ବ୍ୟୁରୋ ରିପୋର୍ଟ: ଟିମ ଇଣ୍ଡିଆ ଏକ ଡେ ନାଇଟ ଟେଷ୍ଟ ମ୍ୟାଚ ଖେଳିବାର ଏହି। ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପିଙ୍କ ବଲ ଟେଷ୍ଟ ୧୨ ମାର୍ଚ୍ଚରୁ ବାଙ୍ଗାଲୋରରେ ଆରମ୍ଭ ହେବାର ଅଛି। ଦୁଇ ମ୍ୟାଚର ଟେଷ୍ଟ ସିରିଜରେ ଟିମ ଇଣ୍ଡିଆ ଏବେ ୧-୦ ରେ ଆଗୁଆ ଅଛି ଓ ଟିମ ଇଣ୍ଡିଆର ଲକ୍ଷ୍ୟ ସିରିଜ ଜିତିବା ଉପରେ ରହିପାରେ।

ଟେଷ୍ଟ ରେକର୍ଡକୁ ଦେଖିବା ତ ମୋଟ ୧୦ ଟିମ ଏବେ ପର୍ଯ୍ୟନ୍ତ କମ ସେ କମ ଗୋଟେ ଡେ ନାଇଟ ଟେଷ୍ଟ ଖେଳିଛନ୍ତି। ଅଷ୍ଟ୍ରେଲିଆକୁ ଛାଡି ବାକି ସବୁ ଟିମକୁ ହାର ମିଳିଛି। ଅଷ୍ଟ୍ରେଲିଆ ମୋଟ ୧୦ ଟି ଡେ ନାଇଟ ଟେଷ୍ଟ ଖେଳିଛି ଓ ସବୁ ଯାକ ମ୍ୟାଚ ଜିତିଚି।ବ ଙ୍ଗଳାଦେଶ, ୱେଷ୍ଟଇଣ୍ଡିଜ ଓ ଜିମ୍ବାୱେ ଟିମ ଏବେ ପର୍ଯ୍ୟନ୍ତ ଗୋଟେ ମଧ୍ୟ ଡେ ନାଇଟ ଟେଷ୍ଟ ଜିତିପାରିନାହିଁ।
ଭାରତ ଓ ଶ୍ରୀଲଙ୍କା ଦୁହିଁଙ୍କର ଡେ ନାଇଟ ଟେଷ୍ଟ ମ୍ୟାଚର ରେକର୍ଡ ଦେଖିବାତ ଦୁଇ ଦେଶ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ୩-୩ ଟି ଡେ ନାଇଟ ଟେଷ୍ଟ ମ୍ୟାଚ ଖେଳିଛନ୍ତି। ଦୁହିଁଙ୍କୁ ୧-୧ମ୍ୟାଚରେ ହାର ମିଳିଛି। ତେଣୁ ଦୁହିଁଙ୍କ ରେକର୍ଡ ସମାନ ଅଟେ ଓ ଏବେ ଦୁହେଁ ପ୍ରଥମ ଥର ଡେ ନାଇଟ ଟେଷ୍ଟରେ ଆମ୍ନା ସାମ୍ନା ହେଉଛନ୍ତି।

ଭାରତ ଏବେ ପର୍ଯ୍ୟନ୍ତ ସ୍ବଦେଶରେ ଦୁଇଟି ଡେ ନାଇଟ ଟେଷ୍ଟ ଖେଳିଛି ଓ ଦୁଇଟି ଯାକ ମ୍ୟାଚ ଜିତିଛି। ଭାରତ ୨୦୧୯ ନଭେମ୍ବରରେରେ ବଙ୍ଗଳାଦେଶ ବିରୁଦ୍ଧରେ କୋଲକତାରେ ଖେଳିଥିବା ଡେ ନାଇଟ ଟେଷ୍ଟରେ ଗୋଟେ ପାରି ଓ ୪୬ ରନରେ ବିଜୟ ହାସଲ କରିଥିଲା। ଫେବୁଆରୀ ୨୦୨୧ରେ ଅହମ୍ମଦାବାଦରେ ଟିମ ଇଂଲଣ୍ଡକୁ ୧୦ ୱିକେଟରେ ହରାଇଥିଲା। ଏହା ଛଡା ଟିମକୁ ଡିସେମ୍ବର ୨୦୨୦ରେ ଏଡିଲେଡ଼ରେ ଅଷ୍ଟ୍ରେଲିଆ ୮ ୱିକେଟରେ ହରାଇଥିଲା।
ଅନ୍ୟ ପଟେ ଶ୍ରୀଲଙ୍କା ଟିମ ଏବେ ପର୍ଯ୍ୟନ୍ତସବୁ ତିନୋଟି ଯାକଡେ ନାଇଟ ଟେଷ୍ଟ ଘର ବାହାରେ ଖେଳିଛି। ୨୦୧୭ ରେ ଦୁବାଇରେ ପାକିସ୍ତାନକୁ ୬୮ ରନରେ ହରାଇଥିଲା। ଏହାପରେ ୱେଷ୍ଟଇଣ୍ଡିଜରେ ୱେଷ୍ଟଇଣ୍ଡିଜକୁ ୨୦୧୮ରେ ୪ ୱିକେଟରେ ହରାଇଥିଲା। ଏହା ପରେ ଜାନୁଆରୀ ୨୦୧୯ରେ ଅଷ୍ଟ୍ରେଲିଆରେ ବ୍ରେୱେନରେ ଗୋଟେ ପାରି ଓ ୪୦ ରନରେ ହରାଇଥିଲା।

ବିଶ୍ୱଟେଷ୍ଟ ଚମ୍ପିୟାନସିପ କଥା କହିବା ତ ଦୁଇ ଟିମ ପାଇଁ ଏହି ମ୍ୟାଚ ମହତ୍ତ୍ୱପୂର୍ଣ୍ଣ ଅଟେ। ଟିମ ଇଣ୍ଡିଆ ଯଦି ଏହି ମ୍ୟାଚ ଜିତିବ ତେବେ ସେ ୫ ରୁ ଚତ୍ରୁର୍ଥ ନମ୍ବରରେ ପହଁଚିଯିବାର ଚାନ୍ସ ଅଛି। ସେହିପରି ଶ୍ରାଲଙ୍କା ହରିଲେ ତୃତୀୟରୁ ପଞ୍ଚମ ସ୍ଥାନକୁ ଆସିଯିବ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।