କୋହଲିଙ୍କ ପରେ ଟେଷ୍ଟ କ୍ୟାପଟେନର ଭାର ସମ୍ଭାଳିବେ ଋଷଭ ପନ୍ତ! କହିଲେ ପୂର୍ବ ଭାରତୀୟ ଷ୍ଟାର ଖେଳାଳି

ବ୍ୟୁରୋ ରିପୋର୍ଟ: ମହାନ କ୍ରିକେଟର ସୁନୀଲ ଗାଭାସ୍କରଙ୍କର ମାନିବା ଅଟେକି ରିଷଭ ପନ୍ତ ବିରାଟ କୋହଲିଙ୍କ ଜାଗାରେ ଆଗାମୀ ଭାରତର ଟେଷ୍ଟ ଅଧିନାୟକ ହୁଅନ୍ତୁ। ତାଙ୍କର ମାନିବା ଅଟେକି ଦାୟୀତ୍ୱ ଏହି ୱିକେଟକିପରଙ୍କୁ କ୍ରିକେଟର ସବୁ ଫର୍ମାଟରେ ଭଲ କ୍ରିକେଟର କରିବ।

Google

କୋହଲି ଶନିବାରକି ଅଚାନକ ଟେଷ୍ଟ ଅଧିନାୟକତ୍ୱ ପଦ ଛାଡି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ଗାଭାସ୍କର କହିଛନ୍ତି ପନ୍ତଙ୍କୁ ଅଧିନାୟକ କରାଇବା ଉଚିତ କାରଣ ସେ ତିନୋଟିଯାକ ଫର୍ମାଟରେ ପ୍ରଥମ ପସନ୍ଦ ଅଟନ୍ତି। ଗାଭାସ୍କର ଇଣ୍ଡିଆ ଟୁଡେକୁ କହିଛନ୍ତି,”ଯେଉଁ ପର୍ଯ୍ୟନ୍ତ ଚୟନ ସମିତିର ସମ୍ବଂନ୍ଦ ଅଟେ ଭାରତୀୟ କ୍ରିକେଟକୁ କିଏ ଆଗକୁ ନେଇକି ଯିବ ଏହାକୁ ନେଇ ଆଗକୁ ଆଲୋଚନା ବହୁତ ହବାକୁ ଯାଉଛି। ଖାସ କରି ଅଧିନାୟକ ପାଇଁ ଏପରି ଖେଳାଳି ହୋଇଥିବା ଦରକାର ଯାହାଙ୍କୁ ଚୟନକର୍ତା ସବୁ ଫର୍ମାଟ ପାଇଁ ଆଗ ବାଛୁଥିବେ।ଥରେ ଏପରି ହେଲେ ଏହା ବହୁତ ସହଜ ହୋଇଯିବ”।

ସେ କହିଛନ୍ତି,”ଯଦି ଆପଣ ମତେ ପଚାରିବେ ତେବେ ମୁଁ କହିବି ରିଷଭ ପନ୍ତଙ୍କୁ ମୁଁ ଆଗାମୀ ଭାରତୀୟ ଅଧିନାୟକ ରୂପରେ ଦେଖିବାକୁ ଚାହିଁବି”।

 

ଗାଭାସ୍କର କହିଛନ୍ତି,”କେବଳ ଗୋଟେ କାରଣରୁ ଯେପରି ରୋହିତଙ୍କୁ ରିଙ୍କି ପଏଣ୍ଟିଙ୍ଗ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ପଦରୁ ହଟିବା ପରେ ଅଧିନାୟକ କରାଯାଇଥିଲା। ଏହା ପରେ ତାଙ୍କ ବ୍ୟାଟିଙ୍ଗରେ ପରିବର୍ତ୍ତନ ହୋଇଥିଲା। ସେ ଅଚାନକ ୩୦,୪୦,୫୦ ରନର ପାରିକୁ୧୫୦, ୨୦୦ରେ ପରିବର୍ତ୍ତନ କରିପାରିଲେ”।

ଗାଭାସ୍କର କହିଛନ୍ତି,”ମତେ ଲାଗୁଛି ଏହି ଦାୟୀତ୍ୱ ଦ୍ଵାରା ପନ୍ତ କେପଟାଉନରେ ମାରିଥିବା ବେଳେଶତକ ଭଳି ପାରି ଖେଳିପାରିବେ”। ଗାଭାସ୍କର ଏହା ଉପରେ ତର୍କ କରି ମଂସୁର ଅଲ୍ଲୀ ଖାନ ପଟଉଦିଙ୍କ ଉଦାହରଣ ଦେଇଥିଲେ। ଯିଏକି ଛୋଟ ବୟସରେ ଅଧିନାୟକତ୍ୱ ସମ୍ଭାଳିବା ପରେ ଅନେକ ସଫଳତା ହାସଲ କରିଥିଲେ।

 

ସେ କହିଛନ୍ତି,”ହଁ ମୁଁ ଏପରି କରୁଛି,ଟାଇଗର ପଟଉଦି ୨୧ ବର୍ଷ ବୟସରେ ବିପରୀତ ପରିସ୍ଥିତିରେ ଅଧିନାୟକତ୍ୱ ସମ୍ଭାଳିଥିଲେ ସେବେ ନାରୀ କ୍ରାଣ୍ଟକ୍ଟର ଆଘାତ ହୋଇଯାଇଥିଲେ। ଦେଖନ୍ତୁ ତାହା ପରେ ସେ କଣ କରିଥିଲେ। ସେ ଅଧିନାୟକ ହେଲା ପରେ ସଫଳତା ହାସଲ କଲେ”।

ଗାଭସ୍କର କହିଛନ୍ତିଜ,”ଆମେ ଆଇପିଏଲ ସମୟରେ ଦିଲ୍ଲୀ କ୍ୟାପିଟଲ୍ସର ଅଧିନାୟକତ୍ୱ ରୂପରେ ରିଷଭ ପନ୍ତଙ୍କ ଭିତରେ ଏପରି ଦେଖିଛୁ। ମତେ ଲାଗୁଛି କି ତାଙ୍କ ଭିତରେ ଭାରତୀୟ ଟିମକୁ ଆଗକୁ ନେବାକୁ ଓ ଏହାକୁ ଦେଖିବା ପାଇଁ ରୋମାଞ୍ଚକ ଟିମ ତିଆରି କରିବାର ପୁରା କ୍ଷମତା ଅଛି”।

 

ସମିତ ଓଭରର ଅଧିନାୟକ ରୋହିତ ଶର୍ମା ଏହି ଦୌଡ଼ରେ ସବୁଠୁ ଆଗରେ ଚାଲୁଛନ୍ତି। ସେ ଆଘତ କାରଣରୁ ଦକ୍ଷିଣ ଆଫ୍ରିକା ସିରିଜରେ ସାମିଲ ନଥିଲେ। ଅଳ୍ପ ଦିନ ତଳେ ରୋହିତଙ୍କୁ ରାହାଣେଙ୍କ ଜାଗାରେ ଟେଷ୍ଟ ଟିମର ଉପଅଧିନାୟକ କରାଯାଇଥିଲା। ରୋହିତଙ୍କ ଅନୁପସ୍ଥିତରେ କେଏଲ ରାହୁଲ ଦକ୍ଷିଣ ଆଫ୍ରିକାରେ ଉପଅଧିନାୟକ ଥିଲେ।

ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *