ପ୍ୟାଟ କମିନ୍ସଙ୍କ ବିରଳ ରେକର୍ଡ! ଗୋଟିଏ ଓଭରରେ ସାମସଙ୍କ ବଲକୁ ମାରିଲେ ୩୫, ଦେଖନ୍ତୁ ଭିଡିଓ!

ବ୍ୟୁରୋ ରିପୋର୍ଟ: ଆଇପିଏଲ ୨୦୨୨ର ୧୪ ତମ ମ୍ୟାଚ କେକେଆର ଓ ମୁମ୍ବାଇ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚକୁ କେକେଆର ୫ ୱିକେଟରେ ଜିତିଯାଇଛି। ପୁନେରେ ଖେଳାଯାଇଥିବା ଏହି ମ୍ୟାଚରେ ମୁମ୍ବାଇ ପ୍ରଥମେ ବ୍ୟାଟିଙ୍ଗ କରି ୪ ୱିକେଟ ହରାଇ ୧୬୧ ରନ କରିଥିଲା। ଲକ୍ଷ୍ୟର ପିଛା କରିବାକୁ ଓହ୍ଲାଇଥିବା କେକେଆର ୧୬ ଓଭରରେ ହିଁ ଗଲା। କେକେଆରକୁ ଏହି ମ୍ୟାଚ ଜିତାଇବାରେ ପେଟ କମିନ୍ସ ମୁଖ୍ୟ ଦାୟୀତ୍ୱ ତୁଲାଇଥିଲେ। ସେ ଡେନିୟଲ ସାମସଙ୍କ ଏକ ଓଭରରେ ଧୂଆଁଧାର ବ୍ୟାଟିଙ୍ଗ କରି ୩୫ ରନ ମାରିଥିଲେ।

Google

କେକେଆର ପାରିର ଯେବେ ୧୫ ତମ ଓଭର ସରିଲା ସେବେ ଜିତିବା ପାଇଁ ଆଉ ୩୦ ବଲରେ ୩୫ ରନର ଆବଶ୍ୟକତା ଥିଲା। ଏହା ପରେ ଅଧିନାୟକ ରୋହିତ ଶର୍ମା ୧୬ ତମ ଓଭରରେ ଡେନିୟଲ ସାମସଙ୍କୁ ବୋଲିଙ୍ଗ ଦେଇଥିଲେ ଓ ଷ୍ଟାଇକରେ ପେଟ କମିନ୍ସ ଥିଲେ। କେହି ଭାବିନଥିଲେକି ସେହି ଓଭରରେ କମିନ୍ସ ମ୍ୟାଚ ଜିତାଇଦେବେ ବୋଲି। ସେହି ଓଭରରେ ସେ କିଛି ଏପରି କରିଦେଖାଇଥିଲେ ଯାହା ଆଇପିଏଲରେ ବହୁତ କମ ଦେଖିବାକୁ ମିଳିଥାଏ। ସେହି ଓଭରରେ କମିନ୍ସ ୪ ଟି ଛକା ଓ ଦୁଇଟି ଚୌକା ମାରିଥିଲେ। ସାମସଙ୍କ ପଞ୍ଚମ ଭଲ ନୋ ବଲ ଥିଲା ଯେଉଁଥିରେ ୨ ରନ ହୋଇଥିଲା। ଏହିପରି କମିନ୍ସ ୧୬ ତମ ଓଭରରେ ହିଁ କେକେଆରକୁ ଜିତାଇଦେଇଥିଲେ।

ସାମସ ତୃତୀୟ ସବୁଠୁ ଅଧିକ ରନ ଦେଇଥିବା ବୋଲର:

ଆଇପିଏଲର ରେକର୍ଡ ଦେଖିବାତ ଡେନିୟଲ ସାମସ ଗୋଟେ ଓଭରରେ ସବୁଠୁ ଅଧିକ ରନ ଦେଇଥିବା ବିଶ୍ୱର ତୃତୀୟ ବୋଲର ହୋଇଛନ୍ତି। ଆଇପିଏଲ ୨୦୧୧ରେ କୋଚି ଟକର୍ସ କେରଲାର ବୋଲର ପି ପରମେସ୍ୱର ଆରସିବି ବିରୁଦ୍ଧରେ ଗୋଟେ ଓଭରରେ ୩୭ ରନ ଦେଇଥିଲେ।

ସେହିପରି ଆଇପିଏଲ ୨୦୨୧ରେ ଆରସିବିର ବୋଲର ହର୍ଷଲ ପଟେଲ ସିଏସକେ ବିରୁଦ୍ଧରେ ଗୋଟେ ଓଭରରେ ୩୭ ରନ ଦେଇଥିଲେ। ୬ ଏପ୍ରିଲ ୨୦୨୨କୁ କେକେଆର ବିରୁଦ୍ଧରେ ଖେଳି ମୁମ୍ବାଇ ଇଣ୍ଡିଆନ୍ସର ବୋଲର ଡେନିୟଲ ସାମସ ନିଜ ଗୋଟେ ଓଭରରେ ୩୫ ରନ ଦେଇଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *