ବ୍ୟୁରୋ ରିପୋର୍ଟ: ଶ୍ରୀକର ଭରତ ଲିଷ୍ଟିସାୟର ବିରୁଦ୍ଧରେ ଅର୍ଦ୍ଧଶତକୀୟ ପାରି ଖେଳି ଭାରତୀୟ ପାରିକୁ ସମ୍ଭାଳିଛନ୍ତି। ଟଚ ଜିତି ପ୍ରଥମେ ବ୍ୟାଟିଙ୍ଗ କରିବାକୁ ଓହ୍ଲାଇଥିବା ଟିମ ଇଣ୍ଡିଆ ୮୧ ରନରେ ୫ ଟି ୱିକେଟ ହରାଇଦେଇଛି। ଲାଗୁଥିଲା ଟିମ ଜଲ୍ଦି ଅଲଆଉଟ ହୋଇଯିବ କିନ୍ତୁ ୱିକେଟ କିପର ବ୍ୟାଟ୍ସମ୍ୟାନ ଶ୍ରୀକର ଭରତ ପ୍ରଥମେ ବିରାଟ କୋହଲି ଓ ପରେ ଉମେଶ ଯାଦବଙ୍କ ସହ ଅର୍ଦ୍ଧଶତକୀୟ ପାର୍ଟନରସିପ କରି ଟିମର ସ୍କୋର ୨୦୦ ରନ ପାର କରାଇଥିଲେ। ସମାଚାର ଲେଖାଯିବା ପର୍ଯ୍ୟନ୍ତ ଭାରତ ତୃତୀୟ ସେସନରେ ୫୯ ଓଭରରେ ୮ ୱିକେଟରେ ୨୪୧ ରନ କରିନେଇଥିଲା। ଭରତ ୬୭ ଓ ସାମୀ ୧୬ ରନ କରି ଖେଳୁଛନ୍ତି।

ଏହି ମ୍ୟାଚରେ ରିଷଭ ପନ୍ତ ଲିଷ୍ଟିସାୟର ତରଫରୁ ଖେଳୁଛନ୍ତି ଯାହା ଦ୍ୱାରା ଶ୍ରୀକର ଭରତଙ୍କୁ ଖେଳିବାକୁ ମୌକା ମିଳିଲା। ପନ୍ତ ଦକ୍ଷିଣ ଆଫ୍ରିକା ସହ ସିରିଜରେ ଭଲପ୍ରଦର୍ଶନ କରିନଥିଲେ ଯାହା ଦ୍ୱାରା ତାଙ୍କ ଆଲୋଚନା ହେଉଛି। ଏବେ ପନ୍ତଙ୍କୁ ଭଲ ପ୍ରଦର୍ଶନ କରିବାକୁ ପଡିବ। ଭରତ ବ୍ୟାଟିଙ୍ଗ କରିବାକୁ ଓହ୍ଲାଇବା ବେଳେ ଟିମର ସ୍କୋର ୫ ୱିକେଟରେ ୮୧ ରନ ଥିଲା। ସେ ପ୍ରଥମେ ବିରାଟ କୋହଲିଙ୍କ ସହ ୫୭ ରନର ପାର୍ଟନରସିପ କରି ଟିମର ସ୍କୋର ୧୫୦ ରନ ପାଖାପାଖି ପହଁଞ୍ଚାଇଲେ। ଏହା ପରେ ଉମେଶ ଯାଦବଙ୍କ ସହ ଅର୍ଦ୍ଧଶତକୀୟ ପାର୍ଟନରସିପ କରି ଟିମର ସ୍କୋର ୨୦୦ ରନ ପାର କରାଇଥିଲେ।
୯୩ ବଲରେ ଅର୍ଦ୍ଧଶତକ ପୁରା କରିଥିଲେ:
ଶ୍ରୀକର ଭରତ ୯୩ ବଲରେ ଅର୍ଦ୍ଧଶତକ ପୁରା କରିଥିଲେ ଯେଉଁଥିରେ ୬ ଟି ଚୌକା ଓ ଗୋଟେ ଛକା ସାମିଲ ଅଛି। କୋହଲି ୬୯ ବଲରେ ୩୩ ରନ କରିଥିଲେ ଯେଉଁଥିରେ ୪ ଟି ଚୌକା ସାମିଲ ଅଛି କିନ୍ତୁ ସେ ନିଜ ସ୍କୋର ବଡ଼ କରିପାରିନଥିଲେ। ଉମେଶ ଯାଦବ ୩୨ ବଲରେ ୨୩ ରନ କରିଛନ୍ତି ଯେଉଁଥିରେ ୪ ଟି ଚୌକା ସାମିଲ ଅଛି। ବୋଲର ରୋମନ ବାଲକର ଏବେ ପର୍ଯ୍ୟନ୍ତ ସୁନ୍ଦର ବୋଲିଙ୍ଗ କରିଛନ୍ତି। ଏହି ବୋଲର ବିରାଟ କୋହଲି ରୋହିତ ଶର୍ମାଙ୍କ ସହ ୫ ୱିକେଟ ନେଇଛନ୍ତି।

ଏହି ମ୍ୟାଚରେ ଟିମ ଇଣ୍ଡିଆର ଟପ ଅର୍ଡର ଆଶା ମୁତାବକ ପ୍ରଦର୍ଶନ କରିପାରିନାହିଁ। ଓପନର ରୋହିତ ଶର୍ମା ୨୫ ଓ ଶୁଭମନ ଗିଲ ୨୧ ରନ କରିଥିଲେ। ଦୁହେଁ ପ୍ରଥମ ୱିକେଟ ପାଇଁ ୩୫ ରନ ଯୋଡିଥିଲେ। ହନୁମା ବିହାରୀ ୩,ଶ୍ରେୟସ ଅୟର ଶୂନ୍ୟ ଓ ରବିନ୍ଦ୍ର ଜାଡେଜା ୧୩ ରନ କରି ଆଉଟ ହୋଇଥିଲେ। ସେହିପରି ସାରଦୁଲ ଠାକୁର ୬ ରନ କରିଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।