IPL 2022 ରେ ଏକ ରୋମାଂଚକ ମ୍ୟାଚରେ ଗୁଜରାଟକୁ ପରାସ୍ତ କରି ପଞ୍ଜାବ। ଆଗ ବ୍ୟାଟିଂ କରି ନିର୍ଧାରିତ ୨୦ ଓଭରରେ ଗୁଜରାଟ ୮ ୱିକେଟ ହରାଇ ୧୪୩ ରନ କରିଥିଲା। ଜବାବରେ ପଞ୍ଜାବ ଏହି ଟାର୍ଗେଟକୁ ୨ ୱିକେଟ ହରାଇ ହାସଲ କରି ନେଇଛି।

ଗୁଜରାଟ ପକ୍ଷରୁ ସାହା ୨୧ କରିଥିଲେ। ସାଇ ସୁଦର୍ଶନ ସୁନ୍ଦର ବ୍ୟାଟିଂର ପ୍ରଦର୍ଶନ କରିଥିଲେ। ସେ ୫୦ ବଲରେ ୬୫ କରିଥିଲେ। ତାଙ୍କର ଏହି ପାରିରେ ସାମିଲ ଥିଲା ୫ଟି ଚୌକା ଓ ଗୋଟିଏ ଛକା। ତାଙ୍କ ଛଡା ମିଲର ୧୧, ତେୱାଟିଆ ୧୧ କରିଥିଲେ। ଆଉ କେଉଁ ବ୍ୟାଟ୍ସମାନ ଦୁଇ ଅଙ୍କ ରନ କରିନଥିଲେ।
ପଞ୍ଜାବ ପକ୍ଷରୁ ରବାଡା ସୁନ୍ଦର ବୋଲିଂ କରିଥିଲେ। ସେ ୪ ଓଭରରେ ୩୩ ରନ ଦେଇ ୪ଟି ୱିକେଟ ନେଇଥିଲେ। ଯେବେକି ଅର୍ତ୍ସଦିପ, ଋଷି ଧାୱନ, ଲିଆମ ଲିଭିଙ୍ଗଷ୍ଟୋନ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ।

ଏହି ଟାର୍ଗେଟକୁ ପିଛା କରି ପଞ୍ଜାବ ସୁନ୍ଦର ବ୍ୟାଟିଂ କରିଥିଲା। ବେୟାରଷ୍ଟୋ ୧ ରନ କରି ଆଉଟ ହେଇଯାଇବା ଫଳରେ ଦଳ ତାପରେ ବି ସୁନ୍ଦର ଖେଳ ଦେଖାଇଥିଲା। ଭାନୁକା ରାଜପକ୍ଷେ ୨୮ ବଲରେ ୪୦ କରିଥିଲେ। ସେ ୫ଟି ଚୌକା ଓ ଗୋଟିଏ ଛକା ଲଗାଇଥିଲେ। ଶିଖର ଧାୱନ ବି ଆକର୍ଷଣୀୟ ପାରି ଖେଳିଥିଲେ। ସେ ୫୩ ବଲରେ ୬୨ କରି ନଟ ଆଉଟ ଥିଲେ। ତାଙ୍କର ପାରିରେ ୮ଟି ଚୌକା ଓ ଗୋଟିଏ ଛକା ସାମିଲ ଥିଲା।
ଲିଆମ ଲିଭିଙ୍ଗଷ୍ଟୋନ ତାବଡ଼ତୋଡ ବ୍ୟାଟିଂ କରିଥିଲେ। ସେ ୧୦ ବଲରେ ୩୦ କରିଥଲେ। ତାଙ୍କର ଏହି ପାରିରେ ୨ଟି ଚୌକା ଓ ୩ଟି ଛକା ସାମିଲ ଥିଲା। ଷ୍ଟାଇକ ରେଟ ତାଙ୍କର ୩୦୦ ଥିଲା। ସେ ନଟ ଆଉଟ ଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।