ବ୍ୟୁରୋ ରିପୋର୍ଟ: ପଞ୍ଜାବ କିଙ୍ଗସ ଓ ଆରସିବି ମଧ୍ୟରେ ମ୍ୟାଚ ଥିଲା। ପଞ୍ଜାବ କିଙ୍ଗସ ତ ପ୍ଲେ ଅଫ ଦୌଡ଼ରେ ଅଛି ଓ ଆରସିବି ମଧ୍ୟ ପ୍ଲେ ଅଫ ଦୌଡ଼ରେ ଅଛି। ଆରସିବି ପାଇଁ ଆଉ ଗୋଟିଏ ହିଁ ମ୍ୟାଚ ବାକି ଅଛି।୧୬ ଅଙ୍କ ପର୍ଯ୍ୟନ୍ତ ପହଞ୍ଚିବାକୁ ହେଲେ ଗୁଜରାଟ ଟାଇଟାନ୍ସଙ୍କୁ ପ୍ରଥମେ ହରାଇବାକୁ ପଡିବ।ନେଟ ରନରେଟ ଏତେ ସାଧାରଣ ଅଛି ଯେ ୧୬ ଅଙ୍କ ପାଇବା ପରେ ମଧ୍ୟ ପ୍ଲେ ଅଫ ପାଇଁ ମିଳିବା କଷ୍ଟକର। ପଞ୍ଜାବ କିଙ୍ଗସ କଥା ଦେଖିଲେ ଦୁଇଟି ମ୍ୟାଚ ଲଗାତାର ଏମାନେ ମଧ୍ୟ ହାରିଛନ୍ତି। ଏହି ମ୍ୟାଚ ହାରି ବି ବାଙ୍ଗାଲୋର ନମ୍ବର ୪ ରେ ଅଛି ହେଲେ ଶେଷ ମ୍ୟାଚ ବାଙ୍ଗାଲୋରର ଗୁଜରାଟ ସହିତ ଅଛି। ଏହି ମ୍ୟାଚ RCB କୁ ଜିତିବାକୁ ହେବ, ନଚେତ ଟିମ ପ୍ଲେ ଅଫରୁ ବାହାରିପାରେ।

ପଞ୍ଜାବର ଟିମରେ ମଧ୍ୟ କିଛି ଚେଞ୍ଜ ହେବାର ନଜର ଆସିଛି। ଆରସିବିର ଟିମରେ କିନ୍ତୁ କିଛି ପରିବର୍ତ୍ତନ ପରିଲକ୍ଷିତ ହୋଇ ନାହିଁ।ଆରସିବି ଏହି ଟିମକୁ ନେଇ ପୂର୍ବ ମ୍ୟାଚ ଜିତିଥିଲା ।ଟସ ଜିତି ଫିଲଡିଂ କରିବାର ନିର୍ଣ୍ଣୟ ନେଇଥିଲେ କିନ୍ତୁ ଏହାପରେ ଜନି ବେୟାରଷ୍ଟୋ ଆସି ଜବରଦସ୍ତ ବ୍ୟାଟିଂଙ୍ଗର ପ୍ରଦର୍ଶନ କରିଥିଲେ।୨୯ ବଲରେ ୬୬ ରନ।ସାତୋଟି ଛକା ଏବଂ ଚାରୋଟି ଚୋୖକା ଲଗାଇଥିଲେ।
ଏହାପରେ ସେ ମଧ୍ୟ ଆଉଟ ହୋଇଯାଇଥିଲେ ଶିଖର ଧାୱନଙ୍କ ପରେ।ଏହାପରେ ଲିଭିଙ୍ଗଷ୍ଟୋନଙ୍କ ଏକ ସୁନ୍ଦର ପ୍ରଦର୍ଶନ ଦେଖିବାକୁ ମିଳିଥିଲା ସେ ୪୨ ବଲରେ ୭୦ ରନ ମାରିଥିଲେ।ଚାରୋଟି ଛକା ଓ ପାଞ୍ଚଟି ଚୋୖକା ଲଗାଇଥିଲେ।

ଋଷି ଧାୱନଙ୍କର ମଧ୍ୟ ଖୁବ ସୁନ୍ଦର ପ୍ରଦର୍ଶନ ମିଳିଥିଲା। ତାଙ୍କ ମୁଣ୍ଡରେ ଆଘାତ ଲାଗିବା ପରେ ତାକୁ ପୁନର୍ବାର ଚାନ୍ସ ମିଳିଥିଲା ଖେଳିବା ପାଇଁ। ସେ ଦୁଇଟି ୱିକେଟ ନେଇଥିଲେ।ସେ ଚାରି ଓଭରରେ ୩୬ ରନ ଦେଇଥିଲେ ଏବଂ ଦୁଇଟି ୱିକେଟ ନେଇଥିଲେ। ବିରାଟ କୋହଲି ମଧ୍ୟ କମ ରନ କରି ଆଉଟ ହୋଇଥିଲେ। ରବାଡା ତିନୋଟି ବିକେଟ ନେଇଥିଲେ।ସେ ସେହି ମ୍ୟାଚର ହିରୋ କହିବାକୁ ଗଲେ ଥିଲେ। ଅଧିକ ରନ ଚେସ କରିବା ପାଇଁ ଆରସିବିର ମୂଖ୍ୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ଅତି କମରେ ଦୁଇ ଜଣଙ୍କୁ ବହୁତ ଭଲ ପ୍ରଦର୍ଶନ ଦେବା ଦରକାର ଥିଲା।ଯେ ପର୍ଯ୍ୟନ୍ତ ମେନ ହିରୋ ନ ଆସିବେ ସେ ପର୍ଯ୍ୟନ୍ତ ପିକଚର ସୁପରହିଟ ହୋଇପାରିବ ନାହିଁ। ଏହି ମ୍ୟାଚ ହାରି ଆରସିବିର ନେଟ ରନରେଟ ମଧ୍ୟ ବହୁତ ତଳକୁ ଚାଲିଆସିଲା।ଏହା ଆରସିବି ପାଇଁ ଏକ କଷ୍ଟକର ବିଷୟ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।