IPL 2022 ର ଚମ୍ପିୟନ ହୋଇଯାଇଛି ଗୁଜରାଟ। ଫାଇନାଲ ମ୍ୟାଚରେ ରାଜସ୍ଥାନକୁ ୭ ୱିକେଟରେ ହରାଇଲା ଏହି ଦଳ। ତେବେ IPL 2022 ଆରମ୍ଭ ରୁ ଶେଷ ଯାଏ ଗୁଜରାଟ ପାଇଁ ସୁନ୍ଦର ପ୍ରଦର୍ଶନ କରିଥିଲେ ଏହି ଏହି ଖେଳାଳି ସେଥିପାଇଁ ଦଳ ଟ୍ରଫି ଜିତିବାରେ ରହିଲା ସକ୍ଷମ।

ସୁଭମନ ଗିଲ: ଗିଲ ଏହି ବର୍ଷ ଗୁଜରାଟ ପାଇଁ ସୁନ୍ଦର ପ୍ରଦର୍ଶନ କରିଥିଲେ। ସେ ଅନେକ ମ୍ୟାଚ ବିଜୟୀ ପାରି ଖେଳି ଗୁଜରାଟକୁ ଆଗକୁ ନେଇଥିଲେ। ତେବେ ଫାଇନାଲ ମ୍ୟାଚରେ ମଧ୍ୟ ଗିଲ ନଟ ଆଉଟ ପାରି ଖେଳିଥିଲେ। ସେ ୪୩ ବଲରେ ୪୫ କରିଥିଲେ।
ରାହୁଲ ତେୱାଟିଆ: ରାହୁଲ ତେୱାଟିଆ ଫିନିସରର ଭୂମିକା ଗୁଜରାଟ ପାଇଁ ନିଭାଇଥିଲେ। ସେ ଶେଷ ଓଭର ମାନଙ୍କରେ ସୁନ୍ଦର ବ୍ୟାଟିଂ କରି ଦଳକୁ ଜିତାଇବାରେ ସାହାଯ୍ୟ କରିଥିଲେ। ଫାଇନାଲ ମ୍ୟାଚରେ ସେ ବ୍ୟାଟିଂ ଆସିନଥିଲେ।

ହାର୍ଦିକ ପାଣ୍ଡ୍ୟା: ପାଣ୍ଡ୍ୟା ଯିଏକି ଗୁଜରାଟ ପକ୍ଷରୁ ବ୍ୟାଟିଂ ଓ ବୋଲିଂରେ ସୁନ୍ଦର ପ୍ରଦର୍ଶନ କରିଥିଲେ। ସେ ଫାଇନାଲ ମ୍ୟାଚରେ ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ। ସେ ଫାଇନାଲରେ ୪ ଓଭର ବୋଲିଂ କରି ୧୭ ରନ ଦେଇ ୩ଟି ୱିକେଟ ନେଇଥିବା ବେଳେ ବ୍ୟାଟିଂରେ ୩୦ ବଲରେ ୩୪ କରିଥିଲେ।

ଡେଭିଡ ମିଲର: ସାଉଥ ଆଫ୍ରିକାର ଏହି ଖେଳାଳି IPL 2022 ରେ ସୁନ୍ଦର ପ୍ରଦର୍ଶନ କରିଥିଲେ। ସେ ଅନେକ ମ୍ୟାଚରେ ଦଳକୁ ଆଗକୁ ନେବାରେ ସାହାଯ୍ୟ କରିଥିଲେ। ଫାଇନାଲ ମ୍ୟାଚରେ ସେ ୧୯ ବଲରେ ୩୨ କରି ନଟ ଆଉଟ ଥିଲେ।

ମହମ୍ମଦ ସାମୀ: ସାମୀ ଗୁଜରାଟ ପାଇଁ ସୁନ୍ଦର ବୋଲିଂ କରିଥିଲେ। ସେ ପାୱାର ପ୍ଲେରେ ୱିକେଟ ନେବାରେ ଟିମକୁ ସାହାଯ୍ୟ କରିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।