ବ୍ୟୁରୋ ରିପୋର୍ଟ: ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ମ ଟେଷ୍ଟରେ ପ୍ରଥମ ଦିନ ଏଜବେଷ୍ଟନରେ ରିଷଭ ପନ୍ତ ନିଜ ଜଲୱା ଦେଖାଇଲେ। ପନ୍ତ ୧୧୧ ବଲରେ ୧୪୬ ରନ କରିଥିଲେ। ସେ ନିଜ ପାରିରେ ୨୦ ଟି ଚୌକା ଓ ୪ ଟି ଛକା ଲଗାଇଥିଲେ। ଇଂଲଣ୍ଡର ଅଧିନାୟକ ବେନ ଷ୍ଟୋକସ ଟସ ଜିତି ପ୍ରଥମେ ବୋଲିଙ୍ଗ ନିସ୍ପତି ନେଇଥିଲେ। ଇଂଲଣ୍ଡର ପେସର ଜେମ୍ସ ଆଣ୍ଡରସନଙ୍କ ଦାୟିତ୍ୱରେ ଭାରତର ୫ ଟି ୱିକେଟ ୧୦୦ ରନ ଭିତରେ ନେଇଯାଇଥିଲେ। କିନ୍ତୁ ଦିନ ଶେଷ ହେବା ପର୍ଯ୍ୟନ୍ତ ଅବସ୍ଥା ପୁରା ବଦଳିଗଲା। ପ୍ରଥମ ଦିନ ଶେଷ ସୁଦ୍ଧା ଭାରତ ୭୩ ଓଭରରେ ୭ ଟି ୱିକେଟ ହରାଇ ୩୩୮ ରନ କରିଥିଲା। ରବିନ୍ଦ୍ର ଜାଡେଜା ୮୫ ରନ କରି ନଟଆଉଟ ରହିଥିଲେ। ଅନ୍ୟପଟେ ମହମ୍ମଦ ସାମୀ ଶୂନ୍ୟରେ ଖେଳୁଛନ୍ତି।
Rahul Dravid's reaction to that Rishabh Pant hundred ❤️#ENGvIND pic.twitter.com/zNSp0QLlc8
— Rohit Sankar (@imRohit_SN) July 1, 2022
ରିଷଭ ପନ୍ତ ପ୍ରତି ସିରିଜର ଶେଷରେ ଲଗାଇଛନ୍ତି ଶତକ:
ପନ୍ତ ଚାରି ବର୍ଷ ପୂର୍ବରୁ ଇଂଲଣ୍ଡ ଗ୍ରସ୍ତରେ ଓବଲ ଗ୍ରାଉଣ୍ଡରେ ହିଁ ନିଜର ପ୍ରଥମ ଶତକ ଲଗାଇଥିଲେ। ସେ ଟେଷ୍ଟରେ ଏବେ ପର୍ଯ୍ୟନ୍ତ ୫ ଟି ଶତକ ମାରିଛନ୍ତି ଯେଉଁଥିରୁ ୪ ଟି ବିଦେଶ ଗ୍ରାଉଣ୍ଡରେ ହିଁ ମାରିଛନ୍ତି।ପନ୍ତ ସିଡନିରେ ଅଷ୍ଟ୍ରେଲିଆ ବିରୁଦ୍ଧରେ ୧୫୯*, ଅହମ୍ମଦାବାଦରେ ଇଂଲଣ୍ଡ ବିରୁଦ୍ଧରେ ୧୦୧,ଏହି ବର୍ଷ ଦକ୍ଷିଣ ଆଫ୍ରିକାରେ ୧୦୦* ଓ ଏଜବେଷ୍ଟନରେ ୧୪୬ ରନର ପାରି ଖେଳିଛନ୍ତି। ଖାସ କଥା ଏହା ରହିଛିକି ପନ୍ତ ସବୁ ଶତକ ସିରିଜର ଶେଷ ମ୍ୟାଚରେ ମାରିଛନ୍ତି। ନିର୍ଣ୍ଣାୟକ ମ୍ୟାଚରେ ପନ୍ତ ଲଗାତର ବଡ଼ ପାରି ଖେଳୁଛନ୍ତି। ଏହା ସହ ସେ ଟେଷ୍ଟ କ୍ରିକେଟରେ ଏପରି ବ୍ୟାଟ୍ସମ୍ୟାନ ହେଉଛନ୍ତି ଯିଏକି କୌଣସି ସମୟରେ ମ୍ୟାଚର ରୂପ ବଦଳାଇପାରିବ।
ପନ୍ତଙ୍କ ଶତକରେ ରାହୁଲ ଦ୍ରାଭିଡ ଖାସ ଷ୍ଟାଇଲରେ କଲେ ସେଲିବ୍ରେସନ:
ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଏହି ଟେଷ୍ଟ ସିରିଜରେ ଭାରତ ଏବେ ୨-୧ରେ ଆଗୁଆ ଅଛି।ସିରିଜ ଜିତିବା ପାଇଁ ଭାରତକୁ କେବଳ ଏହି ଶେଷ ଟେଷ୍ଟକୁ ଡ୍ର କରାଇବା ଆବଶ୍ୟକ। ଭାରତ ଶେଷ ଥର ଇଂଲଣ୍ଡରେ ଟେଷ୍ଟ ସିରିଜ ୧-୦ ରେ ୨୦୦୭ରେ ଜିତିଥିଲା। ସେହି ସମୟରେ ରାହୁଲ ଦ୍ରାଭିଡ ଭାରତୀୟ ଟିମର ଅଧିନାୟକ ଥିଲେ। ଏବେ ଦ୍ରାଭିଡ ଭାରତୀୟ ହେର୍ଡ କୋଚ ଅଟନ୍ତି।
Absolutely magnificent this guy has been in red ball cricket, something really special to have Dravid celebrate that way. Hope to see something spectacular from @RishabhPant17 in the second innings too #rishabh #INDvsENG pic.twitter.com/mnsRnTFBtA
— Prashant Singh (@imprashant15) July 2, 2022
ଗୋଟେ ସମୟରେ ୫ ଟି ୱିକେଟ ହରାଇ ଟିମ ଇଣ୍ଡିଆ ସଙ୍କଟରେ ଦେଖାଯାଉଥିଲା। ଏହା ପରେ ପନ୍ତ ଓ ଜାଡେଜା ୨୩୯ ବଲରେ ୨୨୨ ରନରପାର୍ଟନସିପ କରି ଦ୍ରାଭିଡଙ୍କ ଚିନ୍ତା ଦୂର କରିଦେଇଥିଲେ। ପନ୍ତଙ୍କ ଶତକ ପରେ ରାହୁଲ ଦ୍ରାଭିଡ ନୂଆ ଷ୍ଟାଇଲରେ ସେଲିବ୍ରେସନ କରିଥିଲେ। ଡ୍ରେସିଙ୍ଗ ରୁମରେ ମଧ୍ୟ ସାଥି ଖେଳଲାଇ ନାଚିକି ସେଲିବ୍ରେସନ କରିଥିଲେ। ଏହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।