ବ୍ୟୁରୋ ରିପୋର୍ଟ: ତେବେ ଭାରତୀୟ ୱିକେଟ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଶ୍ରୀଲଙ୍କା ବିପକ୍ଷରେ ଜାରି ହେଇଥିବା ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ମ୍ୟାଚ ସିରିଜରେ ଏକ ବିରଳ ରେକର୍ଡ କରିଛନ୍ତି। ସେ ଏକ ଧମାକାଦାର ଅର୍ଦ୍ଧଶତକ ମାରିଛନ୍ତି ଯାହା କି ବାଙ୍ଗାଲୋରର ଚିନ୍ନାସ୍ୱାମୀ ଷ୍ଟାଡିଅମରେ ହେଇଛି ଆଉ ସେ ଭାରତର ସବୁଠୁ ଦ୍ରୁତ ଅର୍ଦ୍ଧଶତକ କରିଥିବା ବ୍ୟାଟ୍ସମ୍ୟାନ ହେଇ ଯାଇଛନ୍ତି। ଏହା କିମ୍ବଦନ୍ତୀ ଅଲରାଉଣ୍ଡର କପିଲ ଦେବଙ୍କର ୪୦ ବର୍ଷ ପୁରାତନ ରେକର୍ଡ ଭାଙ୍ଗି ଦେଇଛି।
Pant is One of the best player of spin in India currently.#RishabhPant #INDvSL pic.twitter.com/goTsa8t1eH
— KL RAHUL (@captain_klrahul) March 13, 2022
ପନ୍ତ ଡେ ନାଇଟ ଟେଷ୍ଟର ଦ୍ୱିତୀୟ ପାଳିରେ ୨୮ ବଲରେ ଅର୍ଦ୍ଧଶତକ କଲେ ଏବଂ ଏହା ଆଗରୁ କପିଲ ଦେବ ପାକିସ୍ତାନ ବିପକ୍ଷରେ କରାଚି ଠାରେ ୩୦ ବଲରେ ଅର୍ଦ୍ଧଶତକ ମାରିଥିଲେ।
ଭାରତରେ ସବୁଠୁ ଦ୍ରୁତ ଅର୍ଦ୍ଧଶତକ କଥା କହିବା ତ ତାହା ପାକିସ୍ତାନର କିମ୍ବଦନ୍ତୀ ଅଲ ରାଉଣ୍ଡର ସାହିଦ ଆଫ୍ରିଦିଙ୍କ ନାମରେ ଅଛି ଯିଏ କି ୨୦୦୫ରେ ବାଙ୍ଗାଲୋର ଠାରେ ହିଁ ୨୬ ବଲରେ ଅର୍ଦ୍ଧଶତକ କରି ଏହି ରେକର୍ଡ କରିଥିଲେ। ଇଂଲଣ୍ଡର ଓ ଜଣେ ଦିଗଜ ଅଲରାଉଣ୍ଡର ସାର ଇଆନ ବୋଥାମ ମଧ୍ୟ ଭାରତରେ ୧୯୮୧ରେ ୨୮ବଲରେ ଅର୍ଦ୍ଧଶତକ କରି ଏହି ରେକର୍ଡ କରିଥିଲେ।
Eat ➡️ Sleep ➡️ Demolish the opposition ➡️ Repeat 🔁
👊 Rishabh Pant scores the fastest 5️⃣0️⃣ by an Indian in Tests!
📸 BCCI • #RishabhPant #INDvSL #INDvsSL #TeamIndia #BharatArmy #COTI🇮🇳 pic.twitter.com/bdDxdRfM69
— The Bharat Army (@thebharatarmy) March 13, 2022
ପନ୍ତ ନିଜର ପାଳିରେ ୭ଟି ଚୌକା ଆଉ ୨ଟି ଛକା ମାରିଲେ। ଏହି ଲିଷ୍ଟରେ ଥିବା ଅନ୍ୟ ଖେଳାଳି ମାନଙ୍କ କଥା କହିବା ତ କପିଲ ଦେବଙ୍କ ପରେ ଏହି ଲିଷ୍ଟରେ ଶାରଦୁଲ ଠାକୁରଙ୍କ ନାମ ସାମିଲ ଅଛି। ସାରଦୁଲ ଲଣ୍ଡନ ଠାରେ ୨୦୨୧ରେ ମାତ୍ର ୩୧ଟି ବଲରେ ଅର୍ଦ୍ଧଶତକ କରିଥିଲେ। ଏହାପରେ ଏହି ସୂଚୀରେ ବିରେନ୍ଦ୍ର ସେହ୍ୱାଗଙ୍କ ନାମ ଆସେ। ସେ ୨୦୦୮ରେ ଚେନ୍ନାଇରେ ୩୨ଟି ବଲରେ ଅର୍ଦ୍ଧଶତକ ମାରିଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।