ରିଷଭ ପନ୍ତଙ୍କୁ ନିଷ୍ପତ୍ତି ନେବା ଦରକାର ଯେ ଟେଷ୍ଟରେ କିପରି ଖେଳିବାକୁ ଚାହାଁନ୍ତି, ନଚେତ୍ ବିଶ୍ରାମ ନେଇଯାଅ: ମଦନ ଲାଲ

ବ୍ୟୁରୋ ରିପୋର୍ଟ: ଟିମ ଇଣ୍ଡିଆର ୱିକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ବ୍ୟାଟରୁ ପୂର୍ଵ କିଛି ସମୟରୁ ରନ ଆସୁନାହିଁ। ସେ ଦକ୍ଷିଣ ଆଫ୍ରିକା ସହ ଜୋହାନବର୍ଗରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ମଧ୍ୟ କିଛି ଖାସ ପ୍ରଦର୍ଶନ କରିପାରିନଥିଲେ। ଦ୍ୱିତୀୟ ପାରିରେ ସେ ବିନା ରନ କରି ଆଉଟ ହୋଇଯାଇଥିଲେ। ଯେଉଁ ଭଳି ତାଙ୍କ ୱିକେଟ ଗଳିଲା ତାଙ୍କୁ ଅନେକ ଆଲୋଚନାର ସାମ୍ନା କରିବାକୁ ପଡୁଛି। ଭାରତର ପୂର୍ଵ କ୍ରିକେଟର ଓ ୧୯୮୩ ବିଶ୍ୱକପ ଟିମର ସଦସ୍ୟ ରହିଥିବା ମଦନ ଲାଲ ପନ୍ତଙ୍କୁ ବ୍ରେକ ନେବାକୁ କହିଛନ୍ତି।

Google

ଦକ୍ଷିଣ ଆଫ୍ରିକା ସହ ଦ୍ୱିତୀୟ ଟେଷ୍ଟରେ ଯେବେ ରାହାଣେ ଓ ପୂଜାରାଙ୍କ ୱିକେଟ ଗଳିଲା ସେବେ ପନ୍ତଙ୍କ ଉପରେ ଦାୟୀତ୍ୱ ଆସିଲା କି ସେ ପାରିକୁ ଆଗକୁ ବଢ଼ାନ୍ତ କିନ୍ତୁ ତାଙ୍କୁ କଗିସୋ ରବାଡ଼ା ଜଲ୍ଦି ଆଉଟ କରିଦେଇଥିଲେ। ସେ ତିନୋଟି ବଲ ଖେଳି ଆଉଟ ହୋଇଯାଇଥିଲେ। ଭାରତ ସେହି ମ୍ୟାଚ ମଧ୍ୟ ହାରିଯାଇଥିଲା।

ରିଷଭ ପନ୍ତ ରବାଡ଼ାଙ୍କ ବଲରେ ବାହାରକୁ ବାହାରି ଶର୍ଟ ମାରିଥିଲେ ଓ କ୍ୟାଚ ଆଉଟ ହୋଇଯାଇଥିଲେ। ତାଙ୍କୁ ବଡ଼ ଶର୍ଟ ମାରିବାର ଆବଶ୍ୟକତା ନଥିଲା। ସେହି ସମୟରେ କମେଟ୍ରି କରୁଥିବା ପୂର୍ଵ ମହାନ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର ଅନାବଶ୍ୟକ ଶର୍ଟ ପାଇଁ ପନ୍ତଙ୍କ ଆଲୋଚନା କରିଥିଲେ। ଆହୁରି ଅନେକ ଖେଳାଳି ମଧ୍ୟ ପନ୍ତଙ୍କୁ ଏହି ଖରାପ ଶର୍ଟ ପାଇଁ ଆଲୋଚନା କରିଥିଲେ ଏଥିରେ ପୂର୍ଵ ଖେଳାଳି ମଦଲ ଲାଲ ମଧ୍ୟ ସାମିଲ ଥିଲେ।

