ବ୍ୟୁରୋ ରିପୋର୍ଟ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ କେପଟାଉନରେ ଖେଳାଯାଉଥିବା ତୃତୀୟ ଟେଷ୍ଟରେ ଭାରତୀୟ ଦ୍ୱିତୀୟ ପାରିରେ ରିଷଭ ପନ୍ତ ଧମାକା କରିଛନ୍ତି। ସେ ଦକ୍ଷିଣ ଆଫ୍ରିକାର ବୋଲରଙ୍କ ସାମ୍ନାରେ ଧୂଆଁଧାର ବ୍ୟାଟିଙ୍ଗ କରିଛନ୍ତି।ଏହି ସମୟରେ ସେ ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ଲମ୍ବା ଲମ୍ବା ଛକା ମାରି ପ୍ରସଂସକଙ୍କ ହୃଦୟ ଜିତିଥିଲେ।

ରିସଭ ପନ୍ତ ନିଜ ପାରିରେ ଦକ୍ଷିଣ ଆଫ୍ରିକାର ସ୍ପିନର କେସବ ମହାରାଜଙ୍କୁ ଲଗାତର ଦୁଇଟି ଛକା ମାରିଥିଲେ। ଏଥିରେ ଆଶ୍ଚର୍ଯ୍ୟକର କଥା ଏହା ଥିଲାକି ବଲ ଷ୍ଟାଡିୟମରେ ପଡିଲା ଓ ମିଳିଲାନି।ଏହା ପରେ ଦକ୍ଷିଣ ଆଫ୍ରିକାର ଫିଲ୍ଡର ଷ୍ଟାଡିୟମରେ ପହଁଚି ବଲ ଖୋଜିଲେ। ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ବହୁତ ଭାଇରାଲ ହେଉଛି।
ଏହିପରି ପନ୍ତ ମାରିଲେ ଦୁଇଟି ଲମ୍ବା ଛକା:
ଏହି ଘଟଣା ଭାରତୀୟ ଦ୍ୱିତୀୟ ପାରିର ୪୭ ତମ ଓଭରରେ ହୋଇଥିଲା। ଏହି ଓଭର କେଶବ ମହାରାଜ ପକାଇବାକୁ ଆସିଲେ ଓ ପନ୍ତ ପ୍ରଥମ ବଲରୁ ଛକାରୁ ତାଙ୍କୁ ସ୍ବାଗତ କଲେ। ଏହି ଛକା ମିଡ ୱିକେଟ ପଟୁ ଲାଗିଲା। ଏହା ପରେ ଦ୍ୱିତୀୟ ବଲରେ ମଧ୍ୟ ପନ୍ତ ଏକ ଲମ୍ବା ଛକା ମାରିଲେ ଓ ବଲ ସିଧା ଷ୍ଟାଡିୟମରେ ପଡିଲା।
This is a typical Rishabh Pant scenario😂😂 pic.twitter.com/q7cX9MIxol
— Kanav Bali🏏 (@Concussion__Sub) January 13, 2022
ଏହି ଛକାକୁ ସେ ଆଗକୁ ଆସି ମିଡ ଅଫ ଉପରେ ମାରିଥିଲେ। ଏହା ଦ୍ଵାରା ଦକ୍ଷିଣ ଆଫ୍ରିକା ଫିଲ୍ଡରଙ୍କୁ ବଲ ଖୋଜିବା ପାଇଁ ଷ୍ଟାଡିୟମକୁ ଯିବାକୁ ପଡିଲା। ସେହିପରି ପାରିରେ ଏକ ଶର୍ଟ ମାରୁମାରୁ ପନ୍ତଙ୍କ ହାତରୁ ବ୍ୟାଟ ମଧ୍ୟ ଖସିଯାଇଥିଲା।
ଦୁଇ ଦେଶ ମଧ୍ୟରେ ସିରିଜ ୧-୧ରେ ବରାବର:
ଟିମ ଇଣ୍ଡିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନୋଟି ଟେଷ୍ଟ ମ୍ୟାଚର ସିରିଜର ଏକ ଶେଷ ଓ ନିର୍ଣ୍ଣାୟକ ମ୍ୟାଚ କେପଟାଉନରେ ଖେଳାଯାଉଛି। ଏହା ପୂର୍ବରୁ ଦୁହେଁ ଗୋଟେ ଗୋଟେ ଟେଷ୍ଟ ମ୍ୟାଚ ଜିତି ସିରିଜ ୧-୧ରେ ବରାବରିରେ ଅଛି। ଭାରତୀୟ ଟିମ ଏହି ଟେଷ୍ଟ ଜିତି ଦକ୍ଷିଣ ଆଫ୍ରିକାରେ ପ୍ରଥମ ଟେଷ୍ଟ ସିରିଜ ଜିତିବାକୁ ଚାହିଁବ। ରିସଭ ପନ୍ତ ପୁରା ସିରିଜରେ ଅସଫଳ ରହିଥିଲେ କିନ୍ତୁ ଏହି ମ୍ୟାଚରେ ସେ ସୁନ୍ଦର ପ୍ରଦର୍ଶନ କରିଛନ୍ତି। ସେ ଦ୍ୱିତୀୟ ପାରିରେ ୧୦୦ ରନର ନଟଆଉଟ ପାରି ଖେଳିଛନ୍ତି।
ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।