SRH VS PBKS: ପଞ୍ଜାବ ପଟୁ ଆଜି ଓହ୍ଲାଇବେ ୱେଷ୍ଟଇଣ୍ଡିଜର ବିସ୍ପୋରକ ବ୍ୟାଟ୍ସମାନ, ଦେଖନ୍ତୁ ଦୁଇ ଦଳର ପ୍ଲେଇଁ ଇଲେଭେନ

ଆଇପିଏଲ ୨୦୨୧ରେ ଶନିବାର ଦିନ ଦ୍ୱିତୀୟ ମ୍ୟାଚ ଦୁଇଟି ଖରାପ ପୋଜିସନରେ ଥିବା ଟିମ ମଧ୍ୟରେ ହେବ। ଏହି ମ୍ୟାଚ ପଞ୍ଜାବ କିଙ୍ଗସ ଓ ସନ ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ହେବ ଓ ଏହି ଦୁଇ ଟିମ ଏବେ ପଏଣ୍ଟ ଟେବୁଲରେ ଶେଷ ସ୍ଥାନରେ ଅଛନ୍ତି। ପଞ୍ଜାବ ଟିମ ଏବେ ପର୍ଯ୍ୟନ୍ତ ୯ ଟି ମ୍ୟାଚରୁ ୩ ଟିରେ ବିଜୟ ସହ ୬ ଅଙ୍କ ସହ ୭ ମ ସ୍ଥାନରେ ଅଛି ଓ ହାଇଦ୍ରାବାଦ ଟିମ ଏବେ ପର୍ଯ୍ୟନ୍ତ ୮ ଟି ମ୍ୟାଚରୁ ଗୋଟେ ମ୍ୟାଚ ଜିତି ୨ ଅଙ୍କ ସହ ପଏଣ୍ଟ ଟେବୁଲରେ ୮ ମ ସ୍ଥାନରେ ଅଛି।

Google

ହାଇଦ୍ରାବାଦର ଶେଷ ଓଭରରେ ଭଲ ପ୍ରଦର୍ଶନ କରୁଥିବା ବୋଲର ଟି ନଟରାଜନ କରୋନା ପଜିଟିଭ କାରଣରୁ ଏବେ ଆଇସୋଲେସନରେ ଅଛନ୍ତି। ଏବେ ତାଙ୍କ ଜାଗାରେ ଉମରାନ ମଲିକ ଟିମରେ ସାମିଲ ହୋଇଛନ୍ତି କିନ୍ତୁ ସେ ଚୂଡାନ୍ତ ଏକାଦଶରେ ଖେଳିବା କଷ୍ଟକର।

ଏହା ସହ ହାଇଦ୍ରାବାଦର ଖେଳାଳି ସେରଫେନ ରଦରଫୋର୍ଡ ତାଙ୍କ ବାପା ମରିଯିବା କାରଣରୁ ବାୟୋବବୁଲରୁ ବାହାରି ଯାଇଛନ୍ତି। ନଟରାଜନଙ୍କ ସହ ମିଶିଥିବା ବିଜୟ ଶଙ୍କରଙ୍କୁ ମଧ୍ୟ ଆଇସୋଲେସନରେ ରଖାଯାଇଛି। ତିନି ବଡ଼ ଖେଳାଳି ନଥିବାରୁ ହାଇଦ୍ରାବାଦ ଟିମ ପାଖରେ କୌଣସି ଅଧିକ ବିକଳ୍ପ ନାହିଁ ତେଣୁ ସେ ପୂର୍ଵ ଚୂଡାନ୍ତ ଏକାଦଶ ସହ ଓହ୍ଲାଇପାରେ।

Google

ପଞ୍ଜାବକୁ ରାଜସ୍ଥାନ ହରାଇଥିଲା: ସେହିପରି ପଞ୍ଜାବ ଟିମ ମଧ୍ୟ ବିଜୟକୁ ଅପେକ୍ଷା କରିଛି। କାରଣ ଆଇପିଏଲ ୨୦୨୧ର ଦ୍ୱିତୀୟ ଭାଗରେ ପଞ୍ଜାବକୁ ରାଜସ୍ଥାନ ସହ ମାତ୍ର ୨ ରନରେ ପରାଜୟ ମିଳିଲା। ହାଇଦ୍ରାବାଦ ସହ ପଞ୍ଜାବ ସେହି ଭୁଲ କରିବା ପାଇଁ ଚାହିଁବନି। ପଞ୍ଜାବ ପାଖରେ କେଏଲ ରାହୁଲ ଓ ମୟଙ୍କ ଅଗ୍ରୱାଲ ଭଳି ଭଲ ଖେଳାଳି ଅଟନ୍ତି। ରାଜସ୍ଥାନ ବିରୁଦ୍ଧରେ ଏହି ଯୋଡି ପ୍ରଥମ ୱିକେଟ ପାଇଁ ୧୨୦ ରନର ପାର୍ଟନରସିପ କରିଥିଲେ କିନ୍ତୁ ଦୁହେଁ ଆଉଟ ହୋଇଗଲା ପରେ ଟିମ ଭଲ ପ୍ରଦର୍ଶନ କରିପାରିନଥିଲା।

ଗେଲ ପଞ୍ଜାବ ଟିମର ଚୂଡାନ୍ତ ଏକାଦଶରେ ଖେଳିପାରନ୍ତି:
ଏହି ମ୍ୟାଚରେ ପଞ୍ଜାବ ଟିମ ଫେବିଆନ ଏଲେନଙ୍କ ଜାଗାରେ କ୍ରିସ ଗେଲଙ୍କୁ ମୌକା ଦେଇପାରେ। ଗେଲଙ୍କୁ ପୂର୍ଵ ଅନେକ ମ୍ୟାଚରେ ଖେଳାଇ ନଥିବାରୁ ବହୁତ ଆଲୋଚନା ହୋଇଥିଲା ତେଣୁ ତାଙ୍କୁ ସାରଯାହାର ଛୋଟ ଗ୍ରାଉଣ୍ଡରେ ମୌକା ମିଳିପାରେ।

ହାଇଦ୍ରାବାଦ ଟିମର ସମ୍ଭାବିତ ଚୂଡାନ୍ତ ଏକାଦଶ:ଡେଭିଡ ୱାନର, ରିଧିମାନ ସାହା, କେନ ୱିଲିୟମସନ(କ୍ୟାପଟେନ), ମନୀଷ ପାଣ୍ଡେ, କେଦାର ଯାଦବ, ଅବ୍ଦୁଲ ସମଦ ,ଯେସନ ହୋଲ୍ଡର, ରାଶିଦ ଖାନ, ଭୁବନେଶ୍ୱର କୁମାର, ସନ୍ଦୀପ ଶର୍ମା, ଖଲିଲ ଅହମ୍ମଦ।

ପଞ୍ଜାବ ଟିମର ସମ୍ଭାବିତ ଚୂଡାନ୍ତ ଏକାଦଶ: କେଏଲ ରାହୁଲ (କ୍ୟାପଟେନ), ମୟଙ୍କ ଅଗ୍ରୱାଲ, ଏଡେନ ମାର୍କରମ, ନିକୋଲସ ପୁରନ, ଦୀପକ ହୁଡା, ଫେବିଏଲ ଏଲନ/କ୍ରିସ ଗେଲ, ଆଦିଲ ରସିଦ/ରବି ବିସ୍ନୋଇ, ହରପ୍ରୀତ ବରାର, ଅର୍ସଦୀପ ସିଂହ, ମହମ୍ମଦ ସାମୀ, ଓ ଇସାନ ପୋରେଲ

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *