ବ୍ୟୁରୋ ରିପୋର୍ଟ: ଅନୁଭବୀ ଓପନର ରୋହିତ ଶର୍ମାଙ୍କର ଅଧିନାୟକ ଯୁଗର ଆରମ୍ଭ ବିଜୟ ସହିତ ହୋଇଛି। ଭାରତୀୟ ଟିମ ବୁଧବାରକୁ ଅହମ୍ମଦାବାଦରେ ଖେଳାଯାଇଥିବା ଦ୍ୱିତୀୟ ଏକଦିବସିୟରେ ୱେଷ୍ଟଇଣ୍ଡିଜକୁ ୪୪ ରନରେ ହରାଇଦେଇଛି। ଏହି ବିଜୟ ସହିତ ଟିମ ଇଣ୍ଡିଆ ତିନୋଟି ମ୍ୟାଚର ସିରିଜରେ ୨-୦ରେ ଆଗୁଆ ହୋଇଯାଇଛି। ଦ୍ୱିତୀୟ ମ୍ୟାଚରେ ରୋହିତ ଏକ ଖାସ ପ୍ରୟାସ କରିଥିଲେ ଯାହା ହେଉଛି ୱିକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଦ୍ଵାରା ଓପନିଙ୍ଗ କରାଇଥିଲେ। ଏହି ପ୍ରୟାସ ଖାସ ସଫଳ ହୋଇନଥିଲା ଓ ରୋହିତ ଏହା ଉପରେ ଚର୍ଚ୍ଚା ମଧ୍ୟ କରିଥିଲେ।

ଭାରତୀୟ ଅଧିନାୟକ ରୋହିତ ଶର୍ମା ସିରିଜରେ ଅଜୟ ହୋଇଯିବା ପରେ ନିଜ ବୋଲରଙ୍କର ପ୍ରଶଂସା କରିଛନ୍ତି। ଏହା ସହିତ ସେ ସୂର୍ଯ୍ୟକୁମାର ଯାଦବ ଓ କେ ଏଲ ରାହୁଲଙ୍କ ମଧ୍ୟରେ ହୋଇଥିବା ୯୧ ରନର ପାର୍ଟନରସିପକୁ ବି ପ୍ରମୁଖ କହିଛନ୍ତି। ରେଗୁଲାର ଅଧିନାୟକ ରୂପରେ ଏହା ରୋହିତଙ୍କର ପ୍ରଥମ ସିରିଜ ବିଜୟ ଅଟେ। ୱେଷ୍ଟଇଣ୍ଡିଜକୁ ଦ୍ୱିତୀୟ ଏକଦିବସିୟରେ ୪୪ ରନରେ ହରାଇବା ପରେ ରୋହିତ କହିଛନ୍ତି,”ସିରିଜ ଜିତିବା ସର୍ଵଦା ଏକ ଖୁସିର ବିଷୟ ହୋଇଥାଏ”।
ଶୀର୍ଷକ୍ରମରେ ଅସଫଳ ପରେ ସୂର୍ଯ୍ୟକୁମାର ଯାଦବ(୬୪) ଓ ରାହୁଲ(୪୯) ଙ୍କ ବିଷୟରେ ରୋହିତ କହିଛନ୍ତି,”ଆମ ପାଇଁ ସଂମାନଜନକ ସ୍କୋର ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଥିଲା। ସମସ୍ତେ ଏକଜୁଟ ହୋଇ ସୁନ୍ଦର ପ୍ରଦର୍ଶନ କରିଛନ୍ତି। ଆଜିର ପାରି ସୂର୍ଯ୍ୟକୁମାରଙ୍କର ଆତ୍ମବିଶ୍ୱାସକୁ ବଢ଼ାଇବ।ଏହି ପିଚରେ ବ୍ୟାଟିଙ୍ଗ କରିବା ସହଜନଥିଲା। ସେ ବ୍ୟାଟିଙ୍ଗ କଲେ ଓ ଯାହା ଚାହୁଁଥିଲେ ତାହା ହାସଲ କଲେ। ରାହୁଲ, ପନ୍ତ ଓ ଦୀପକ ହୁଡା ମଧ୍ୟ”।

ପନ୍ତଙ୍କ ଦ୍ଵାରା ଓପନିଙ୍ଗ କରିବାକୁ ନେଇ ରୋହିତ କହିଛନ୍ତି,”ମତେ କୁହାଯାଇଥିଲାକି କିଛି ଅଲଗା କରିବା ପାଇଁ, ତେଣୁ ଏହା ଅଲଗା ଥିଲା। ଲୋକ ରିଷଭଙ୍କୁ ପାରିରେ ଓପନିଙ୍ଗ କରୁଥିବା ଦେଖି ଖୁସି ହୋଇଥିବେ, କିନ୍ତୁ ହଁ ଏହା ସ୍ଥାୟୀ ନୁହେଁ। ଆଗାମୀ ମ୍ୟାଚରେ ଆମ ପାଖରେ ଶିଖର ଧାୱନ ହୋଇପାରନ୍ତି”। ପନ୍ତଙ୍କ ଠୁ ଆଶା ଥିଲା କିନ୍ତୁ ସେ ୩୪ ବଲରେ ୧୮ ରନ କରି ଓଡିୟନ ସ୍କିଥଙ୍କ ଶିକାର ହୋଇଗଲେ।
ରୋହିତ ଆଗ ମଧ୍ୟ କହିଥିଲେ,”ଭାଗ୍ୟଶାଳୀ ରହିଲୁ ଇ ଡିଉ ପଡିଲାନି। ମୁଁ ବୋଲରଙ୍କ ଠୁ ତାଙ୍କ ଶ୍ରେୟ ଛଡାଉନି, ବିଶେଷକରି ପ୍ରସିଦ୍ଧ କ୍ରିଷ୍ଣାଙ୍କ ଠୁ। ଏହି ମ୍ୟାଚର ପୁରା ଶ୍ରେୟ ବୋଲରଙ୍କୁ ଯାଉଛି”। ୱେଷ୍ଟଇଣ୍ଡିଜର କାର୍ଯ୍ୟବାହକ ଅଧିନାୟକ ନିକୋଲସ ପୁରନ କହିଛନ୍ତି,”ଆମେ ପାର୍ଟନରସିପ କରିପାରିଲୁନି ଓ ଲଗାତର ୱିକେଟ ହରାଇଲୁ। ଆମେ ଏକା ସାଥିରେ ଯେତେ କ୍ରିକେଟ ଖେଳିବୁ ସେତେ ଭଲ ଭଲ ଖେଳାଳି ହେବୁ”।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।