ରୋହିତଙ୍କ ପରେ ଅଧିନାୟକ ଭାର ସମ୍ଭାଳିବେ ଋଷଭ ପନ୍ତ? ଜୋର ଧରିଲା ଖବର, କଣ ଆପଣଙ୍କ ମତ?

ରୋହିତ ଶର୍ମାଙ୍କ ପାଖରେ ନିଜ ଅଧିନୟକତ୍ୱକୁ ପ୍ରମାଣ କରିବା ପାଇଁ ବହୁତ କମ ସମୟ ବାକି ରହିଯାଇଛି। ୨୦୨୩ ମସିହା ଏକ ଦିବସୀୟ ବିଶ୍ୱକପ ପରେ ରୋହିତ ଶର୍ମାଙ୍କ ବୟସ ପାଖାପାଖି ୩୬-୩୭ ବର୍ଷ ହୋଇଯିବ। ସେଥିପାଇଁ ଏହା ପରେ ସେ ଅବସର ନେଇ ପାରନ୍ତି। ୨୦୨୩ ବିଶ୍ୱକପ ପରେ ଜଣେ ଏପରି ଖେଳାଳି ଯିଏ ପରବର୍ତ୍ତୀ ଅଧିନାୟକ କାର୍ଯ୍ୟ ତୁଲାଇ ପାରନ୍ତି। ରିସବ ପନ୍ତ ଗତ କିଛି ବର୍ଷ ଧରି ଭାରତ ପାଇଁ ଅତି ଉତ୍ତମ ପ୍ରଦର୍ଶନ କରି ଆସୁଛନ୍ତି। ସେ ଏହା ପୂର୍ବରୁ ଆଇପିଏଲରେ ଦିଲ୍ଲୀ ଦଳର ଅଧିନାୟକ ମଧ୍ୟ ରହି ସାରିଛନ୍ତି। ତାଙ୍କ ପାଖରେ ଅଧିନାୟକ ହେବାର ସମସ୍ତ ଗୁଣ ମଧ୍ୟ ରହିଛି।

Google

ଭବିଷ୍ୟତରେ ରିସବ ପନ୍ତ ଭାରତର ସଫଳ ଅଧିନାୟକଙ୍କ ମଧ୍ୟରୁ ଜଣେ ହୋଇ ପାରନ୍ତି। ତାଙ୍କ ମଧ୍ୟରେ ଏକ ଅଧିନାୟକତ୍ୱର ନିଆଁ ରହିଛି ଯାହାକି ଆଗକୁ ଗଲେ ତାଙ୍କୁ ଜଣେ ଦକ୍ଷ ଅଧିନାୟକରେ ପରିଣତ କରିବ। ସେ ଚାଲାକ ଅଟନ୍ତି ଏବଂ ଖେଳ ମଝିରେ ତାଙ୍କ ଗେମପ୍ଲାନ ଅନେକ ଲୋକଙ୍କୁ ଚକିତ ମଧ୍ୟ କରିଥାଏ।

ତାଙ୍କର ଏକ ଭିନ୍ନ ବ୍ୟାଟିଂ ଶୈଳୀ ରହିଛି ଯାହାକୁ ଦେଖିବାକୁ ବହୁତ ମଜା ଲାଗେ। ସେ ସମସ୍ତ ପରିସ୍ଥିତିରେ ବ୍ୟାଟିଂ କରି ପାରନ୍ତି। ପାଖାପାଖି ୨୩ ବର୍ଷୀୟ ଏହି କ୍ରିକେଟରଙ୍କ ବ୍ୟାଟିଂ ଶୈଳୀ ବହୁତ ଦମଦାର।

Google

ରୋହିତ ଶର୍ମାଙ୍କୁ ବର୍ତ୍ତମାନ ପାଖାପାଖି ୩୫ ବର୍ଷ ହୋଇ ଗଲାଣି। ରୋହିତ ଶର୍ମାଙ୍କ ପରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଜଣେ ଏପରି କ୍ରିକେଟରଙ୍କୁ ଅଧିନାୟକଙ୍କୁ ଦେବାକୁ ଚାହିଁବ ଯାହା କ୍ୟାରିୟରରେ ଅଧିକ ଦିନ ରହିଥିବ। ସେଥିପାଇଁ ରିସବ ପନ୍ତ ଜଣେ ଉପଯୁକ୍ତ ଅଧିନାୟକ ହୋଇ ପାରିବେ। ବିରାଟ କୋହଲିଙ୍କ ପାଖାପାଖି ୨୭ ବର୍ଷ ବୟସରେ ଟେଷ୍ଟରେ ଅଧିନାୟକ ଭାବରେ ପଦାର୍ପଣ କରିଥିଲେ ଏବଂ ଟି-ଟ୍ୱେ, ଏକ ଦିବସିୟରେ ପାଖାପାଖି ୨୯ ବର୍ଷରେ ପଦାର୍ପଣ କରିଥିଲେ। ଯଦି ଭାରତକୁ ଭବିଷ୍ୟତରେ ଅଧିନାୟକ ପଦ ଚୟନ କରିବାର ଅଛି, ତେବେ ରିସବ ପନ୍ତ ଏଥିପାଇଁ ପରଫେକ୍ଟ ଅଟନ୍ତି। କାରଣ ସେ ଟେଷ୍ଟ ସହିତ ଟି-ଟ୍ୱେଣ୍ଟି ଏବଂ ଏକ ଦିବସିୟରେ ମଧ୍ୟ ବହୁତ ଭଲ ପ୍ରଦର୍ଶନ କରୁଛନ୍ତି।

ଏହା ଉପରେ ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କର ଇଣ୍ଡିଆ ଟୁଡେରେ କହିଥିଲେ ଯେ, ଅଧିନାୟକ ପଦ ପାଇଁ ରିସବ ପନ୍ତ ସଠିକ କ୍ରିକେଟର ଅଟନ୍ତି। ତେଣୁ ତାଙ୍କୁ ବର୍ତ୍ତମାନ ଠାରୁ ଅଧିନାୟକ ପଦ ଦେବା ଦରକାର। ସେ ପୂର୍ବତନ ଭାରତୀୟ ଅଧିନାୟକ ମନସୁର ଅଲ୍ଲୀ ଖାଁ ପଟଉଦିଙ୍କ ଉଦାହରଣ ଦେଇ କହିଛନ୍ତି ଯେ, ପନ୍ତ ଯଦି ତାଙ୍କ ଭଳି ଜଲ୍ଦି ଏହି ଅଧିନାୟକ ଦାୟୀତ୍ୱ ତୁଲାନ୍ତି, ତେବେ ସେ ପଟଉଦି ଙ୍କ ଭଳି ଜଣେ ସଫଳ ଅଧିନାୟକ ହୋଇ ବାହାରିବେ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *