ବ୍ୟୁରୋ ରିପୋର୍ଟ: ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଟି-୨୦ ସିରିଜରେ ଭାରତର ଅଧିନାୟକ ରିଷଭ ପନ୍ତଙ୍କ ନାମରେ ଚାହୁଁନଥିବା ରେକର୍ଡ ହୋଇଯାଇଛି। ଏହା ଏକ ଏପରି ରେକର୍ଡ ଯାହା କୌଣସି ଅଧିନାୟକ ନିଜ ନାମରେ କରିବାପାଇଁ ଚାହିଁବେନି। ରବିବାରକୁ ୫ମ ମ୍ୟାଚରେ ମଧ୍ୟ ସେ ଟସ୍ ହାରିଯାଇଛି। ଏହି ସିରିଜରେ ସେ ଲଗାତର ୫ଟି ଯାକ ମ୍ୟାଚରେ ଟସ୍ ହାରିଯାଇଛନ୍ତି। ଆରମ୍ଭ ୫ଟି ଯାକ ଟି-୨୦ ମ୍ୟାଚରେ ଟସ୍ ହାରିଥିବା ସେ ପ୍ରଥମ ଅଧିନାୟକ ଅଟନ୍ତି। ବାଙ୍ଗାଲୋରରେ ହେବାକୁ ଥିବା ପଞ୍ଚମ ମ୍ୟାଚ ପୁରା ହୋଇପାରିନଥିଲା। ବର୍ଷା ହେବା ଦ୍ଵାରା ଶେଷ ମ୍ୟାଚଟି ରଦ ହୋଇଗଲା। ଏହିପରି ୫ଟି ଟି-୨୦ ମ୍ୟାଚ ବିଶିଷ୍ଟ ସିରିଜ ୨-୨ରେ ବରାବରୀ ହୋଇଗଲା।

ରିଷଭ ପନ୍ତ ବାମହାତୀ ବ୍ୟାଟ୍ସମ୍ୟାନ ଅଟନ୍ତି କିନ୍ତୁ ଟସ୍ ଡାହାଣହାତରେ ପକାଇନାହାଁନ୍ତି। ଚତ୍ରୁର୍ଥ ମ୍ୟାଚରେ ଟସ୍ ହାରିବା ପରେ ପନ୍ତ ମଜାକରେ କହିଥିଲେ ସେ ଶେଷ ମ୍ୟାଚରେ ବାମହାତରେ ଟସ୍ ପକାଇବେ କିନ୍ତୁ ଶେଷ ମ୍ୟାଚରେ ମଧ୍ୟ ସେ ଡାହାଣ ହାତରେ ଟସ୍ ପକାଇଥିଲେ। ସିରିଜର ଶେଷ ମ୍ୟାଚରେ ମଧ୍ୟ ସେ ଟସ୍ ହାରିଗଲେ।
ବର୍ଷା ହେଲା ପ୍ରତିବନ୍ଧକ:
ବାଙ୍ଗାଲୋରରେ ହୋଇଥିବା ଶେଷ ମ୍ୟାଚ ଉପରେ ପୂର୍ଵରୁ ହିଁ ବର୍ଷା ହେବାର ଚାନ୍ସ ଥିଲା। ବର୍ଷା ଓ ପାଣିପାଗ ଯୋଗୁ ମ୍ୟାଚ ୫୦ ମିନିଟ ଡେରିରେ ଆରମ୍ଭ ହେଲା ଓ ଗୋଟେ ଓଭର କମ କରାଗଲା। ଏହା ପରେ ଖେଳ ମାତ୍ର ୩.୩ ଓଭରର ହିଁ ହୋଇଥିଲା ପୁଣି ବର୍ଷା ହେଲା। ଲଗାତର ବର୍ଷା ହେବା ଦ୍ଵାରା ଅମ୍ପାୟାର ଶେଷରେ ମ୍ୟାଚକୁ ରଦ କରିଥିଲେ। ଯେବେ ମ୍ୟାଚ ରଦ୍ଦ ହେଲା ସେହି ସମୟରେ ଭାରତର ସ୍କୋର ୨ ୱିକେଟରେ ୨୮ ରନ ଥିଲା। ଇସାନ କିସାନ ୧୫ ଓ ଋତୁରାଜ ଗାୟକୱାଡ଼ ୧୦ ରନ କରି ଆଉଟ ହୋଇଥିଲେ।

ସିରିଜ ଜିତିବାର ସ୍ୱପ୍ନ ଅଧା ରହିଲା:
ଭାରତର ପୁଣି ନିଜ ମାଟିରେ ଦକ୍ଷିଣ ଆଫ୍ରିକା ସହ ଟି-୨୦ ସିରିଜ ଜିତିବାର ସ୍ୱପ୍ନ ଅଧା ରହିଗଲା। ଦ୍ୱିପକ୍ଷ ଟି-୨୦ ସିରିଜର କଥାକହିବାତ ଏହା ଦକ୍ଷିଣ ଆଫ୍ରିକାର ଭାରତରେ ତୃତୀୟ ସିରିଜ ଅଟେ। ଦକ୍ଷିଣ ଆଫ୍ରିକା ଭାରତରେ ପ୍ରଥମ ସିରିଜ ୨୦୫-୧୬ ରେ ଭାରତ ସହ ଖେଳିଥିଲା ଓ ସିରିଜ ୨-୦ରେ ଜିତିଥିଲା। ଦ୍ୱିତୀୟ ଥର ୨୦୧୯-୨୦ ରେ ଖେଳିଥିଲା ଓ ସିରିଜ ୧-୧ରେ ବରାବରୀ ରହିଥିଲା। ଏବେ ୨୦୨୨ରେ ତୃତୀୟ ଥର ଖେଳିଲା ଓ ଏହି ସିରିଜ ୨-୨ରେ ବରାବର ହେଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।