ଚଳିତ ଆଇପିଏଲ ସିଜିନର ୪୨ତମ ମ୍ୟାଚ ବର୍ତ୍ତମାନ ଶେଷ ହୋଇ ଯାଇଛି। ଏହି ମ୍ୟାଚଟି ମୁମ୍ବାଇର ପୁନେର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳା ଯାଇଥିଲା ପଞ୍ଜାବ କିଙ୍ଗସ ଏବଂ ଲଖନୌ ସୁପର ଜ୍ୟାଣ୍ଟସ ମଧ୍ୟରେ। ଏହି ମ୍ୟାଚକୁ ଲଖନୌ ସୁପର ଜ୍ୟାଣ୍ଟସ ୨୦ ରନରେ ଜିତି ନେଇଛି। ଟସ ଜିତି ପଞ୍ଜାବ କିଙ୍ଗସ ଅଧିନାୟକ ମୟଙ୍କ ଅଗ୍ରୱାଲ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇ ଲଖନୌ ସୁପର ଜ୍ୟାଣ୍ଟସ ମାତ୍ର ୧୩ ରନରେ କେ ଏଲ ରାହୁଲଙ୍କ ୱିକେଟ ହରାଇଥିଲେ ମଧ୍ୟ ଡିକକ୍ ଏବଂ ଦୀପକ ହୁଡା ଧର୍ଯ୍ୟର ସହିତ ବ୍ୟାଟିଂ କରିଥିଲେ।

ଡିକକ୍ ୩୭ ବଲରେ ୪୬ ରନ ଏବଂ ଦୀପକ ହୁଡା ୨୮ ବଲରେ ୩୪ ରନ କରିଥିଲେ। ଅନ୍ୟ ଖେଳାଳିଙ୍କ ମଧ୍ୟରେ କ୍ରୁନାଲ ପାଣ୍ଡ୍ୟା ମାତ୍ର ୭ ରନ, ମାର୍କସ ଷ୍ଟୋଇନିସ୍ ମାତ୍ର ୧ ରନ ଏବଂ ଆୟୁଷ ବାଡନୀ ମାତ୍ର ୪ ରନ କରି ପାରିଥିଲେ। ଯେସନ ହୋଲଡ଼ର, ଦୁଷ୍ମନ୍ତ ଚାମୀରା ଏବଂ ମୋହସିନ ଖାନଙ୍କ ଛୋଟ ଆକର୍ଷଣୀୟ ସ୍କୋର ଦ୍ୱାରା ଲଖନୌ ସୁପର ଜ୍ୟାଣ୍ଟସ ୨୦ ଓଭରରେ ୮ ଟି ଉଇକେଟ ହରାଇ ମାତ୍ର ୧୫୩ ରନ ସଂଗ୍ରହ କରି ପାରିଥିଲା। ପଞ୍ଜାବ କିଙ୍ଗସ ପକ୍ଷରୁ କାଗିସୋ ରବାଡ଼ା ୪ ଟି ଉଇକେଟ ନେଇଥିବା ବେଳେ ରାହୁଲ ଚହର ୨ ଟି ଉଇକେଟ ନେଇଥିଲେ ଏବଂ ସନ୍ଦୀପ ଶର୍ମା ଗୋଟିଏ ମାତ୍ର ଉଇକେଟ ନେଇଥିଲେ।
ପଞ୍ଜାବ କିଙ୍ଗସକୁ ୨୦ ଓଭରରେ ୧୫୪ ରନ ସଂଗ୍ରହ କରିବାର ଥିଲା। ଦଳ ପକ୍ଷରୁ ଶିଖର ଧାବନ ମାତ୍ର ୫ ରନ କରି ଆଉଟ ହେବା ପରେ ମୟଙ୍କ ଅଗ୍ରୱାଲ ୨୫ ରନ ଏବଂ ଜନି ବେୟାର୍ଷ୍ଟ ୩୨ ରନ କରି ଆଉଟ ହୋଇଥିଲେ। ଏହାପରେ ଦଳର ବ୍ୟାଟିଂ କ୍ରମ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ଯାଇଥିଲା। ଭାନୁକା ପ୍ରସାଦ ମାତ୍ର ୯ ରନ, ଲିଭିଙ୍ଗ ଷ୍ଟୋନ ୧୮ ରନ ଏବଂ ଜିତେଶ ଶର୍ମା ୨ ରନ କରି ଆଉଟ ହୋଇଯାଇଥିଲେ। ରିସି ଧାବନ ୨୨ ରନର ଏକ ଛୋଟ ଆକର୍ଷଣୀୟ ପାରି ଖେଳିଥିଲେ ମଧ୍ୟ ଦଳକୁ ଜିତାଇ ପାରି ନଥିଲେ।

ଅନ୍ୟ ପକ୍ଷରେ କାଗିସୋ ରବାଡ଼ା ମାତ୍ର ୨ ରନ, ରାହୁଲ ଚହର ୪ ରନ ଏବଂ ଅର୍ସଦିପ ସିଂ ଶୂନ୍ୟରେ ଆଉଟ ହୋଇଥିଲେ। ଫଳରେ ପଞ୍ଜାବ କିଙ୍ଗସ ୨୦ ଓଭରରେ ୮ ଟି ଉଇକେଟ ହରାଇ ମାତ୍ର ୧୩୩ ରନ ସଂଗ୍ରହ କରି ପାରିଥିଲା। ଫଳରର ଏହି ଲୋ ସ୍କୋରିଙ୍ଗ ମ୍ୟାଚକୁ ଲଖନୌ ସୁପର ଜ୍ୟାଣ୍ଟସ ୨୦ ରନରେ ଜିତି ନେଇଥିଲା। ଲଖନୌ ସୁପର ଜ୍ୟାଣ୍ଟସ ପକ୍ଷରୁ ମୋହସିନ ଖାଁ ୩ ଟି ୱିକେଟ ନେଇଥିବା ବେଳେ ଦୁଷ୍ମନ୍ତ ଚାମୀରା ଏବଂ କ୍ରୁନାଲ ପାଣ୍ଡ୍ୟା ଦୁଇଟି ଲେଖାଏଁ ଉଇକେଟ ନେଇଥିଲେ।
ସ୍ପିନର ରବି ବିସ୍ନୋଇଙ୍କୁ ମାତ୍ର ଗୋଟିଏ ୱିକେଟ ମିଳିଥିଲା। କ୍ରୁନାଲ ପାଣ୍ଡ୍ୟା ୪ ଓଭରରେ ମାତ୍ର ୧୧ ରନ ଦେଇ ୨ ଟି ୱିକେଟ ନେଇଥିଲେ। ସେଥିପାଇଁ ତାଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ କରାଯାଇଥିଲା। ଏହି ମ୍ୟାଚକୁ ଜିତିବା ସହିତ ଲଖନୌ ସୁପର ଜ୍ୟାଣ୍ଟସ ୧୨ ପଏଣ୍ଟ ପାଇ ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନରେ ରହିଥିବା ବେଳେ ପଞ୍ଜାବ କିଙ୍ଗସ ୮ ପଏଣ୍ଟ ପାଇ ସପ୍ତମ ସ୍ଥାନରେ ରହିଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।