Google

ମଦନ ଲାଲ ଆଜତମ ସହ କଥାହେବା ବେଳେ କହିଛନ୍ତି ପନ୍ତ ଜଣେ ମ୍ୟାଚ ବିଜେତା ଖେଳାଳି ଅଟନ୍ତି କିନ୍ତୁ ସେ ଟେଷ୍ଟରେ ଏପରି ଖେଳିପାରିବେନି। ସେ କହିଛନ୍ତି ୱିକେଟକିପର ବ୍ୟାଟ୍ସମ୍ୟାନଙ୍କୁ କେଉଁ ଭଳି ବ୍ୟାଟିଙ୍ଗ କରିବାର ଆବଶ୍ୟକତା ଅଛି ଏହା ଜାଣିବା ପାଇଁ ତାଙ୍କୁ ବ୍ରେକ ନେବାର ଆବଶ୍ୟକତା ଅଛି। ୧୯୮୩ ବିଶ୍ୱକପ ବିଜେତା ଟିମର ଅଂଶ ଥିବା ମଦନ ଲାଲ କହିଛନ୍ତି ରିଧିମାନ ସାହା ମୌକାର ତଲାସରେ ଅଛନ୍ତି ଓ ସେ ପନ୍ତଙ୍କ ଠୁ ଅଧିକ ବୁଧିବିଚାରି ବ୍ୟାଟିଙ୍ଗ କରିଥାନ୍ତି।

ମଦନ ଲାଲ କହିଛନ୍ତି,”ପନ୍ତଙ୍କୁ ଏକ ବ୍ରେକ ଦେବା ଆବଶ୍ୟକ। ଆପଣଙ୍କ ପାଖରେ ରିଦ୍ଧିମାନ ସାହାଙ୍କ ପରି ଏକ ୱିକେଟକିପର ଅଛନ୍ତି। ସେ ବହୁତ ଭଲ ୱିକେଟକିପର ଅଟନ୍ତି କିନ୍ତୁ ପନ୍ତଙ୍କୁ ନିସ୍ପତି ନେବାକୁ ହେବକି ସେ ଟେଷ୍ଟରେ କେଉଁଭଳି ବ୍ୟାଟିଙ୍ଗ କରିବେ। ଯଦି ତାଙ୍କ ମନରେ କୌଣସି ଆଶଙ୍କା ଅଛି ସେ ବ୍ରେକ ନେବାର ଆବଶ୍ୟକତା ଅଛି। ଆପଣ ଏପରି ବ୍ୟାଟିଙ୍ଗ କରିପାରିବେ ନାହିଁ କାରଣ ଆପଣ ଟିମ ପାଇଁ ବ୍ୟାଟିଙ୍ଗ କରୁଛନ୍ତି ନିଜ ପାଇଁ ନୁହେଁ”।

ପନ୍ତ ପୂର୍ଵ ବର୍ଷ ଜାନୁଆରୀରେ ଅଷ୍ଟ୍ରେଲିଆ ବିରୁଦ୍ଧରେ ଗାବାରେ ଖେଳାଯାଇଥିବା ଟେଷ୍ଟର ହିରୋ ଥିଲେ।ସେବେ ସେ ୮୯ ରନର ନଟଆଉଟ ପାରି ଖେଳି ମ୍ୟାଚ ଜିତାଇଥିଲେ। ତା ପୂର୍ଵ ମ୍ୟାଚରେ ସିଡ଼ନିରେ ସେ ୯୭ ରନର ପାରି ଖେଳି ମ୍ୟାଚ ଡ୍ର କରାଇଥିଲେ। ଏହା ପରେ ସେ ଇଂଲଣ୍ଡ ସହ ଘରୋଇ ସିରିଜରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ। ସେବେ ସେ ୫୪ ର ଔସତରେ ୨୭୦ ରନ କରିଥିଲେ। ୧୩ ପାରିରେ ସେ ୨୫୦ ରନ କରିଥିଲେ। ମାତ୍ର ଗୋଟେ ଅର୍ଦ୍ଧଶତକ ସେ ମାରିଛନ୍ତି।

Google

ପନ୍ତ ୨୭ ଟେଷ୍ଟ ,୧୮ ଏକଦିବସିୟ ଓ ୪୧ଟି-୨୦ ମ୍ୟାଚ ଖେଳିଛନ୍ତି। ସେ ଟେଷ୍ଟରେ ୩ ଟି ଶତକ ଓ ୭ ଟି ଅର୍ଦ୍ଧଶତକ ଦ୍ଵାରା ୧୬୦୮ ରନ କରିଛନ୍ତି। ଏକଦିବସିୟରେ ୩ ଅର୍ଦ୍ଧଶତକ ଦ୍ଵାରା ୫୨୯ ରନ କରିଛନ୍ତି। ଟି-୨୦ରେ ଦୁଇଟି ଅର୍ଦ୍ଧଶତକରେ ୬୨୩ ରନ କରିଛନ୍ତି।

ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *