ବ୍ୟୁରୋ ରିପୋର୍ଟ: ଭାରତ ଏବଂ ଶ୍ରୀଲଙ୍କା ଭିତରେ ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ତଥା ପିଙ୍କ ବଲ ଟେଷ୍ଟ ୧୨ମାର୍ଚ୍ଚ ଠାରୁ ଆରମ୍ଭ ହୋଇଯାଇଛି। ଏହି ମ୍ୟାଚ ଆରମ୍ଭ ହେବା କ୍ଷଣି ହିଁ ଅଧିନାୟକ ରୋହିତ ଶର୍ମା ଏବଂ ଦିଗଜ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଏକ ଖାସ ଉପଲବ୍ଧି ହାସଲ କରିବା ଉପରେ ଥିବେ। ଏହା ବ୍ୟତୀତ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ମଧ୍ୟ ଏକ ଅଲଗା ରେକର୍ଡରେ ଥିବେ।

ଭାରତୀୟ ଅଧିନାୟକ ରୋହିତ ଶର୍ମା ମୈଦାନକୁ ଓହ୍ଲାଇବା କ୍ଷଣି ହିଁ ଏକ ଖାସ ରେକର୍ଡ ନିଜ ନାମରେ କରିବେ ଆଉ ସେ ଆନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟରେ ୪୦୦ ମ୍ୟାଚ ଖେଳିବାର ରେକର୍ଡ କରିବେ ଆଉ ଏହା ସହ ହି ସେ କିମ୍ବଦନ୍ତୀ କ୍ରିକେଟର ଅନୀଲ କୁମ୍ବଲେ, ସଚିନ ଟେନ୍ଦୁଲକର ଆଉ ରାହୁଲ ଦ୍ରଭିଡ ଭଳି ପ୍ଲେୟର ମାନଙ୍କ ଲିଷ୍ଟରେ ସାମିଲ ହେଇଯିବେ। ରୋହିତ ଏଯାଏ ୪୪ଟି ଟେଷ୍ଟ, ୨୩୦ଟି ଦିନିକିଆ ଆଉ ୧୨୫ଟି ଟି ଟ୍ୱେଣ୍ଟି ମ୍ୟାଚ ଖେଳି ସାରିଛନ୍ତି।
ଅଫ ସ୍ପିନର ଅଶ୍ୱିନଙ୍କର ନଜର ଦକ୍ଷିଣ ଆଫ୍ରିକାର କିମ୍ବଦନ୍ତୀ ଦ୍ରୁତ ବୋଲର ଡେଲ ଷ୍ଟେନଙ୍କର ରେକର୍ଡ ଉପରେ ରହିବ। ତେବେ ଅଶ୍ୱିନ ଏଯାଏ ଏହି ଫର୍ମାଟରେ ୪୩୬ ଟି ୱିକେଟ ନେଇଛନ୍ତି ଏବଂ ଦକ୍ଷିଣ ଆଫ୍ରିକୀୟ ଏହି ବୋଲରଙ୍କ ନାମରେ ଏଯାଏ ୪୩୯ ଟି ୱିକେଟ ଅଛି। ସେ ଏହା ସହ ହି ଟେଷ୍ଟ ମ୍ୟାଚରେ ସର୍ବାଧିକ ୱିକେଟ ଟେକର ମାନଙ୍କ ଲିଷ୍ଟରେ ୮ମ ସ୍ଥାନରେ ପହଂଚି ଯିବେ।

ଭାରତୀୟ ଦ୍ରୁତ ବୋଲର ତଥା ଉପ ଅଧିନାୟକ ଯଶପ୍ରୀତ ବୁମରା ଆନ୍ତର୍ଜାତୀୟ କ୍ରିକେଟରେ ୩୦୦ ୱିକେଟ ପୁରା କରିପାରନ୍ତି। ସେ ଏହି ରେକର୍ଡରୁ ମାତ୍ର ୫ୱିକେଟ ଦୂରରେ ଅଛନ୍ତି। ସେ ଟେଷ୍ଟରେ ୧୧୫, ଦିନିକିଆ ମ୍ୟାଚ ମାନଙ୍କରେ ୧୧୩ ଆଉ ଟି ଟ୍ୱେଣ୍ଟି କ୍ରିକେଟରେ ୬୭ ୱିକେଟ ନେଇ ସାରିଛନ୍ତି।
ଅଲ ରାଉଣ୍ଡର ଜାଡେଜାଙ୍କ ନାମରେ ଏଯାଏ ଟେଷ୍ଟ କ୍ରିକେଟରେ ୨୪୧ ୱିକେଟ ଅଛି ଆଉ ସେ ଯଦି ପୂର୍ବ ମ୍ୟାଚ ଭଳି ପ୍ରଦର୍ଶନ ଜାରି ରଖନ୍ତି ତାହେଲେ ସେ ଏହି ଲମ୍ବା ଫର୍ମାଟରେ ୨୫୦ ୱିକେଟ ପୁରା କରି ପାରନ୍ତି।
ଶ୍ରୀଲଂକାର ୱିକେଟ କିପର ବ୍ୟାଟ୍ସମ୍ୟାନ ନିରୋସନ ଡିକୱେଲା ମଧ୍ୟ ଏକ ଖାସ ରେକର୍ଡ ଆଡେ ନିଜର ନଜର ଲଗାଉଛନ୍ତି। ତାଙ୍କ ନାମରେ ଏଯାଏ ଟେଷ୍ଟ କ୍ରିକେଟରେ ୨୪୯୬ରନ ଅଛି ଏବଂ ଏହାପାଇଁ ସେ ୪୬ ମ୍ୟାଚ ତଥା ୮୬ ଇନିଂସ ଖେଳିଛନ୍ତି। ତାଙ୍କ ନଜର ୨୫୦୦ ରନ ପୁରା କରିବା ଉପରେ ଥିବ।

ଅକ୍ସର ପଟେଲ ଯଦି ଏହି ମ୍ୟାଚରେ ୬ଟି ୱିକେଟ ନେଉଛନ୍ତି ତାହେଲେ ତାଙ୍କ ନାମରେ ଆନ୍ତର୍ଜାତୀୟ କ୍ରିକେଟରେ ୧୦୦ ୱିକେଟ ହେଇଯିବ। ସେ ଏଯାଏ ଟେଷ୍ଟରେ ୩୬, ଦିନିକିଆରେ ୪୫ ଆଉ ଟି ଟ୍ୱେଣ୍ଟିରେ ୧୩ ୱିକେଟ ନେଇଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।