ବ୍ୟୁରୋ ରିପୋର୍ଟ: ମହେନ୍ଦ୍ର ସିଂହ ଧୋନି ଇଣ୍ଟରନେସନାଲ କ୍ରିକେଟରୁ ଅବସର ନେବା ପରେ ରିଷଭ ପନ୍ତ ୱିକେଟ କିପର ବ୍ୟାଟ୍ସମ୍ୟାନ ରୂପରେ ଭାରତର ତିନୋଟି ଯାକ ଫର୍ମାଟରେ ନିଜ ଜାଗା ପ୍ରାୟ ପକ୍କା କରିଛନ୍ତି। ପୂର୍ଵ କିଛି ସମୟରୁ ସେ ସୁନ୍ଦର ପ୍ରଦର୍ଶନ କରିଛନ୍ତି କିନ୍ତୁ ୩ ଜଣ ଏପରି ୱିକେଟ କିପର ଏପରି ଅଛନ୍ତି ଯିଏକି ଟି-୨୦ ବିଶ୍ୱକପରେ ତାଙ୍କ ପାଇଁ ଅସୁବିଧା ଆଣିପାରନ୍ତି।

୧-କେ ଏଲ ରାହୁଲଙ୍କୁ ଯଦି ଟି-୨୦ ଓ ଏକଦିବସିୟରେ ବ୍ୟାଟିଙ୍ଗ ସହିତ ୱିକେଟ କିପିଙ୍ଗର ଦାୟିତ୍ୱ ଦିଆଯିବ ତେବେ ଏହା ଟିମ ଇଣ୍ଡିଆ ପାଇଁ ଫାଇଦା ହେବ। ଯଦି ରାହୁଲ ୱିକେଟ କିପିଙ୍ଗ କରିବେ ତେବେ ରିଷଭ ପନ୍ତଙ୍କ ଜାଗାରେ କୌଣସି ଅଲରାଉଣ୍ଡରଙ୍କୁ ମୌକା ଦିଆଯାଇପାରିବ। ଏହା ପୂର୍ବରୁ ମଧ୍ୟ ରାହୁଲ ଟିମ ଇଣ୍ଡିଆ ପାଇଁ ଟି-୨୦ ଓ ଏକଦିବସିୟରେ ୱିକେଟ କିପିଙ୍ଗ କରିସାରିଛନ୍ତି।ଯଦି ରାହୁଲ ୱିକେଟ କିପିଙ୍ଗରେ ସେଟ ହୋଇଯିବେ ତେବେ ପନ୍ତଙ୍କୁ ଟିମରେ ଜାଗା ମିଳିବା କଷ୍ଟକର ହୋଇଯିବ।

୨-ଇସାନ କିସାନ: ବାମହାତୀ ୱିକେଟ କିପର ବ୍ୟାଟ୍ସମ୍ୟାନ ଇସାନ କିସାନଙ୍କୁ ରିଷଭ ପନ୍ତଙ୍କ ପରି ୱିକେଟ କିପର ବାମହାତୀ ବ୍ୟାଟ୍ସମାନ ଅଟନ୍ତି। ରିଷଭ ପନ୍ତଙ୍କର ଖରାପ ଫର୍ମ କାରଣରୁ ଟି-୨୦ ଓ ଏକଦିବସିୟ ଟିମରେ ତାଙ୍କ ଚୟନକୁ ନେଇ ଲଗାତର ପ୍ରଶ୍ନ ଉଠୁଛି। ଇସାନ କିସନ ମଧ୍ୟ ବହୁତ ସୁନ୍ଦର ୱିକେଟ କିପିଙ୍ଗ କରିଥାନ୍ତି।ସେ ଆଇପିଏଲରେ ଅନେକ ମ୍ୟାଚ ବିଜୟୀ ପାରି ଖେଳିଛନ୍ତି। ସେ ଆଇପିଏଲରେ ୭୫ ମ୍ୟାଚରେ ୧୮୭୦ ରନ କରିଥିଲେ ଯେଉଁଥିରେ ୧୨ ଅର୍ଦ୍ଧଶତକ ସାମିଲ ଅଛି। ସେ ଟିମ ଇଣ୍ଡିଆ ପାଇଁ ଏବେ ପର୍ଯ୍ୟନ୍ତ ୩ଟି ଏକଦିବସିୟ ଓ ୧୭ ଟି-୨୦ ଇଣ୍ଟରନେସନାଲ ମ୍ୟାଚ ଖେଳିସାରିଛନ୍ତି। ଏହା ପୂର୍ବରୁ ସେ ୪୬ ଫାଷ୍ଟକ୍ଳାସ ମ୍ୟାଚରେ ୨୮୦୫ ରନ କରିଥିଲେ। ଏଥିରେ ସେ ୫ ଶତକ ଓ ୧୬ ଅର୍ଦ୍ଧଶତକ ଲଗାଇଥିଲେ।

୩-ସଞ୍ଜୁ ସାମସନ: ସଞ୍ଜୁ ସାମସନ ଜଣେ ବହୁତ ଭଲ ବ୍ୟାଟ୍ସମ୍ୟାନ ଅଟନ୍ତି। ସେ ଆଇପିଏଲରେ ବହୁତ ଯୁବ ଖେଳାଳି ହୋଇମଧ୍ୟ ତିନୋଟି ଶତକ ଲଗାଇସାରିଲେଣି। କିନ୍ତୁ ଯେଉଁ ପରି ଫର୍ମରେ ପନ୍ତ ଚାଲୁଛନ୍ତି ଅନେକ ଥର ସାମସନଙ୍କୁ ଅଣଦେଖା କରିଦିଆଯାଇଥାଏ। ସାମସନ ଏବେ ପର୍ଯ୍ୟନ୍ତ ଭାରତ ପାଇଁ ୧୩ ଟି-୨୦ ଇଣ୍ଟରନେସନାଲ ମ୍ୟାଚ ଖେଳିଛନ୍ତି ଓ ଗୋଟେ ଏକଦିବସିୟ ମ୍ୟାଚ ଖେଳିଛନ୍ତି। ସେ ଏଥିରେ ଅଧିକ ଭଲ ବ୍ୟାଟିଙ୍ଗ କରିପାରିନାହଁନ୍ତି କିନ୍ତୁ ପନ୍ତଙ୍କ ଭଳି ସେ ମଧ୍ୟ ଜବରଦସ୍ତ ୱିକେଟ କିପର ଅଟନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।