ପନ୍ତ ହୋଇପାରିବେ ଧୋନୀଙ୍କ ପରି ୱିକେଟ କିପର ବ୍ୟାଟ୍ସମାନ! ପୂର୍ବ ମହାନ କ୍ରିକେଟରଙ୍କ ବଡ଼ ଦାବି!

ବ୍ୟୁରୋ ରିପୋର୍ଟ: ଟିମ ଇଣ୍ଡିଆ ଚମତ୍କାର ଫର୍ମରେ ଅଛି। ଭାରତୀୟ କ୍ରିକେଟ ଟିମର ୱିକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ସବୁଠୁ ଉନ୍ନତ ପ୍ରତିଭାବାନ ଖେଳାଳିଙ୍କ ମଧ୍ୟରୁ ଜଣେ ହୋଇଛନ୍ତି। ପୂର୍ଵ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଅଧିନାୟକତ୍ୱରେ ଇଣ୍ଟରନେସନାଲ କ୍ରିକେଟ ଆରମ୍ଭ କରିଥିବା ପନ୍ତ ବର୍ତ୍ତମାନ କ୍ରିକେଟର କୌଣସି ବି ଫର୍ମାଟରେ ଜଣେ ପ୍ରତିଭାବାନ ଖେଳାଳି ଅଟନ୍ତି। ସେ ନିଜ ଖେଳ ଦ୍ଵାରା କ୍ରିକେଟ ପ୍ରସଂସକଙ୍କ ପସନ୍ଦର ଖେଳାଳି ଅଟନ୍ତି। ଭାରତର ଏହି ୨୪ ବର୍ଷୀୟ ୱିକେଟ କିପର ଅଳ୍ପଦିନ ତଳେ ଶ୍ରୀଲଙ୍କା ବିରୁଦ୍ଧରେ ସିରିଜରେ ସୁନ୍ଦର ପ୍ରଦର୍ଶନ କରିଛନ୍ତି। ଏହି ସିରିଜ ଭାରତ ୨-୦ରେ ଜିତିଲା ଯେଉଁଥିରେ ପନ୍ତ ବ୍ୟାଟିଙ୍ଗ ସହ କିପିଙ୍ଗରେ ମଧ୍ୟ ନିଜ ଜଲୱା ଦେଖାଇଥିଲେ।

Google

ଇଣ୍ଟରନେସନାଲ କ୍ରିକେଟରେ ପନ୍ତ ଯେଉଁପରି ଧମାଲ କରୁଛନ୍ତି ତାକୁ ଦେଖି ପୂର୍ଵ କ୍ରିକେଟର ତାଙ୍କୁ ପ୍ରଶଂସା କରିଛନ୍ତି। ଏଥିରୁ ଜଣେ ପୁର୍ବ ଖେଳାଳିଙ୍କ ଦାବିକି ପନ୍ତ ପୂର୍ଵ ୱିକେଟ କିପର ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଠୁ ଭଲ ୱିକେଟ କିପର ବ୍ୟାଟ୍ସମ୍ୟାନ ହୋଇପାରିବେ, କାରଣ ପନ୍ତ ବହୁତ କମ ଦିନରେ ନିଜ ନାମରେ ଅନେକ ରେକର୍ଡ କରିଛନ୍ତି। ଭାରତୀୟ ପୂର୍ଵ ଓପନର ବ୍ୟାଟ୍ସମ୍ୟାନ ୱାସିମ ଜାଫରଙ୍କର ମାନିବାର ଅଟେ କି ପନ୍ତ ଧୋନିଙ୍କୁ ପଛରେ ପକାଇପାରନ୍ତି।

ଧୋନିଙ୍କ ଠୁ ଅଧିକ ରେକର୍ଡ କରିପାରନ୍ତି ପନ୍ତ:

କ୍ରିକଇନ୍ଫୋ ସହିତ କଥାବାର୍ତ୍ତା ସମୟରେ ୱାସିମ ଜାଫର କହିଛନ୍ତି,”ହଁ ,ରିଷଭ ପନ୍ତ ଏପରି ଖେଳାଳି ଯିଏକି ଧୋନିଙ୍କ ରେକର୍ଡକୁ ପଛରେ ପକାଇପାରିବେ। ଏତେ କମ ବୟସରେ ସେ ପୂର୍ବରୁ ହିଁ ବହୁତ ମହତ୍ତ୍ୱପୂର୍ଣ୍ଣ ପାରି ଖେଳିସାରିଛନ୍ତି। ମୋର ମାନିବାର ଅଟେ କି ଆଗାମୀ ୮-୧୦ ବର୍ଷରେ ସେ ଆହୁରି ପରିପକ୍ୱ ହେବେ ଓ ଅଧିକ ଅନୁଭବ ସହ ଧୋନିଙ୍କୁ ମଧ୍ୟ ପଛରେ ପକାଇପାରନ୍ତି”।

ଏପରି ରହିଲା ଶ୍ରୀଲଙ୍କା ସହ ପ୍ରଦର୍ଶନ:

ଅଳ୍ପଦିନ ତଳେ ଶ୍ରୀଲଙ୍କା ସହ ହୋଇଥିବା ଟେଷ୍ଟ ସିରିଜରେ ପନ୍ତଙ୍କ ପ୍ରଦର୍ଶନ ଦେଖିବାତ ସେ ମୋହାଲି ଟେଷ୍ଟରେ ୯୮ ବଲରେ ୯୬ ରନର ପାରି ଖେଳିଥିଲେ। ବାଙ୍ଗାଲୋର ଟେଷ୍ଟର ଦ୍ୱିତୀୟ ପାରିରେ ୨୮ ବଲରେ ୫୦ ରନ କରିଥିଲେ। ଏହି ସମୟରେ ସେ ପୂର୍ଵ ଅଧିନାୟକ କପିଲ ଦେବଙ୍କ ରେକର୍ଡ ଭାଙ୍ଗିଦେଇଥିଲେ। ସେ ଭାରତ ତରଫରୁ ଟେଷ୍ଟରେ ସବୁଠୁ କମ ବଲରେ ଅର୍ଦ୍ଧଶତକ ମାରିଥିବା ପ୍ରଥମ ଭାରତୀୟ ଅଟନ୍ତି। ପୁରା ସିରିଜ ଦେଖିବା ତ ପନ୍ତ ୧୮୫ ରନ ସହ ୮ ଟି କ୍ୟାଚ ଧରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *