ବ୍ୟୁରୋ ରିପୋର୍ଟ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ସିରିଜର ଶେଷ ମ୍ୟାଚ ରବିବାରକୁ ବାଙ୍ଗାଲୋରରେ ଖେଳାଯିବାର ଅଛି। ଏହି ସିରିଜରେ ଭାରତ ଭଲ ଆରମ୍ଭ କରିନଥିଲା ପ୍ରଥମ ଦୁଇଟି ମ୍ୟାଚ ହାରି ଯାଇଥିଲା କିନ୍ତୁ ଏହା ପରେ ଲଗାତର ଦୁଇଟି ମ୍ୟାଚ ଜିତି ସିରିଜ ୨-୨ରେ ଏବେ ବରାବର ଅଛି। ଏବେ ସିରିଜରେ କିଏ ଜିତିବ ତାହା ବାଙ୍ଗାଲୋର ମ୍ୟାଚ ପରେ ଜଣା ପଡିବ।

ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ପ୍ରଥମ ଦୁଇଟି ମ୍ୟାଚ ଟିମ ଇଣ୍ଡିଆ ଯେଉଁଭଳି ହାରିଥିଲା ଲାଗୁଥିଲା ଯେଉଁ କାମ ଧୋନି ଓ ବିରାଟ କୋହଲି ଛାଡିଥିଲେ ତାହା ଅଧା ରହିଯିବ। କିନ୍ତୁ ପନ୍ତଙ୍କ ଅଧିନାୟକତ୍ୱରେ ଏହା ପର ଦୁଇଟି ମ୍ୟାଚ ଭାରତୀୟ ଟିମ ଜିତି ସିରିଜ ଜିତିବାର ଆଶା ବଢ଼ାଇ ଦେଇଛି। ଯଦି ଭାରତ ଏହି ସିରିଜ ଜିତିଯାଏ ତେବେ ଏହା ପ୍ରଥମ ଥର ହେବେ ଭାରତୀୟ ଟିମ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଘରେ ଟି-୨୦ ସିରିଜ ଜିତିବ।
ଏହା ପୂର୍ବରୁ ଟିମ ଦୁଇଥର ଏପରି କରିବାରେ ଅସଫଳ ରହିଛି। ଥରେ ଧୋନି ଓ ଥରେ ବିରାଟ କୋହଲି ଅସଫଳ ରହିଥିଲେ।
ଧୋନିଙ୍କ ଅଧିନାୟକତ୍ୱରେ ଭାରତ ହାରିଥିଲା:
ଦକ୍ଷିଣ ଆଫ୍ରିକା ଭାରତରେ ପ୍ରଥମ ଟି-୨୦ସିରିଜ ୨୦୧୫ରେ ଖେଳିଥିଲା। ସେବେ ଭାରତୀୟ ଟିମ ୩ଟି ମ୍ୟାଚ ବିଶିଷ୍ଟ ସିରିଜ ୨-୦ରେ ହାରିଥିଲା। ସେବେ ଭାରତର ଅଧିନାୟକ ଧୋନି ଥିଲେ। ସେବେ ଦକ୍ଷିଣ ଆଫ୍ରିକା ଧର୍ମଶାଳା ଓ କଟକରେ ହୋଇଥିବା ପ୍ରଥମ ଦୁଇଟି ମ୍ୟାଚ ଜିତିଥିଲା। କୋଲକତାରେ ହେବାକୁ ଥିବା ତୃତୀୟ ମ୍ୟାଚ ରଦ୍ଦ ହୋଇଥିଲା।

କୋହଲିଙ୍କ ଅଧିନାୟକତ୍ୱରେ ହୋଇଥିଲା ସିରିଜ ବରାବର:
ଦ୍ୱିତୀୟ ଥର ଦକ୍ଷିଣ ଆଫ୍ରିକା ୨୦୧୯ରେ ଭାରତକୁ ଟି-୨୦ ସିରିଜ ଖେଳିବାକୁ ଆସିଥିଲା। ସେବେ ଭାରତର ଅଧିନାୟକ ବିରାଟ କୋହଲିଥିଲେ। ତିନୋଟି ମ୍ୟାଚ ବିଶିଷ୍ଟ ସେହି ସିରିଜର ପ୍ରଥମ ମ୍ୟାଚ ଧର୍ମଶାଳାରେ ରଦ୍ଦ ହୋଇଥିଲା। ଦ୍ୱିତୀୟ ମ୍ୟାଚ ବାଙ୍ଗାଲୋରରେ ହୋଇଥିଲା ଓ ଭାରତୀୟ ଟିମ ସେହି ମ୍ୟାଚ ଜିତିଥିଲା କିନ୍ତୁ ମୋହାଲିରେ ହୋଇଥିବା ତୃତୀୟ ମ୍ୟାଚ ଦକ୍ଷିଣ ଆଫ୍ରିକା ଜିତିବା ଦ୍ଵାରା ସିରିଜ ୧-୧ରେ ବରାବରୀ ହୋଇଥିଲା ଓ ଭାରତର ସ୍ୱପ୍ନ ଅଧା ରହିଥିଲା। ଏବେ ଭାରତ ପାଖରେ ଏବେ ସ୍ୱପ୍ନ ପୁରୁଣ ପାଇଁ ମୌକା ଅଛି।ତେବେ ପ୍ରଥମ ୨ଟି ମ୍ୟାଚ ଟି-୨୦ ସିରିଜର ଦକ୍ଷିଣ ଆଫ୍ରିକା ଜିତିଥିବା ବେଳେ ୩ୟ ଓ ଚତୁର୍ଥ ମ୍ୟାଚ ଜିତି ଭାରତ ସିରିଜକୁ ୨-୨ ରେ ଏବେ ଯାଏ ବରାବର କରିବାରେ ସକ୍ଷମ ରହିଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।