ବ୍ୟୁରୋ ରିପୋର୍ଟ: ODI ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ଅଧିନାୟକ କେ ଏଲ ରାହୁଲ ଟସ୍ ଜିତି ପ୍ରଥମେ ବ୍ୟାଟିଙ୍ଗ ନିସ୍ପତି ନେଇ ଥିଲା। ଦ୍ୱିତୀୟ ମ୍ୟାଚରେ ଵିସ୍ପୋଟକ ୱିକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ୮୫ ରନର ପାରି ଖେଳିଥିଲେ। ଏହା ତାଙ୍କ କ୍ୟାରିଅରର ସର୍ବଶ୍ରେଷ୍ଠ ସ୍କୋର ଅଟେ। ଏହା ସହିତ ରିଷଭ ପନ୍ତ ୱିକେଟକିପର ରୂପରେ ଦକ୍ଷିଣ ଆଫ୍ରିକାରେ ଟେଷ୍ଟରେ ଓ ଏକଦିବସିୟରେ ସର୍ବଶ୍ରେଷ୍ଠ ସ୍କୋର କରିଥିବା ଭାରତୀୟ ହୋଇଯାଇଛନ୍ତି।
🔥👊 RISHABH ON A ROLL! The records keep tumbling as Rishabh Pant records the highest individual score by an Indian wicket-keeper in ODIs in South Africa!
📸 Getty • #RishabhPant #INDvSA #INDvsSA #TeamIndia #BharatArmy pic.twitter.com/58JcTCvB9k
— The Bharat Army (@thebharatarmy) January 21, 2022
ରିଷଭ ପନ୍ତ ନିଜ ପାରି ଦ୍ଵାରା ମହେନ୍ଦ୍ର ସିଂହ ଧୋନି ଓ ରାହୁଲ ଦ୍ରାଭିଡଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି। ଦ୍ରାଭିଡ ୱିକେଟ କିପର ରୂପରେ ୨୦୦୧ରେ ଡ଼ରଵନ ଗ୍ରାଉଣ୍ଡରେ ୭୭ ରନର ପାରି ଖେଳିଥିଲେ। ଏହା ଛଡା ମହେନ୍ଦ୍ର ସିଂହ ଧୋନି ଜୋହାନବର୍ଗରେ ୨୦୧୩ରେ ୬୫ ରନ କରିଥିଲେ। ପନ୍ତ ନିଜ ପାରି ଦ୍ଵାରା ୭୧ ବଲରେ ୧୦ ଟି ଚୌକା ଓ ୨ ଟି ଛକା ମାରିଥିଲେ। ପନ୍ତ ଶତକ ଆଡ଼କୁ ବଢୁଥିଲେ ସେବେ ତବରେଜ ସମସିଙ୍କ ବଲରେ ଏର୍ଡନ ମାର୍କରମଙ୍କୁ କ୍ୟାଚ ଦେଇଥିଲେ।
ରିଷଭ ପନ୍ତ ଅକ୍ଟୋବର ୨୦୧୮ରେ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଘରୋଇ ସିରିଜରେ ଏକଦିବସିୟରେ ଡେବ୍ୟୁ କରିଥିଲେ। ସେ ୨୦ ଏକଦିବସିୟ ମ୍ୟାଚରେ ୩୫ର ଔସତରେ ୬୩୦ ରନ କରିଛନ୍ତି।ତାଙ୍କ ନାମରେ ୪ ଟି ଅର୍ଦ୍ଧଶତକ ସାମିଲ ଅଛି। ଏହା ସହ ତାଙ୍କ ଷ୍ଟାଇକ ରେଟ ୧୧୩ର ରହିଛି। ଟେଷ୍ଟ କ୍ରିକେଟ କଥା କହିବା ତ ତାଙ୍କ ନାମରେ ୪ ଟି ଶତକ ସାମିଲ ଅଛି।
Rishabh Pant surpasses Rahul Dravid's record for the highest ODI score by an Indian wicketkeeper-batter in South Africa!
.
.#Cricket #SAvIND #IndianCricket #TeamIndia #RishabhPant #RahulDravid #MSdhoni pic.twitter.com/caF4WfXo7L— CRICKETNMORE (@cricketnmore) January 21, 2022
ଏହା ପୂର୍ବରୁ ଭାରତକୁ ଓପନର ଯୋଡି କେ ଏଲ ରାହୁଲ ଓ ଶିଖର ଧାୱନ ସୁନ୍ଦର ଆରମ୍ଭ ଦେଇଥିଲେ। ଭାରତର ପ୍ରଥମ ୱିକେଟ ୧୨ ତମ ଓଭରରେ ଗଳିଲା ଯେବେ ଏର୍ଡମ ମାର୍କରନଙ୍କ ବଲରେ ବଡ଼ ଶର୍ଟ ମାରିବାକୁ ଯାଇ ୨୯ ରନରେ ଶିଖର ଧାୱନ ଆଉଟ ହୋଇଗଲେ। ଏହା ପରେ ତୃତୀୟ ନମ୍ବରରେ ବିରାଟ କୋହଲି ବ୍ୟାଟିଙ୍ଗ ପାଇଁ ଓହ୍ଲାଇଥିଲେ କିନ୍ତୁ ସେ ପର ଓଭରରେ କେଶବ ମହାରାଜଙ୍କ ବଲରର ତେମ୍ବା ବାବୁମାଙ୍କ ହାତରେ କ୍ୟାଚ ଆଉଟ ହୋଇଗଲେ। ସେ ୫ ଟି ବଲ ଖେଳି ଖାତା ଖୋଲିପାରିନଥିଲେ।
ଚତ୍ରୁର୍ଥ ନମ୍ବରରେ ରିଷଭ ପନ୍ତ ବ୍ୟାଟିଙ୍ଗ କରିବାକୁ ଓହ୍ଲାଇଥିଲେ ଓ ସେ ଅଧିନାୟକ କେଏଲ ରାହୁଲଙ୍କ ସହିତ ତୃତୀୟ ୱିକେଟ ପାଇଁ ୧୧୫ ରନର ପାର୍ଟନରସିପ କରିଥିଲେ। ରାହୁଲ ୭୯ ବଲରେ ଚାରିଟି ଚୌକା ସହ ୫୫ ରନ କରିଥିଲେ। ତାଙ୍କ ୱିକେଟ ସିସାଂଗା ମଗାଲା ନେଇଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।