IND vs SA: ଧୋନୀଙ୍କୁ ପଛରେ ପକାଇ ଇତିହାସ ରଚିଲେ ଋଷଭ ପନ୍ତ, ନିଜ ନାମରେ ଦାଖଲ କଲେ ଏହି ବଡ଼ ରେକର୍ଡ

ଟିମ ଇଣ୍ଡିଆର ୱିକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ପାଇଁ ଟେଷ୍ଟରେ ବିତିଥିବା କିଛି ବର୍ଷ ଭଲ ରହିଛି। ସେ ମହେନ୍ଦ୍ର ସିଂହ ଧୋନିଙ୍କ ରେକର୍ଡ ମଧ୍ୟ ଭାଙ୍ଗିଦେଇଛନ୍ତି। ଦକ୍ଷିଣ ଆଫ୍ରିକା ସହ ଜାରି ପ୍ରଥମ ଟେଷ୍ଟ ମ୍ୟାଚରେ ରିଷଭ ପନ୍ତ ତାହା କରି ଦେଖାଇଛନ୍ତି ଯାହା ଧୋନି କରିପାରି ନାହାନ୍ତି।ଏଥିରେ ସେ ଅନେକ ମହାନ ଖେଳାଳିଙ୍କୁ ପଛରେ ପକାଇଦେଇଛନ୍ତି। ତେବେ ଆସନ୍ତୁ ଜାଣିବା କଣ ସେହି ବଡ଼ ରେକର୍ଡ ଯାହା ଦକ୍ଷିଣ ଆଫ୍ରିକା ସହ ମ୍ୟାଚରେ ରିଷଭ ପନ୍ତ ନିଜ ନାମରେ କରିଛନ୍ତି।

Googe

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନୋଟି ଟେଷ୍ଟ ମ୍ୟାଚର ସିରିଜ ଚାଲୁଛି। ଯାହାର ଆରମ୍ଭ ୨୬ ଡିସେମ୍ବରରୁ ସେଂଚୁରିଆନରେ ହେଉଛି। ଏହି ମ୍ୟାଚରେ ଭାରତ ମଜବୁତ ସ୍ଥିତିରେ ଅଛି ଓ ଏହା ସହିତ କିଛି ଖେଳାଳି ଏହି ମ୍ୟାଚରେ ରେକର୍ଡ କରିଚାଲିଛନ୍ତି। ଏହା ମଧ୍ୟରେ ଟିମ ଇଣ୍ଡିଆର ୱିକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ନିଜ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି।ଟେଷ୍ଟ ଭାରତ ପାଇଁ ଟେଷ୍ଟରେ ସବୁଠୁ ତୀବ୍ର ବେଗରେ ୧୦୦ ଆଉଟ କରିଥିବା ୱିକେଟକିପର ବ୍ୟାଟ୍ସମ୍ୟାନ ହୋଇଯାଇଛନ୍ତି।

ଏହି ମାମଲାରେ ପନ୍ତ ପୂର୍ଵ ଭାରତୀୟ ୱିକେଟକିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂହ ଧୋନିଙ୍କ ରେକର୍ଡ ଭାଙ୍ଗିଦେଇଛନ୍ତି। ପନ୍ତ ବବୁମାଙ୍କ କ୍ୟାଚ ଧରି ଟେଷ୍ଟରେ ୧୦୦ ଆଉଟ ପୁରା କଲେ। ପନ୍ତ ଟେଷ୍ଟର ୨୬ ମ୍ୟାଚର ୫୦ ପାରିରେ ନିଜ ନାମରେ ଏହି ରେକର୍ଡ କରିଛନ୍ତି। ଏବେ ପନ୍ତ ଟେଷ୍ଟ କ୍ରିକେଟରେ ୧୦୧ ଆଉଟ କରିସାରିଛନ୍ତି।ପନ୍ତଙ୍କ ପୂର୍ବରୁ ଧୋନି ଓ ରିଧିମାନ ସାହା ୩୬ ଟେଷ୍ଟ ମ୍ୟାଚରେ ୧୦୦ ଆଉଟ କରିଥିଲେ। ସେହିପରି କିରଣ ମୋରେ ୩୯ ମ୍ୟାଚରେ ୧୦୦ ଆଉଟ ପୁରା କରିଛନ୍ତି।

ବିଶ୍ୱଟେଷ୍ଟରେ ସବୁଠୁ କମ ମ୍ୟାଚରେ ୧୦୦ ଆଉଟ କରିବାରେ ରେକର୍ଡ ଦକ୍ଷିଣ ଆଫ୍ରିକାର କ୍ୱିଣ୍ଟନ ଡିକକଙ୍କ ନାମରେ ଅଛି। ଡିକକ ମାତ୍ର ୨୨ ମ୍ୟାଚରେ ଏହି ଉପଲବ୍ଧି ହାସଲ କରିଥିଲେ। ଟେଷ୍ଟ କ୍ରିକେଟରେ ପୂର୍ଵ କିଛି ସମୟ ରିଷଭ ପନ୍ତଙ୍କ ପାଇଁ ଭଲ ଯାଉଛି। କେବେ ବ୍ୟାଟିଙ୍ଗ ଦ୍ଵାରା ଓ ଏବେ କିପିଙ୍ଗରେ ସେ କମାଲ କରୁଛନ୍ତି। ପନ୍ତ ଏବେ ଧୋନିଙ୍କ ଠୁ ପଛରେ ଅଛନ୍ତି କିନ୍ତୁ ଦିନେ ନା ଦିନେ ପନ୍ତ ଧୋନିଙ୍କ ଠୁ ଆଗକୁ ଯିବେ। ଟେଷ୍ଟ କ୍ରିକେଟରେ ପନ୍ତ ୯୩ ଟି କ୍ୟାଚ ଧରିଥିବା ବେଳେ ୮ ଜଣଙ୍କୁ ଷ୍ଟମ୍ପିଙ୍ଗ କରିଛନ୍ତି। ୯୦ ଟେଷ୍ଟ ମ୍ୟାଚ ଖେଳିଥିବା ଧୋନି ୨୫୬ କ୍ୟାଚ ଧରିଥିବା ବେଳେ ୩୮ ଷ୍ଟମ୍ପିଙ୍ଗ କରିଛନ୍ତି। କିପିଙ୍ଗରେ କମାଲ କରିଥିବା ପନ୍ତ ଦକ୍ଷିଣ ଆଫ୍ରିକା ସହ ପ୍ରଥମ ଟେଷ୍ଟର ପ୍ରଥମ ପାରିରେ ବ୍ୟାଟିଙ୍ଗରେ ଅସଫଳ ରହିଛନ୍ତି ଏବେ ସେ ଦ୍ୱିତୀୟ ପାରିରେ କିପରି ଖେଳିବେ ଦେଖିବା ବାକିରହିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *