IPL 2022 ରେ ଲଗାତାର ୩ୟ ପରାଜୟ ବରଣ କରିଛି 2021 ଚମ୍ପିୟନ ଟିମ ଚେନ୍ନାଇ। ପଞ୍ଜାବ ବିପକ୍ଷରେ ଏହି ପରାଜୟ ମିଳିଛି ଚେନ୍ନାଇକୁ। ଆଗ ବ୍ୟାଟିଂ କରି ପଞ୍ଜାବ ନିର୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୮୦ ରନ କରିଥିଲା। ଜବାବରେ ଚେନ୍ନାଇ ୧୨୬ ରନ କରିଥିଲେ।

ପଞ୍ଜାବ ପକ୍ଷରୁ ଓପନ କରିବାକୁ ଆସିଥିବା ମୟଙ୍କ ଅଗ୍ରୱାଲ ୪ ରନ କରିଥିଲେ। ଶିଖର ଧୱନ ୨୪ ବଲରେ ୩୩ ବନାଇଥିଲେ। ସେ ୪ଟି ଚୌକା ଏବଂ ୧ଟି ଛକା ଲଗାଇଥିଲେ। ଲିଭିଙ୍ଗଷ୍ଟୋନ ସୁନ୍ଦର ବ୍ୟାଟିଂ କରିଥିଲେ। ସେ ୩୨ ବଲରେ ୬୦ କରିଥିଲେ। ତାଙ୍କର ଏହି ପାରିରେ ୫ଟି ଚୌକା ଓ ୫ଟି ଛକା ସାମିଲ ଥିଲା। ଜିତେଶ ଶର୍ମା ବି ସୁନ୍ଦର ବ୍ୟାଟିଂ କରିଥିଲେ। ସେ ୧୭ ବଲରେ ୨୬ ରନ ବନାଇଥିଲେ। ଏଥିରେ ସେ ୩ଟି ଛକା ମାରିଥିଲେ। ଶାହାରୁଖ ଖାନ ୧୧ ବଲରେ ୬ ରନ କରିଥିଲେ।
ଚେନ୍ନାଇ ପକ୍ଷରୁ ଜୋର୍ଡନ ୨ଟି ୱିକେଟ ଅକ୍ତିଆର କରିଥିବା ବେଳେ ପ୍ରିଟୋରିୟସ ବି ୨ଟି ୱିକେଟ ନେଇଥିଲେ। ବ୍ରାଭୋ,ଜାଡେଜା ଏବଂ ମୁକେଶ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ।

ଚେନ୍ନାଇ ଏହି ଲକ୍ଷ୍ୟର ପିଛା କରି ୧୨୬ ରନ କରିଥିଲେ। ରବିନ ଉଥାପା ୧୩ କରିଥିଲେ। ଗାଏକୱାଡ଼ ୧ କରିଥିଲେ। ମୋଇନ ଅଲ୍ଲୀ ୦୦ କରି ଆଉଟ ହୋଇଯାଇଥିଲେ। ଅମ୍ବତି ରାୟୁଡୁ ୨୧ ବଲରେ ୧୩ କରି ଆଉଟ ହୋଇଯାଇଥିଲେ। ଦୁବେ ସୁନ୍ଦର ପାରି ଖେଳିଥିଲେ ସେ ୩୦ ବଲରେ ୫୭ କରିଥିଲେ। ତାଙ୍କର ଏହି ପାରିରେ ୩ଟି ଛକା ଏବଂ ୬ଟି ଚୌକା ସାମିଲ ଥିଲା। ଧୋନି ୨୩ କରିଥିଲେ।
ପଞ୍ଜାବ ପକ୍ଷରୁ ରାହୁଲ ଚାହାର ୩ଟି ୱିକେଟ ଅକ୍ତିଆର କରିଥିବା ବେଳେ ରବାଡା ଗୋଟିଏ , ଅର୍ସଦୀପ ଗୋଟିଏ, ଓଡିଏନ ସ୍ମିଥ ଗୋଟିଏ, ଲିଭିଙ୍ଗଷ୍ଟୋନ ଦୁଇଟି, ଆରୋରା ୨ଟି ୱିକେଟ ନେଇଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।