ବ୍ୟୁରୋ ରିପୋର୍ଟ: ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଦିଲ୍ଲୀରେ ଖେଳାଯାଇଥିବା ୫ ଟି ଟି-୨୦ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତକୁ ୭ ୱିକେଟରେ ପରାଜୟ ମିଳିଛି। ଇଣ୍ଟରନେସନାଲରେ ଏହା ରିଷଭ ପନ୍ତଙ୍କ ଅଧିନାୟକତ୍ୱ ପ୍ରଥମ ମ୍ୟାଚ ଥିଲା ପ୍ରଥମ ହିଁ ମ୍ୟାଚରେ ଟିମର ପ୍ରଦର୍ଶନ ବୋଲିଙ୍ଗ ଓ ଫିଲଡିଙ୍ଗରେ କମି ଦେଖାଗଲା। ଏହା ସହ ଟିମ ଇଣ୍ଡିଆକୁ ଟି-୨୦ ଇଣ୍ଟରନେସନାଲ କ୍ରିକେଟରେ ସବୁଠୁ ବଡ଼ ପରାଜୟ ମିଳିଛି (ରନ ବଞ୍ଚାଇବା ମାମଲାରେ)। ଏବେ ଅଧିନାୟକ ରିଷଭ ପନ୍ତ ଭାରତୀୟ ଟିମକୁ ମିଳିଥିବା ଏହି ପରାଜୟର କାରଣ କହିଛନ୍ତି।

ପୋଷ୍ଟ ମ୍ୟାଚ ପ୍ରେଜେଣ୍ଟେସନରେ ନୂତନ ନୂଆ ଭାରତୀୟ ଅଧିନାୟକ ରିଷଭ ପନ୍ତ କହିଛନ୍ତି,”ଆମ ପାଖରେ ବୋର୍ଡରେ ଯଥେଷ୍ଟ ରନ ଥିଲା କିନ୍ତୁ ଦ୍ୱିତୀୟ ପାରିରେ ଆମେ ଏଜୁକେସନ କରିପାରିଲୁ ନାହିଁ, ବେଳେ ବେଳେ ଆମକୁ ବିପକ୍ଷ ଟିମକୁ କ୍ରେଡିଟ ଦେବା ଆବଶ୍ୟକ। ଡେଭିଡ଼ ମିଲର ଓ ରାଶି ଭାନ ହୁଶେନ ସୁନ୍ଦର ବ୍ୟାଟିଙ୍ଗ କରିଥିଲେ। ଯେବେ ଆମେ ବ୍ୟାଟିଙ୍ଗ କରୁଥିଲୁ ସ୍ଲୋବଲ କାମ କରୁଥିଲା କିନ୍ତୁ ଦ୍ୱିତୀୟ ପାରିରେ ୱିକେଟ ଭଲ ହୋଇଗଲା ବ୍ୟାଟିଙ୍ଗ ପାଇଁ”। ପନ୍ତଙ୍କ ଏହି ବୟାନରୁ ସଫା ଜଣାପଡୁଛି ସେ ବୋଲରଙ୍କ ଉପରୁ ହାରିବାର ପ୍ରେସର ଉଥାଉଛନ୍ତି”।
ଏହି ମ୍ୟାଚରେ ଟିମ ଇଣ୍ଡିଆ ଟସ୍ ହାରି ପ୍ରଥମେ ବ୍ୟାଟିଙ୍ଗ କରିଥିଲା ଓ ୨୦ ଓଭରରେ ୪ ୱିକେଟ ହରାଇ ୨୧୧ ରନ କରିଥିଲେ। ଏପରି ଲାଗୁଥିଲାକି ଟିମ ଇଣ୍ଡିଆ ଏହି ମ୍ୟାଚ ଆରାମରେ ଜିତିଯିବ କିନ୍ତୁ ଦକ୍ଷିଣ ଆଫ୍ରିକା ଆରମ୍ଭରୁ ଭଲ କରିଚାଲିଲା ଓ ବାକି କାମ ଡେଭିଡ଼ ମିଲର ଓ ହୁସେନ କରିଦେଲେ। ଆଶ୍ଚର୍ଯ୍ୟ କଲା ଭଳି କଥା ଏହାକି ରିଷଭ ପନ୍ତ ଚାହଲଙ୍କୁ ୩ୟ ଓଭର ୨୦ ତମ ଓଭର ଦେଇଥିଲେ। ସେବେ ପର୍ଯ୍ୟନ୍ତ ବହୁତ ଡେରି ହୋଇଯାଇଥିଲା,ଏହା ପୂର୍ବରୁ ଅକ୍ସର ପଟେଲଙ୍କ ମଧ୍ୟ ଓଭରରେ ବହୁତ ରନ ଆସିଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।