ବ୍ୟୁରୋ ରିପୋର୍ଟ: ଭାରତ ଓ ଶ୍ରୀଲଙ୍କା ସହ ଯେଉଁ ଟେଷ୍ଟ ସିରିଜ ଖେଳୁଥିଲା ସେଥିରେ ଏମିତି କିଛି ମୁହୂର୍ତ୍ତ ଥିଲା ଏବଂ ଏମିତି କିଛି ଘଟିଥିଲା ଯାହା କି ବହୁତ ପୁରୁଣା ଖେଳାଳି ମାନଙ୍କ ରେକର୍ଡ ଭାଙ୍ଗିଥିଲା ଏବଂ ନୂଆ ରେକର୍ଡ ମଧ୍ୟ ସୃଷ୍ଟି କରିଥିଲା। ଆସନ୍ତୁ ଜାଣିବା ଏହା ବିଷୟରେ । ଭାରତୀୟ ଦଳର ୱିକେଟ ରକ୍ଷକ ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଗତ ସିରିଜରେ ଖୁବ ଚମତ୍କାର ପ୍ରଦର୍ଶନ କରିଥିଲେ ଏବଂ ତାଙ୍କୁ ପ୍ଲେୟାର ଅଫ ଦି ସିରିଜର ଆୱାର୍ଡ ମଧ୍ୟ ମିଳିଥିଲା ।

ଏମିତି ପୂର୍ବତନ ଅଧିନାୟକ ଏବଂ ୱିକେଟ ରକ୍ଷକ ବ୍ୟାଟ୍ସମ୍ୟାନ୍ ମହେନ୍ଦ୍ର ସିଂହ ଧୋନି ମଧ୍ୟ ୯୪ ଟି ମ୍ୟାଚ୍ ଖେଳି ଏହି ରେକର୍ଡର ଅର୍ଜନ କରି ପାରିନଥିଲେ। ପନ୍ତ ଶ୍ରୀଲଙ୍କା ବିପକ୍ଷ ସିରିଜରେ ଚମତ୍କାର ବ୍ୟାଟିଂ କରିବା ସହ ଅତ୍ୟନ୍ତ ସୁନ୍ଦର ୱିକେଟ କିପିଁ ମଧ୍ୟ କରିଥିଲେ। ସେ ପ୍ରଥମ ଟେଷ୍ଟ ରେ ୯୬ ରନ ଏବଂ ଦ୍ଵିତୀୟ ଟେଷ୍ଟ ର ପ୍ରଥମ ମ୍ୟାଚ୍ ରେ ୩୯ ପରେ ୫୦ ରନ କରିଥିଲେ।
ସେ ସମୁଦାୟ ୧୮୫ ରନ କରିଥିଲେ ଯେଉଁଥିରେ ତାଙ୍କର ଆଭରେଜ ୬୦ ରୁ ଅଧିକ ଥିଲା । ତାଙ୍କୁ ସାକ୍ଷାତକାରରେ ସେ ୱିକେଟ କିପିଂ ଏବଂ ବ୍ୟାଟିଂ ଉପୋଭାଗ କରୁଛନ୍ତି କି ନାହିଁ ପ୍ରଶ୍ନ ପଚାରା ଯିବାରୁ ସେ କହିଥିଲେ କି ମୁଁ ଆଗରୁ ବହୁତ ଭୁଲ କରିଛି ଏବେ ସେଗୁଡିକ ସୁଧାରିବା ପାଇଁ ଚେଷ୍ଟା କରୁଛି । ମୁଁ ଦୁଇଟି ଯାକକୁ ଉପଭୋଗ କରୁଛି। ଆଗରୁ ମୁଁ ଅଧିକ ଭାବୁଥିଲି କିନ୍ତୁ ବର୍ତ୍ତମାନ ବୁଦ୍ଧି ବିଚାରି ଖେଳୁଛି ଏବଂ ସେ ସମୟରେ ଖେଳର ପରିସ୍ଥିତି ସେ ପାଟି ଥିଲା ବୋଲି ମୁଁ ଏମିତି ଖେଳିଲି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।