ ମିଚେଲ ମାର୍ସ।

ଗୁଜୁରାଟ ଟାଇଟନ୍ସ: ହାର୍ଦିକ ପାଣ୍ଡ୍ୟା (ଅଧିନାୟକ), ରାସିଦ ଖାନ, ଶୁଭମନ ଗିଲ, ମହମ୍ମଦ ସାମୀ, ରାହୁଲ ତେବାଟିୟା, ନୁର ଅହମ୍ମଦ,ସାଇ କିଶୋର, ବିଜୟ ଶଙ୍କର, ଜୟନ୍ତ ଜାଦବ, ଡେମୋନିକ୍ସ ଡ୍ରେକ୍ସ, ଦର୍ଶନ ନାଲକଂଣ୍ଡେ, ୟସ ଦୟାଲ, ଅଲଜରି ଜୋସେଫ, ପ୍ରଦୀପ ସାଂଗବାନ, ଡେଭିଡ ମିଲର, ରିଧିମାନ ସାହା, ମାଥୟୁ ୱେଡ଼, ବରୁଣ ଆରୋନ, ବିସାଇ ସୁଦର୍ଶନ, ଲୋକି ଫର୍ଗୁସନ, ଓ ଅଭିନବ ସଦରଂଗନି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।