ବ୍ୟୁରୋ ରିପୋର୍ଟ: ହାର୍ଦିକ ପାଣ୍ଡ୍ୟା ଟିମ ଇଣ୍ଡିଆର ପ୍ରମୁଖ ଖେଳାଳିଙ୍କ ମଧ୍ୟରୁ ଜଣେ। ଏହି ଅଲରାଉଣ୍ଡର ବ୍ୟାଟିଙ୍ଗ ଓ ବୋଲିଙ୍ଗ ଦୁଇଟି ଯାକରେ ଟିମକୁ ବିଜୟ ଦେଇଥାନ୍ତି। ସେ ଏବେ ଏସିଆ କପ ୨୦୨୨ ପାଇଁ ପ୍ରସ୍ତୁତି କରୁଛନ୍ତି। ଏସିଆକପ ୨୦୨୨ର ଆରମ୍ଭ ୨୭ ଅଗଷ୍ଟରୁ ହେବାର ଅଛି ଓ ଏଥିରେ ମୁଖ୍ୟ ରାଉଣ୍ଡରେ ମୋଟ ୬ ଟି ଟିମ ଓହ୍ଲାଇବାର ଅଛି। ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ ୨୮ ଅଗଷ୍ଟକୁ ହେବ। ଭାରତ ସବୁଠୁ ଅଧିକ ୭ ଥର ଏସିଆକପ ଜିତିଛି। କିନ୍ତୁ ଯଶପ୍ରୀତ ବୁମରା ଆଘାତ କାରଣରୁ ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇଛନ୍ତି।

ହାର୍ଦିକ ପାଣ୍ଡ୍ୟା ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ସେୟାର କରିଛନ୍ତି ଯେଉଁଥିରେ ସେ ଯଶପ୍ରୀତ ବୁମରାଙ୍କ ଶୈଳିରେ ବୋଲିଙ୍ଗ କରୁଛନ୍ତି। ଏହା ସହିତ ସେ ଲେଖିଛନ୍ତି,’ଫର୍ମ କେମିତି ବୁମ। ବୁମ ମାନେ ଯଶପ୍ରୀତ ବୁମରା। ବୁମରା ମଧ୍ୟ ଜଲ୍ଦି ପ୍ରତିକ୍ରିୟା ଦେଇ ଲେଖିଥିଲେ,’ବୋଲିଙ୍ଗ ଆକ୍ସନ ଉତ୍ସବ କର। ସେହିପରି ୱେଷ୍ଟଇଣ୍ଡିଜର କାୟରନ ପୋଲାଡ଼ ଲେଖିଥିଲେ,’ଜଲାଟନ। ପାଣ୍ଡ୍ୟା ଆଘାତ ପରେ ଆଇପିଏଲ ୨୦୨୨ରେ ଫେରିଥିଲେ ଓ ସେବେଠୁ ସୁନ୍ଦର ଫର୍ମରେ ଅଛନ୍ତି।
୧୪୦ର ଅଟେ ଷ୍ଟାଇକରେଟ:
ହାର୍ଦିକ ପାଣ୍ଡ୍ୟାଙ୍କର ମୋଟ ଟି-୨୦ ରେକର୍ଡ ବହୁତ ବଢିଆ। ସେ ଟି-୨୦ ରେ ୨୦୩ ମ୍ୟାଚର ୧୭୪ ପାରିରେ ୨୯ ଔସତରେ ୩୫୬୫ ରନ କରିଛନ୍ତି। ଏହି ସମୟରେ ତାଙ୍କର ଷ୍ଟାଇକ ରେଟ ୧୪୦ର ରହିଛି ଓ ଏଥିରେ ସେ ୧୩ ଅର୍ଦ୍ଧଶତକ ଲଗାଇଛନ୍ତି। ତାଙ୍କର ସର୍ବଶ୍ରେଷ୍ଠ ପାରି ହେଲା ୯୧ରନ। ଏହା ସହ ସେ ୨୮ ଔସତରେ ୧୨୬ ୱିକେଟ ମଧ୍ୟ ନେଇଛନ୍ତି। ୩୩ ରନ ଦେଇ ଚାରି ୱିକେଟ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଅଟେ।ତାଙ୍କର ଇକୋନୋମି ମଧ୍ୟ ୮ ପାଖାପାଖି ଅଟେ।ସେ ଆଇପିଏଲ ୨୦୨୨ରେ ନିଜ ଅଧିନାୟକତ୍ୱରେ ଗୁଜରାଟ ଟାଇଟନ୍ସକୁ ଚମ୍ପିୟାନ କରିଥିଲେ।
Just a video of Kung-fu Pandya bowling and celebrating a wicket like Boom! 😎💯#RiseAsOne @hardikpandya7 @Jaspritbumrah93 pic.twitter.com/J4SeANw00Y
— RISE Worldwide (@R1SEWorldwide) August 23, 2022
ହାର୍ଦିକ ପାଣ୍ଡ୍ୟା ଟି-୨୦ ଇଣ୍ଟରନେସନାଲରେ ୬୭ ମ୍ୟାଚର ୪୮ ପାରିରେ ୨୩ ଔସତରେ ୮୩୪ ରନ କରିଛନ୍ତି। ଏହି ସମୟରେ ଷ୍ଟାଇକରେଟ ୧୪୪ର ରହିଛି। ଏଥିରେ ସେ ଗୋଟେ ଅର୍ଦ୍ଧଶତକ ଲଗାଇଛନ୍ତି ଓ ୫୧ ରନର ସର୍ବଶ୍ରେଷ୍ଠ ପାରି ଖେଳିଛନ୍ତି। ସେ ୨୮ ରନର ଔସତରେ ୫୦ ୱିକେଟ ନେଇଛନ୍ତି। ୩୩ ରନ ଦେଇ ୪ ୱିକେଟ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଅଟେ। ପାଣ୍ଡ୍ୟା ଏସିଆ କପ ୨୦୨୨ରେ ଖେଳୁଥିବାର ଦେଖିବେ।